ଶନିବାରର ରାଶିଫଳ 6 ଜୁନ 2020, ଶନିଦେବଙ୍କ କୃପାରୁ ଏହି ୬ଟି ରାଶିର ଦିନଟି ବହୁତ ଭଲରେ କଟିବ, ୩ଟି ରାଶିଙ୍କୁ ରହିବାକୁ ହେବ ସାବଧାନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନ ଶୁଭ ଅଟେ । ମନରୁ ଚିନ୍ତା ଦୂର ହେବ । ସବୁ ନିଷ୍ପତି ନେବା ପାଇଁ ଆଜିର ଦିନ ଶୁଭ ଅଟେ । କୌଣସି କଥାକୁ ନେଇ ଭାଇମାନଙ୍କ ସହ କଥାବାର୍ତ୍ତା କରି ପାରନ୍ତି । ମାତାପିତାଙ୍କ ଚିନ୍ତା ରହିବ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଶଶୁରଘର ଲୋକମାନେ କୌଣସି ଖୁସି ଖବର ଦେଇ ପାରନ୍ତି । ପରିଜନଙ୍କ ସହ ମିତ୍ରତା ସ୍ଥାପନା ହେବ । ବାଣୀରେ ମଧୁରତା ଆସିବ । ଯଦି ଆପଣ କିଛି ସମୟ ହେବ ବ୍ୟସ୍ତ ଅନୁଭବ କରିଛନ୍ତି ତେବେ ଆଜି ଆପଣ ସେହି ବ୍ୟସ୍ତତାରୁ ମୁକ୍ତି ପାଇ ଯିବେ ।

ବୃଷ

ପାରିବାରିକ ଜୀବନରେ ଶାନ୍ତିର ବାତାବରଣ ରହିବ । ବୈବାହିକ ଜୀବନ ସୁଖମୟ ରହିବ । ଭାଇମାନଙ୍କ ପୂର୍ଣ ସହଯୋଗ ମିଳିବ । ଯାହା ଦ୍ଵାରା ଆତ୍ମବିଶ୍ଵାସରେ ବୁଦ୍ଧି ଆସିବ । ଜୀବନସାଥିଙ୍କ ଭାଗ୍ୟ ବହୁତ ହିଁ ପ୍ରଭାବଶାଳି ଅଟେ । ଯାହା ଦ୍ଵାରା ଆପଣଙ୍କୁ ବି ଲାଭ ପ୍ରାପ୍ତ ହେବ । ପ୍ରଗତିର ରାସ୍ତା ବନ୍ଦ ରହିବ । ଭଲ ଖାଦ୍ୟପାନର ଆନନ୍ଦ ଉଠାନ୍ତୁ । ଆର୍ଥିକ ପକ୍ଷ ଭଲ ରହିବ । ମିତ୍ରଙ୍କ ସହିତ ସୁନ୍ଦର ସମୟ ବିତାଇବେ । ଗାଡି ଚାଲୁଥିବା ସମୟରେ ସାବଧାନ ରୁହନ୍ତୁ ।

ମିଥୁନ

ଆଜିର ଦିନ ସାମାନ୍ୟ ରହିବ । ପରିବାରରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ । ନିଜର ବାଣୀକୁ ମଧୁର କରିବା ପାଇଁ ଚେଷ୍ଟା କରନ୍ତୁ । ବ୍ୟାପାରରେ ପ୍ରତିସ୍ପର୍ଦ୍ଧା ବଢିପାରେ । ଅଟକିଥିବା ଟଙ୍କା ମିଳିବାର ସମ୍ଭାବନା ଅଛି । ଗାଡି ଖରାପ ହୋଇପାରେ । ଅଧିକାରୀମାନଙ୍କ ପୂର୍ଣ ସହଯୋଗ ମିଳିବ । ଆଜିର ଦିନରେ ଏମିତି କାର୍ଯ୍ୟ କରିବା ଭଲ ଅଟେ, ଯାହାକୁ କରି ଆପଣ ନିଜ ବିଷୟରେ ଭଲ ଅନୁଭବ କରି ପାରିବେ ।

କର୍କଟ

ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୂର୍ଣ ସହଯୋଗ ପ୍ରଦାନ କରିବ । ଆଜି କୌଣସି ଶୁଭ ସମାଚାର ମିଳିପାରେ । ଟଙ୍କା ସମ୍ବନ୍ଧିତ ଶୁଭ ସଂକେତ ମିଳିପାରେ । ସନ୍ତାନଙ୍କ ମନରେ ଆପଣଙ୍କ ପ୍ରତି ବହୁତ ସମ୍ମାନ ବଢିବ । ସନ୍ତାନଙ୍କ ସଫଳତା ଦ୍ଵାରା ଆପଣଙ୍କୁ ନିଜର ସନ୍ତାନ ଉପରେ ଗର୍ବ ଅନୁଭବ ହହେବ । ଆୟର ସାଧାନରେ ଉନ୍ନତି ଆସିବ । ଖାଦ୍ୟପାନ ପ୍ରତି ରୁଚି ବଢିବ । ସନ୍ତାନ ତରଫରୁ ଭଲ ସମାଚର ମିଳିପାରେ । ଯୋଗ ଓ ଧ୍ୟାନ ଆପଣଙ୍କୁ ସୁସ୍ଥ ରଖିବ ।

