ସାଂସଦ Anubhav Mohanty ଙ୍କ ବାନ୍ଧବୀ Jagrati ଙ୍କ କଥାକୁ ହସରେ ଉଡେଇ ଦେଲେ Varsha Priyadarshini, ଦେଖନ୍ତୁ କଣ ଲେଖିଲେ Varsha …

ଘୃଣାର ଉତ୍ତର ହାସରେ ଦେଇଛନ୍ତି ଅଭିନେତ୍ରୀ ତଥା ସାଂସଦ ଅନୁଭବଙ୍କ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ମାଣିବାକୁ ପଡିବ ତାଙ୍କ ଧୈର୍ଯ୍ୟ ଏବଂ ବୁଦ୍ଧିମତାକୁ । ବର୍ଷାଙ୍କର ସଂସଦରେ ଥିବା ସ୍ପାଉସ ବା ଜୀବନସାଥୀ କାର୍ଡକୁ ବାତିଲ କରିବା ପାଇଁ ଅନୁଭବ ଅନୁରୋଧ କରିଥିଲେ । ସେ ଏହାର କାରଣ ଦର୍ଶାଇଥିଲେ କି ବର୍ଷା ବେଆଇନ ଭାବେ ବିଭିନ୍ନ ଡକ୍ୟୁମେଣ୍ଟ ପାଇଁ ଏହାର ବ୍ୟବହାର କରୁଛନ୍ତି । ତେବେ ଏହା ବିରୋଧରେ ବର୍ଷା ହାଇକୋର୍ଟକୁ ଯାଇଥିଲେ ।

ଆଉ ହାଇକୋର୍ଟ ଏହି ମାମଲାରେ ବର୍ଷାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । କାରଣ ଆଇନଗତ ଭାବେ ବର୍ଷା ଏବେ ମଧ୍ୟ ଅନୁଭବଙ୍କ ପତ୍ନୀ ଆଉ ସ୍ପାଉସ କାର୍ଡର ସମସ୍ତ ସୁବିଧା ପାଇବାକୁ ସେ ଯୋଗ୍ୟ । ସ୍ପାଉସ କାର୍ଡ ଫେରାଇବା ପାଇଁ ଲୋକସଭାରୁ ବର୍ଷାଙ୍କୁ ହୋଇଥିବା ଚିଠିରେ ହାଇକୋର୍ଟ ରିହାତିଦେଶ ଦେବା ସହ ଅନୁଭବଙ୍କ ସମେତ ନିର୍ଦ୍ଦେଶକ ଏବଂ ଉପର୍ଦ୍ଦେଶକଙ୍କୁ ମଧ୍ୟ ଜବାବ ମାଗିଛନ୍ତି । ଆଉ ଯାହାର ପ୍ରତ୍ୟୁତ୍ତରରେ ହୁଏତ ଭଡକି ଯାଇଥିଲେ ଅନୁଭବଙ୍କ ବହୁଚର୍ଚ୍ଚିତ ଦିଲ୍ଲୀବାଲି ଡିୟରେଷ୍ଟ ଫ୍ରେଣ୍ଡ ଜାଗ୍ରତି ।

ସେ ଏହାକୁ ନେଇ ଫେସବୁକରେ ବର୍ଷାଙ୍କ ନାଁ ନନେଇ ପୋଷ୍ଟ କରିଥିଲେ, ବର୍ଷା ମ୍ୟାଟ୍ରିକ ସାର୍ଟିଫିକେଟ ଠାରୁ ଆରମ୍ଭ କରି ପାସପୋର୍ଟ ପର୍ଯ୍ୟନ୍ତ ନିଜର ବିଭିନ୍ନ ଡକ୍ୟୁମେଣ୍ଟରେ ଅଲଗା ଅଲଗା ନାଁ ବ୍ୟବହାର କରିଛନ୍ତି । ଏହାସହ ସେ ପ୍ରଶ୍ନ କରିଛନ୍ତି କି ସାଂସଦଙ୍କ ପତ୍ନୀଙ୍କ ପାଖରେ ଏହି ସ୍ପାଉସ କାର୍ଡ ରହିବା ପାଇଁ ସେ ଯୋଗ୍ୟ କି ? ଖାଲି ସେତିକି ନୁହେଁ ବରଂ ବର୍ଷାଙ୍କ ଉପରେ ତଦନ୍ତ ହେବାର ଆବଶ୍ୟକ ରହିଛି ବୋଲି ଜାଗ୍ରତି ଲେଖିଥିଲେ ।

ତେବେ ଏହାର ଉତ୍ତରରେ ବର୍ଷା କିଛି ନଲେଖି କେବଳ ତିନୋଟି ଫଟୋ ପୋଷ୍ଟ କରିଛନ୍ତି । ଆଉ ଏହି ଫଟୋରେ ବର୍ଷାଙ୍କର ହସ ହସ ମୁହଁ ରହିଛି । ଯଦିଓ ଏହି ମାମଲାକୁ ନେଇ ବର୍ଷା କୌଣସି ବିବୃତି ବା ଟିପ୍ପଣୀ ରଖି ନାହାନ୍ତି ତଥାପି ବର୍ଷାଙ୍କ ଏହି ତିନୋଟି ଫଟୋ ହିଁ ଜାଗ୍ରତିଙ୍କ କଥାର ଉତ୍ତର ଦେବା ପାଇଁ ଯଥେଷ୍ଟ । ବର୍ଷା ସନ୍ଦେଶ ଦେଇଛନ୍ତି କି ଯିଏ ଯେତେ ଆପଣଙ୍କୁ ଘୃଣା କରୁ ନା କାହିଁକି ଆପଣ ହସରେ ହସରେ କଥାକୁ ଉଡେଇ ଦିଅନ୍ତୁ ।

ବର୍ଷା ପ୍ରିୟଦର୍ଶିନୀଙ୍କ ଜୀବନ ପ୍ରତି ଥିବା ଏହି ଆଭିମୁଖ୍ଯକୁ ଅନେକ ପସନ୍ଦ କରିଛନ୍ତି ଓ ତାଙ୍କୁ ଖୁବ ଭଲ ଭଲ କମେଣ୍ଟ ମଧ୍ୟ ଲେଖିଛନ୍ତି । ତାଙ୍କ ସମର୍ଥକ ମାନେ କହିଛନ୍ତି କି ବର୍ଷାଙ୍କୁ ଯିଏ ଯେତେ ହଇରାଣ କରିବାକୁ ଚେଷ୍ଟା କରୁ ନା କାହିଁକି ସେ ସବୁବେଳେ ବିଜୟିନୀ ହୋଇ ରହିବେ । ଆପଣଙ୍କୁ ବର୍ଷାଙ୍କ ଏହି ଅନ୍ଦାଜ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।