ଚୀନର ପଛୁଆ ପଦକ୍ଷେପ ହେଉଛି ଭାରତ ଉପରେ କରିଥିବା ସର୍ବଦଳୀୟ ଛାପର ଫଳାଫଳ ଯାହା ଭାରତ ଚୀନ ଉପରେ କରିଛି । ତାହା ଚୀନକୁ ତା ଭାଷାରେ ଉତ୍ତର ଦେବା ହେଉ କିମ୍ବା ଟ୍ରମ୍ଫ ସହିତ କଥାବାର୍ତା କରି ଚୀନକୁ ପରାସ୍ତ କରିବାକୁ ଯୋଜନା ପ୍ରସ୍ତୁତ ହେଉ ପିଏମ ମୋଦୀଙ୍କ ନିର୍ଣ୍ଣାୟକ ପଦକ୍ଷେପ କାରଣରୁ ହିଁ ଆଜି ଚୀନର ଭାଉ କମ ହୋଇଛି ।
ମୋଦୀଙ୍କ ମହାଯୋଜନାରେ ଜିନପିଙ୍ଗ ଫେଲ
ଦୁଇଦିନ ପୂର୍ବରୁ ଚୀନ ଏଲଏସି ଉପରେ ଯୁଦ୍ଧଭ୍ୟାସ କରିବାକୁ ଲାଗିଥିଲା । ନିଜେ ଚୀନ ସରକାର ସେହି ଫଟୋ ପ୍ରକାଶ କରିଥିଲେ ଯେଉଁଥିରେ ରାତିର ଅନ୍ଧାରରେ ଚୀନ ସେନା ଯୁଦ୍ଧ ପ୍ରସ୍ତୁତିରେ ଲାଗିଥିଲେ । କିନ୍ତୁ ହଠାତ ଏମିତି କଣ ହେଲା ଚୀନର ସେନାଙ୍କୁ ପଛଘୁଞ୍ଚା ଦେବା ପାଇଁ ବାଧ୍ୟ ହେବାକୁ ପଡିଲା । ଚୀନର ଏହି ପଦକ୍ଷେପ ପଛରେ ପିଏମ ମୋଦୀଙ୍କର ରଣନୀତି ଅଛି ଯାହା ପୁଣିଥରେ ସୁପରହିଟ ବୋଲି ପ୍ରମାଣିତ ହୋଇଛି । ଭାରତ ଚୀନକୁ ଚାରିପଟରୁ ଏମିତି ଘେରିରହିଲା ଯାହାଫଳରେ କି ଚୀନକୁ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲା ।
ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ ଗୁଡିକ ହେଲା
୧ – ଟ୍ରମ୍ଫଙ୍କ ସହିତ ବାର୍ତ୍ତାଳାପରେ ଉଠାଯାଇଛି ପ୍ରସଙ୍ଗ
ଆମେରିକା ଚୀନର ସବୁଠାରୁ ବଡ ଶତ୍ରୁ ଅଟେ ଏବଂ ଚୀନକୁ ଚାରିପଟରୁ ଘେରିବାକୁ ଲାଗିଛି । ଚୀନ କେବେ ହେଲେ ଚାହୁଁନାହିଁ କି ଆମେରିକା ଭାରତ ଏବଂ ଚୀନ ବିବାଦ ମଝିକୁ ଆସୁ ଏବଂ ଏହାର ଲାଭ ଉଠାଇବାକୁ ଚେଷ୍ଟା କରୁ । ପିଏମ ମୋଦୀ ଏବଂ ଡୋନାଲ ଟ୍ରମ୍ଫଙ୍କ ମଧ୍ୟରେ କଥାବାର୍ତାରେ ଉଠିଥିବା ସୀମା ବିବାଦ ପ୍ରସଙ୍ଗ ଚୀନ ଗ୍ରହଣ କରୁନଥିଲା । ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି କି ସୀମା ଉପରେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଚୀନ ଏବଂ ଭାରତ ପାଖରେ ଏହି ସମସ୍ୟାକୁ ସାମାଧାନ କରିବା ପାଇଁ ବହୁତ ତନ୍ତ୍ର ଅଛି ଏବଂ ଆମେ ଏହାକୁ ମଧ୍ୟ କଥାବାର୍ତାରେ ସମାଧାନ କରିପାରିବୁ । କୌଣସି ତୃତୀୟ ଲୋକର ଆବଶ୍ୟକତା ନାହିଁ ।