ସିଂହ

ଆଜି ଦିନ ସାରା ଆପଣଙ୍କ ସମୟ ଭଲ ରହିବ । ମନରେ ଚିନ୍ତା ରହିବ । ଇଶ୍ଵରଙ୍କ ଆରାଧନା କରନ୍ତୁ । ମନରେ ବିଶ୍ଵାସ ବଢିବ । ମାତା ପିତାଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ । ମାତାଙ୍କ ଆଶୀର୍ବାଦ ଦ୍ଵାରା କଲ୍ୟାଣ ପ୍ରାପ୍ତ ହେବ । ଅଧିକାରୀ ଆପଣଙ୍କ କାମରେ ପ୍ରସନ୍ନ ଓ ସନ୍ତୁଷ୍ଟ ରହିବେ । ପରିବାର ସହିତ କେଉଁ ସ୍ଥାନକୁ ବୁଲିବାକୁ ଯିବାର ଯୋଜନା ଅସଫଳ ହୋଇଯିବ । ଅନାବଶ୍ୟକ କୌଣସି ବିବାଦରେ ପଡନ୍ତୁ ନାହିଁ । ଦିନ ଶେଷ ହେବା ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଯିବ ।

କନ୍ୟା

ସମାଜ ଓ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସମ୍ମାନ ମିଳିବ । ମାତାଙ୍କ ପ୍ରତି ଚିନ୍ତା ରହିବ । କିନ୍ତୁ ତାଙ୍କର ଆଶୀର୍ବାଦ ଦ୍ଵାରା ଆପଣଙ୍କୁ ଆପଣଙ୍କ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବ୍ୟାପାରରେ ନୂଆ ଲାଭଦାୟକ ଅନୁବନ୍ଧ ଆସିପାରେ । ଗାଡିର ପ୍ରୟୋଗ ସାବଧାନ ହୋଇ କରନ୍ତୁ । ଘରର ବୟସ୍କ ଲୋକମାନଙ୍କ ଠାରୁ ଭଲ ପାଇବା ଓ ଆଶୀର୍ବାଦ ମିଳିବ । ବନ୍ଧୁମାନଙ୍କ ସହିତ ମଜାଦାର କଥା ହେବେ । ଚିନ୍ତାକୁ ଦୂରରେ ରଖନ୍ତୁ ।

ତୁଳା

ଆଜିର ଦିନ ସାମାନ୍ୟ ଅଟେ । ଧନ ସମ୍ବନ୍ଧିତ ସାମାନ୍ୟ ଚିନ୍ତା ରହିବ । ସନ୍ତାନଙ୍କ ସ୍ଵଭାବରେ ଉଗ୍ରତା ଆସିପାରେ । ସନ୍ତାନଙ୍କ ସହ ବିବାଦ ବି ହୋଇପାରେ । ମାମୁଲି କଥାକୁ ନେଇ ଅଧିକ କ୍ରୋଧିତ ହୁଅନ୍ତୁ ନାହିଁ । ସନ୍ତାନଙ୍କ ପ୍ରତି ଥିବା ନିଜର ଚିନ୍ତାକୁ ସମାପ୍ତ କରନ୍ତୁ । କୌଣସି ବଡ ଉପହାର ମିଳିପାରେ । ସଫଳତା ନିଶ୍ଚିତ ପ୍ରାପ୍ତ ହେବ । ଆଜି ଆପଣଙ୍କ ସାମ୍ନା କୌଣସି ନୂଆ ଆର୍ଥିକ ଯୋଜନା ସହ ହେବ । ନିଷ୍ପତି ନେବା ପୂର୍ବରୁ କାହା ଠାରୁ ଉପଦେଶ ନିଅନ୍ତୁ ।

ବିଚ୍ଛା

ନିଜକୁ ଖୁସି ଅନୁଭବ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଧନ ସମ୍ପତ୍ତି ଇତ୍ୟାଦିରେ ଥିବା ବିବାଦ ଦୂର ହେବ । ଜୀବନସାଥିଙ୍କ ଉପଦେଶ ମାନିଲେ ସଫଳତା ମିଳିବ । ମିତ୍ରଙ୍କ ସହିତ ମନୋରଞ୍ଜନ ଯାତ୍ରାକୁ ଯାଇ ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୌଣସି ବଡ ଯୋଜନା ଓ ବିଚାର ଜରିଆରେ ଆପଣଙ୍କ ଧ୍ୟାନ ଆକର୍ଷିତ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସାଫଳତା ପ୍ରାପ୍ତ ହେବ । ଆୟର ସାଧାନ ଅଧିକ ପ୍ରଭାବଶାଳି ହେବ । ଧନର ସ୍ଥିତି ଭଲ ରହିବ ।

