ମୋଦୀ ସରକାରଙ୍କ ନୂଆ ଯୋଜନା, ମାସକୁ ମିଳିବ 3 ହଜାର ଟଙ୍କା, ଜାଣନ୍ତୁ କେମିତି ପାଇ ପାରିବେ

କେନ୍ଦ୍ର ସରକାରଙ୍କ ବଡ ଘୋଷଣା । 44 ଲକ୍ଷ ଶ୍ରମିକଙ୍କୁ ଏବେ ପ୍ରତି ମାସରେ ମିଳିବ 3 ହଜାର ଟଙ୍କା । ଏହି ଅର୍ଥରାଶି ଶ୍ରମିକଙ୍କୁ ପେନସନ ଆକାରରେ ଦିଆଯିବ । ସରକାର ଅଣସଂଗଠିତ କ୍ଷେତ୍ର ପାଇଁ 3 ଟି ପେନସନ ଯୋଜନା ନିକଟରେ ଆରମ୍ଭ କରିଥିଲେ । ଯେଉଁଥିରେ କୃଷକ, ବ୍ୟବସାୟୀ ଓ ଶ୍ରମିକଙ୍କୁ ସାମିଲ କରା ଯାଇଛି । ତେବେ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ତଥା କର୍ମଚାରୀଙ୍କ ପାଇଁ ପିଏମ ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରା ଯାଇଛି । କେନ୍ଦ୍ର ସରକାରଙ୍କ ଏହି ଜନ କଲ୍ୟାଣ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ 60 ବର୍ଷ ବୟସ ପୁରିବା କ୍ଷଣି ମାସିକ 3000 ଟଙ୍କା ପେନସନ ବାବଦକୁ ଦିଆଯିବ ।

ସେହିପରି ଯଦି ଏହି ସମୟରେ ଦୁର୍ଭାଗ୍ୟ ବଶତଃ ତାଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରିବାର ଲୋକଙ୍କୁ ବି ପେନସନ ମିଳିବ । କିନ୍ତୁ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ତଥା କର୍ମଚାରୀଙ୍କ ପାଇଁ ଯେଉଁମାନେ କି EPFO, ନ୍ୟାସନାଲ ପେନସନ ସ୍କିମ କିମ୍ବା ରାଜ୍ୟ କର୍ମଚାରୀ ବୀମା ନିଗମର ସଦସ୍ୟ ତଥା ଆୟକର ଆଦି ଭରୁଥିବେ ତେବେ ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । କେବଳ 15000 ଟଙ୍କାରୁ କମ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ହିଁ ଏହି ଯୋଜନାରେ ସାମିଲ ହୋଇ ପାରିବେ ।

କିଏ ଏହାର ଲାଭ ଉଠାଇ ପାରିବେ

ଏହି ଯୋଜନା ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଲାଗୁ ହୋଇଛି । ଯେଉଁଥିରେ ସାଧାରଣ ଦୋକାନୀ, ଡ୍ରାଇଭର, ପ୍ଲମ୍ବର, ଦରଜି, ମେଡ, ମିଡ ଡେ ମିଲ ୱାର୍କର, ରିକ୍ସା ଚାଳକ, ଘର ନିର୍ମାଣ କରୁଥିବା ବ୍ୟକ୍ତି, ତଥା ମିସ୍ତ୍ରୀ ଏବଂ ଜୋଗାଡିଆ, ଅଳିଆ ଗୋଟାଳି, ବିଡି ତିଆରି ବାଲା, ଦିନ ମଜୁରିଆ, ମୋଚି ଏବଂ ଧୋବା ଆଦି ସାମିଲ ।

କିଭଳି ରହିବ କିସ୍ତି

ବୟସ ହିସାବରେ ଯୋଗଦାନ ରାଶିରେ ଫରକ ରହିଛି । ଯଦି କେହି 18 ବର୍ଷରୁ ଏହି ଯୋଜନାକୁ ଆରମ୍ଭ କରନ୍ତି ତେବେ ତାଙ୍କୁ ମାସିକ 55 ଟଙ୍କା ଜମା କରିବାକୁ ହେବ । ସେହିପରି 29 ବର୍ଷ ବଯସର ବ୍ୟକ୍ତିକୁ ଏଥିପାଇଁ ମାସିକ 100 ଟଙ୍କା ଏବଂ 40 ବର୍ଷ ବୟସ ବ୍ୟକ୍ତିକୁ ମାସିକ 200 ଟଙ୍କା ଜମା କରିବାକୁ ହେବ । ତେବେ 18 ରୁ 40 ବର୍ଷ ବଯସର ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇ ପାରିବେ ।

କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ

ଆଧାର କାର୍ଡ, ଆଇଏଇଏସସି ନମ୍ବର ସହ ସେଭିଙ୍ଗ ତଥା ଜନଧନ ଆକାଉଣ୍ଟ ଓ ମୋବାଇଲ ନମ୍ବର । ନିକଟସ୍ଥ କମନ ସର୍ଭିସ ସେଣ୍ଟରକୁ ଯାଇ ଆପଣ ରେଜିସ୍ଟ୍ରେଶନ କରି ପାରିବେ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।