୨ – ଚୀନକୁ ତାର ନିଜ ଭାଷାରେ ଉତ୍ତର
ଚୀନ ଲଦାଖରେ ଏଲଏସି ପାଖରେ ଲଗାତାର ସାମରିକ ଶକ୍ତି ବୃଦ୍ଧି କରୁଥିଲା । ଏହି ଖବର ଯେତବେଳେ ସାମନାକୁ ଆସିଲା ତାପରେ ଭାରତ ତରଫରୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲା । ଭାରତ ସରକାର ସ୍ପଷ୍ଟ କରିଛନ୍ତି କି ଯଦି ମାମଲା କଥାବାର୍ତା ଏବଂ କୂଟନୀତିରେ ସମାଧାନ ହେଲା ନାହିଁ ତାହେଲେ ଅନ୍ୟ ବିକଳ୍ପ ମଧ୍ୟ ପ୍ରସ୍ତୁତ ଅଛି । ଏଭଳି ବୟାନ ଏବଂ ଆକ୍ରୋଶ ଦେଖି ଚୀନକୁ ଜଣାପଡିଗଲା କି ଭାରତ କେବେ ହାରିବ ନାହିଁ ।
୩ – ନିଜ ଜିଦ ଉପରେ ଭାରତ ଅଟଳ
ଚୀନ କ୍ରମାଗତ ଭାବରେ ଲଦାଖରେ ଆଗକୁ ବଢିବାରେ ଲାଗିଥିଲା ଏବଂ ଭାରତ ମଧ୍ୟ ଏହାକୁ ସବୁବେଳେ ଏହାର ସାମନା କରୁଥିଲା । ଚୀନର ଆଶା ଥିଲା କି ଭାରତ ଚାପରେ ଆସି ଏହାର ଏଲଏସି ଉପରେ ନିର୍ମାଣ କାମ ବନ୍ଦ କରିଦେବ । କିନ୍ତୁ ଭାରତ ସ୍ପଷ୍ଟ କରିଦେଇଛି କି ସେ କୌଣସି ଚାପରେ ମୁଣ୍ଡ ନୂଆଁଇବ ନାହିଁ କିମ୍ବା ଏହି କାର୍ଯ୍ୟ ବନ୍ଦ ମଧ୍ୟ ହେବ ନାହିଁ । ଯେତବେଳେ ଚୀନ ଅନୁଭବ କଲା କି ଏହି ମାମଲା ହାତରୁ ଖସିଯାଇ ପାରେ ସେତବେଳେ ତା ପକ୍ଷରୁ ଅଲଗା ଅଲଗା ବୟାନ ଆସିବାକୁ ଲାଗିଲା ଯେଉଁଥିରେ ସମନ୍ଵୟ ବିଷୟରେ ଅଧିକ ଆଲୋଚନା ହୋଇଥିଲା ।
୪ – ଲିଡ ଫର୍ମ ଦ ଫ୍ରନ୍ଟର ଉଦାହରଣ
ଚିନ ସହିତ ମତଭେଦ ବଢିବାରୁ ପିଏମ ମୋଦୀ ନିଜେ ଆଗକୁ ଆସିଲେ ଏବଂ ଶୀର୍ଷ ସୈନ ଅଧିକାରୀଙ୍କ ସହିତ ମିଟିଙ୍ଗ କରି ମାମଲା ବିଷୟରେ ଜାଣିଲେ । ଯାହାଦ୍ୱାରା ଚୀନକୁ କଡା ଆଦେଶ ମିଳିଲା । ଏହି ବିବାଦକୁ ସମାଧାନ ପାଇଁ ପିଏମ ନିଜର ଡୋକଲାମ ଦଳକୁ ନିୟୋଜିତ କରିଥିଲେ ଯେଉଁମାନେ ଡୋକଲାମ ସମୟରେ ବିବାଦର ସମାଧାନ କରିଥିଲେ ।
ପିଏମ ଙ୍କର ଏହି ପଦକ୍ଷେପ ଚୀନ ଉପରେ ଭାରି ପଡିଲା ଏବଂ ଚାରି ପଟରୁ ଚାପରେ ଘେରିବା ପରେ ଚୀନର ଚାଲରେ ସାମାନ୍ୟ ସୁଧାର ଆସିଥିଲା ଏବଂ ସେମାନେ ପଛକୁ ଯିବା ପାଇଁ ବାଧ୍ୟ ହୋଇଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।