ଧନୁ

ଶଶୁର ଘର ତରଫରୁ ପୂର୍ଣ ସହଯୋଗ ମିଳିବ । ସନ୍ତାନଙ୍କ ଭାଗ୍ୟ ମଜବୁତ ସ୍ଥିତିରେ ଅଛି, ସନ୍ତାନ ଠାରୁ କୌଣସି କଥାକୁ ନେଇ ବିବାଦ କରନ୍ତୁ ନାହିଁ । ଜୀବନସାଥିଙ୍କ ସହ ବିବାଦ କରନ୍ତୁ ନାହିଁ ଏବଂ ତାଙ୍କର ଉପଦେଶକୁ ମାନି ଚଳନ୍ତୁ । ମହତ୍ଵପୂର୍ଣ କାର୍ଯ୍ୟରେ ସଫଳତା ମିଳିବ । ହଜମ ଶକ୍ତି ସମ୍ବନ୍ଧିତ ସମସ୍ୟା ଆସିପାରେ । ଜୀବନସାଥିଙ୍କ ସହ କିଛି ବିବାଦ ହୋଇପାରେ । କିନ୍ତୁ ସନ୍ଧ୍ୟା ସମୟ ମଧ୍ୟରେ ତାହା ସମାଧାନ ହୋଇଯିବ । ବୈବାହିକ ସମସ୍ୟାର ସମଧାନ କରନ୍ତୁ ।

ମକର

ଏହା ସହିତ ଆପଣ ମାନସିକ ରୂପରେ ସୁସ୍ଥ ରହିବେ । ରିୟଲ ଏସ୍ଟେଟ ସମ୍ବନ୍ଧିତ ନିବେଶ ଆପଣଙ୍କୁ ଭଲ ଲାଭ ଦେବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ତାଳମେଳ ରହିବ । ନିବେଶ ଦ୍ଵାରା ଲାଭବାନ ହେବେବ । ବୈବାହିକ ଜୀବନରେ ଆନନ୍ଦମୟ ପରିସ୍ଥିତି ଆସିବ । କୌଣସି ମହତ୍ଵପୂରଣ ବିଷୟ ଉପରେ ଜୀବନସାଥିଙ୍କ ଉପଦେଶ ନେଇ ପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ମହତ୍ଵ ଅଧିକ ବଢିଯିବ । ଶଶୁର ଘରେ କୌଣସି କଥାକୁ ନେଇ ଚିନ୍ତା ବଢିପାରେ ।

କୁମ୍ଭ

କୌଣସି କଥାକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ବିବାଦ ହୋଇପାରେ । ବିବାଦ ଠାରୁ ବଞ୍ଚନ୍ତୁ । ଆଇନ ମାମଲାରେ ଫସି ପାରନ୍ତି । ସନ୍ତାନ ପକ୍ଷ ତରଫରୁ ଆପଣ ଲାଭବାନ ହୋଇ ପାରନ୍ତି । ସମସ୍ତ କାର୍ଯ୍ୟ ସୂଚାରୁ ରୂପରେ ହୋଇଯିବ । ଜୀବନସାଥିଙ୍କ ପୂର୍ଣ ସହଯୋଗ ମିଳିବ ବ୍ୟାପାରରେ ନୂଆ ଲାଭଦାୟକ ଅନୁବନ୍ଧ ଆସିପାରେ । ଗାଡିର ପ୍ରୟୋଗ ସାବଧାନ ହୋଇ କରନ୍ତୁ । ଘରର ବଡ ଲୋକମାନଙ୍କ ଆଶୀର୍ବାଦ ମିଳିବ ।

ମୀନ

ମିତ୍ରଙ୍କ ସହିତ ଆମୋଦ ପ୍ରମୋଦରେ ସମୟ ବ୍ୟତୀତ ହେବ । ଶତ୍ରୁ ପରାସ୍ତ ହେବେ । ଆଜି ଆପଣଙ୍କ ମନ ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଚାର ପ୍ରତି ଆକର୍ଷିତ ହେବ । ଇଶ୍ଵରଙ୍କ ପ୍ରତି ଆସ୍ଥା ବଢିବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ । ଆପଣଙ୍କ ଅଟକିଥିବା ଟଙ୍କା ପୁନଃ ମିଳିପାରେ । ଏଥିପାଇଁ ଆପଣ ପିଲାମାନଙ୍କ ସହିତ ସମୟ ବିତାଇ ପାରିବେ । ମାତା ପିତାଙ୍କ ସାହାର୍ଯ୍ୟ ଦ୍ଵାରା ଆର୍ଥିକ ଅସୁବିଧାରୁ ଦୂରେଇ ଯିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।