ମୋଦୀ ସରକାରଙ୍କର ନୂଆ ସ୍କିମ, 55 ଟଙ୍କା ବଦଳରେ ମିଳିବ 36 ହଜାର, କେମିତି ପାଇବେ ଜାଣିଲେ ଆପଣଙ୍କର ଖୁସିର ସୀମା ରହିବ ନାହିଁ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମଧ୍ୟକାଳୀନ ବଜେଟର ଘୋଷଣା ହୋଇ ସାରିଛି । ବଜେଟ ୨୦୧୯ ରେ ମଧ୍ୟକାଳିନ ବିତ୍ତମନ୍ତ୍ରୀ ପୀୟୁଷ ଗୋୟଲ ଏକ ଏମିତି ଯୋଜନାର ଘୋଷଣା କରିଛନ୍ତି ଯାହା ବିଷୟରେ ଜାଣି ଆପଣଙ୍କ ମନ ଖୁସିରେ ନାଚି ଉଠିବ । ଏହି ଯୋଜନାକୁ ସରକାର “ପ୍ରଧାନ ମନ୍ତ୍ରୀ ଶ୍ରମ ୟୋଗୀ ମାନଧନ” ନାମ ରଖିଛନ୍ତି । ଯାହା ଅନ୍ତର୍ଗତ ଦିନମଜୁରିଆ ବର୍ଗର ଲୋକଙ୍କୁ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ପେନସନ ରୂପରେ ଦିଆଯିବାର ପ୍ରବନ୍ଧ ହୋଇଛି । ଏହି ସ୍କିମର ଲାଭ ସେହି ଲୋକଙ୍କୁ ମିଳିବ ଯାହାର ରୋଜଗାର ୧୫୦୦୦ ଟଙ୍କା ପ୍ରତି ମାସରେ ଅଟେ ଓ ଦେଖିବାକୁ ଗଲେ କେନ୍ଦ୍ର ସରକାରଙ୍କର ଏହି ଯୋଜନାର ଲାଭ ହାରାହାରି ୪୨ କୋଟି ଲୋକଙ୍କୁ ମିଳିବାର ଅଛି ।

ପୀୟୁଷ ଗୋୟଲ କହିଲେ କି ଭାରତର ସମୁଦାୟ ଜିଡ଼ିପି ର ହାରାହାରି ଅଧା ଭାଗ ୪୨ କୋଟି ଦିନମଜୁରିଆଙ୍କର ପରିଶ୍ରମରୁ ଆସିଥାଏ । ଏହା ମଧ୍ୟରେ ରିକ୍ସା ଚାଳକ ଓ କଂଷ୍ଟ୍ରକ୍ସନ ୱାର୍କର ସାମିଲ ଅଛନ୍ତି । ଏମିତି ସ୍ଥିତିରେ ଆମର କର୍ତ୍ତବ୍ୟ କି ତାଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଦିଆଯାଉ । ଏହି ସବୁ କଥାକୁ ଧ୍ୟାନରେ ରଖି ଆମେ ଏହି ଯୋଜନାର ଲାଭ ଦେବା ପାଇଁ ନିର୍ଣ୍ଣୟ ନେଇଛୁ ।

୫୫ ଟଙ୍କା ବଦଳରେ ମିଳିବ ବର୍ଷକୁ ୩୬୦୦୦ ଟଙ୍କା

ଯେଉଁ ଦିନମଜୁରିଆଙ୍କର ମାସିକ ଆୟ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ଅଟେ ତାଙ୍କୁ ସରକାର ଏହି ଯୋଜନାର ଲାଭ ଦେବେ । ଏହି ଯୋଜନା ଅନ୍ତର୍ଗତ ମଜୁରିଆଙ୍କୁ ବର୍ଷକୁ ୩୬୦୦୦ ଟଙ୍କା ଦିଆଯିବ । ଏହି ପଇସା ପେନସନ ରୂପରେ ୬୦ ବର୍ଷ ପରେ ମିଳିବ । ଏହା ପୂର୍ବରୁ ଆପଣଙ୍କୁ କିଛି ଟଙ୍କା ଜମା କରିବାକୁ ପଡିବ । ଏହି ଯୋଜନା ଅନ୍ତର୍ଗତ ଆପଣଙ୍କୁ ୨୯ ବର୍ଷ ଠାରୁ ପ୍ରତି ମାସରେ ୧୦୦ ଟଙ୍କା ୬୦ ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ପଡିବ । ଯଦି ଆପଣଙ୍କୁ ୧୮ ବର୍ଷ ତେବେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ପଡିବ ତା ପରେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ ।

କେତେ ଲୋକଙ୍କୁ ମିଳିବ ଏହାର ଲାଭ

ଏହି ଯୋଜନା ଅନୁସାରେ ସରକାର ଏହି କଥା ନିଶ୍ଚିତ କରିଛନ୍ତି କି ୫ ବର୍ଷରେ ଅସଂଗଠିତ କ୍ଷେତ୍ରର ୧୦ କୋଟି କର୍ମଚାରୀଙ୍କୁ ଏହାର ଲାଭ ମିଳିବାକୁ ଯାଉଛି । ଏହି ଯୋଜନା ଆସୁଥିବା ୫ ବର୍ଷରେ ଅସଂଗଠିତ କ୍ଷେତ୍ର ପାଇଁ ଦୁନିଆର ସବୁଠୁ ବଡ ପେନସନ ଯୋଜନା ପ୍ରମାଣିତ ହୋଇପାରେ । ପ୍ରଧାନ ମନ୍ତ୍ରୀ ଶ୍ରମ ୟୋଗୀ ମାନଧନ ଯୋଜନା ପାଇଁ ପୀୟୁଷ ଗୋୟଲ କହିଲେ କି ସରକାର ସବୁ ମଜୁରିଆଙ୍କ ପାଇଁ ସମାନ ପଇସା ଜମା କରିବେ । ବିତ୍ତ ମନ୍ତ୍ରୀ ପୀୟୁଷ ଗୋୟଲ ନିଜ ଭାଷଣରେ କହିଲେ କି ଏଥି ପାଇଁ ସରକାର ୫୦୦ କୋଟି ଟଙ୍କା ଜମା କରିବ । ଭବିଷ୍ୟତର ଆବଶ୍ୟକତା ଅନୁସାରେ ଏହା ଠାରୁ ମଧ୍ୟ ଅଧିକ ରାଶି ଉପଲବ୍ଧ କରାଯାଇପାରେ ।

ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଦେଶ ଦୁନିଆର ନୂଆ ନୂଆ ଅପଡେଟ ଆମେ ଆପଣଙ୍କ ପାଖରେ ପହଞ୍ଚାଇ ପାରିବୁ ।