ମଙ୍ଗଳବାର ଏବଂ ଶନିବାର ଦିନ ଏହି ଖାସ ଉପାୟ ଦ୍ଵାରା କରନ୍ତୁ ବଜରଙ୍ଗବଲିଙ୍କର ପୂଜା, କେବେ ବି ହେବ ନାହିଁ ଟଙ୍କାର ଅଭାବ

ଭଗବାନ ହନୁମାନ ହିନ୍ଦୁ ମାନଙ୍କର ଏକ ଏମିତି ଦେବତା ଅଟନ୍ତି ଯିଏକି ସର୍ବଦା ଭକ୍ତମାନଙ୍କର ରକ୍ଷା କରିଥାନ୍ତି । କଳିଯୁଗରେ ବି ଭଗବାନ ହନୁମାନ ନିଜର ଭକ୍ତଙ୍କର ସବୁ ଦୁଃଖକୁ ଦୂର କରିଥାନ୍ତି । କହିବାକୁ ଗଲେ ସବୁଦିନ ସବୁ ଭଗବାନଙ୍କର ହୋଇଥାଏ, କିନ୍ତୁ ହିନ୍ଦୁ ଧର୍ମରେ ପ୍ରତ୍ୟକ ଦିନକୁ ଅଲଗା ଅଲଗା ଭଗବାନଙ୍କୁ ପୂଜା କରାଯାଇଥାଏ, ଯେଉଁଥିରେ ଶନିବାର ଏବଂ ମଙ୍ଗଳବାର ଦିନକୁ ମହାବଳୀ ହନୁମାନଙ୍କର ଦିନ ବୋଲି କୁହାଯାଇଏ ।

ଭୁତ – ପ୍ରେତଙ୍କର କୌଣସି ପ୍ରକାରର ଅସୁବିଧାର ନିବାରଣ ହନୁମାନ କରିଥାନ୍ତି । ଆଜି ଆମେ ଆପଣଙ୍କୁ ମହାବଳୀ ହନୁମାନଙ୍କୁ ଜଲ୍ଦି ଖୁସି କରିବା ପାଇଁ କିଛି ଏମିତି ଉପାୟ ବିଷୟରେ କହିବୁ, ଯାହାକୁ କରିବା ଦ୍ଵାରା ମହାବଳୀ ହନୁମାନ ଜଲ୍ଦି ଖୁସି ହୋଇ ଯାଆନ୍ତି । ଏବଂ ଆପଣଙ୍କର ସବୁ ପ୍ରକାରର ସମସ୍ୟାକୁ ଦୂର କରି ଦିଅନ୍ତି ।

ହନୁମାନଙ୍କୁ ଖୁସି କରିବାର ଉପାୟ

·    ଶାସ୍ତ୍ର ଅନୁସାରେ ଗୋଟିଏ କାହାଣୀ କୁହାଯାଇଛି ଯେଉଁଥିରେ ହନୁମାନଙ୍କୁ ସିନ୍ଦୁର ବହୁତ ପସନ୍ଦ ଅଟେ । ତେବେ ଏମିତିରେ ଯଦି ଆପଣ ମଙ୍ଗଲବାର ଏବଂ ଶନିବାର ଦିନ ସିନ୍ଦୁର ଦ୍ଵାରା ହନୁମାନଙ୍କର ଶ୍ରୃଂଗାର କରି ତାଙ୍କର ପୂଜା କରୁଛନ୍ତି ତେବେ ସେ ଅବଶ୍ୟ ଖୁସି ହେବେ ।

·    ଏହା ସହିତ ଯଦି ଆପଣଙ୍କୁ ଧନ ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତେବେ ପ୍ରତ୍ୟକ ମଙ୍ଗଳବାର ଦିନ ଏକ ବର ଗଛର ପତ୍ରକୁ ଗଙ୍ଗା ପାଣିରେ ଶୁଦ୍ଧ କରି ହନୁମାନଙ୍କର ଚରଣରେ ଅର୍ପଣ କରନ୍ତୁ ଏବଂ ବିଧି ବିଧାନ ଅନୁସାରେ ତାଙ୍କର ପୂଜା ଜରନ୍ତୁ । ତେବେ ଆପଣଙ୍କ ଘରେ ଧନର ଆଗମନ ବଢିବ ଏବଂ ଆର୍ଥିକ ସମସ୍ୟାରୁ ଆପଣ ମୁକ୍ତ ହୋଇଯିବେ ।

·    ହନୁମାନଙ୍କୁ ପାନ ବହୁତ ପସନ୍ଦ ଲାଗେ । ଯଦି ଆପଣ ନିୟମିତ ରୂପରେ ତାଙ୍କୁ ସେହି ଦିନ ଗୁଡିକରେ ପାନ ବିଡିଆ ଅର୍ପଣ କରୁଛନ୍ତି ତେବେ ଆପଣଙ୍କୁ ରୋଜଗାର ରାସ୍ତାରେ କୌଣସି ଅସୁବିଧା ଆସିବ ନାହିଁ ।

·    ଏହା ସହିତ ମଙ୍ଗଳବାର ଦିନ ହନୁମାନଙ୍କୁ ଗୋଲପର ଫୁଲ ଅର୍ପଣ କରିବା ବହୁତ ଭଲ ଅଟେ ।

·    ଏହା ସହିତ କୁହାଯାଏ କି ହନୁମାନଙ୍କୁ ବୁନ୍ଦି ଏବଂ ବେସନର ଲଡୁ ବହୁତ ପସନ୍ଦ ଅଟେ । ଯଦି ଆପଣ ମଙ୍ଗଳବାର ଏବଂ ଶନିବାର ଦିନରେ ବ୍ରତ କରି ହନୁମାନଙ୍କୁ ପ୍ରସାଦ ଚଢାଉଛନ୍ତି ଏବଂ ଏହା ପରେ ସେହି ପ୍ରସାଦକୁ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଉଛନ୍ତି ତେବେ ଏହା ଦ୍ଵାରା ସନ୍ତାନ ସବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।