ଏହି ପତ୍ରକୁ ପାଣିରେ ଗରମ କରି ବାଳକୁ ଧୋଇ ଦିଅନ୍ତୁ, ଏତେ ଲମ୍ବା ହେଇଯିବ ଯେ ଆପଣଙ୍କୁ କାଟିବାକୁ ପଡିବ

ବର୍ତ୍ତମାନ ଯୁଗରେ ସମସ୍ତଙ୍କ କେସ ଝଡ଼ିବା ଗୋଟିଏ ବହୁତ ବଡ ସମସ୍ୟା ରୂପରେ ସାମ୍ନାକୁ ଆସୁଛି । ଝିଅ ହେଉ କିମ୍ବା ପୁଅ ହେଉ ସମସ୍ତଙ୍କ କେସ ଝଡ଼ିବା ସେମାନଙ୍କ ଜୀବନର ସବୁଠୁ ବଡ କଷ୍ଟ ଦାୟକ ଓ ନୂତନ ସମସ୍ୟା ରୂପରେ ଦେଖାଯାଉଛି । ଏହା ଦ୍ଵାରା ଆମର ଆତ୍ମବିଶ୍ଵାସ ବି କମି ଯାଏ । ମଣିଷଙ୍କ ନିଜର କେସ ଝଡିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଶାମ୍ପୂ, ତେଲ, କଣ୍ଡିସନର, ହୈର ଟ୍ରିଟମେଂଟ ଇତ୍ୟାଦିର ସାହାର ନେଇଥାନ୍ତି ।

କିନ୍ତୁ ଏପଟ ସେପଟ ଜିନିଷର ବ୍ୟବହାର କରିବା ଦ୍ୱାରା କେସ ଝଢ଼ିବା ବନ୍ଦ କରିବା ପରିବେର୍ତ୍ତେ ଆପଣ କେସକୁ ଆହୁରି ଅଧିକ କମଜୋର କରି ଦିଅନ୍ତି । ଏହା ପରେ ପୁଣି ବିଭିନ୍ନ ଡାକ୍ତର ପାଖକୁ ଯାଇ ହୈର ଟ୍ରିଟମେଣ୍ଟ କରନ୍ତି ।

ଯଦି ଆପଣ ବି ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ କେସ ଝଡିବା ପରେ ଆପଣ ତାକୁ କାଟି ଦେଉଛନ୍ତି ତେବେ ଏହିଭଳି ସମସ୍ୟାରୁ ବଞ୍ଚିବା ପାଇଁ ଏକ ଭଲ ଉପାୟ ଅଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର କହିବୁ ଯେଉଁଥିରେ କି ଆପଣଙ୍କ କେସ ଝଡ଼ିବା ବନ୍ଦ ହୋଇଯିବ ।

ଆପଣଙ୍କୁ ପ୍ରଥମେ ଗୋଟିଏ ପାତ୍ରରେ ଦୁଇ ଗିଲାସ ପାଣି ନେବେ ଓ ସେଥିରେ ଦଶ ବାରଟି ନିମ୍ବ ପତ୍ର ଦେଇ ପାଣିକୁ ଏହିଭଳି ଭାବରେ ଗରମ କରନ୍ତୁ କି ସେହି ପାଣି ଫୁଟି ଫୁଟି ଚାରିଭାଗରୁ ଗୋଟିଏ ଭାଗ ରହିଯିବ । ଏହା ଦ୍ଵାରା ନିମ୍ବ ପତ୍ରର ସବୁ ଗୁଣ ସେହି ପାଣିରେ ଚାଲି ଆସିବ । ଏହା ପରେ ସେଥିରେ ଗୋଟିଏ ପିଆଜର ରସ । ଗୋଟିଏ ନାଲି ପିଆଜର ଚୋପା ଛଡ଼ାଇ ଦେବେ କାହିଁକି ନା ପିଆଜରେ ସଲଫର ଅଧିକ ଥାଏ ଯାହା ଆମର କେସ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଏହି ରସକୁ ଲଗାଇଲେ ଆପଣନାକ କେସରୁ ପିଆଜର ଗନ୍ଧ ଆସିବ, କିନ୍ତୁ କେସର ଭଲ ପାଇଁ ଆପଣଙ୍କୁ ଏହାକୁ କରିବାକୁ ପଡିବ । ଏହା ଆପଣଙ୍କ କେସକୁ ବହୁତ ଲମ୍ବା ବି କରିଦେବ । ଆପଣ ସେହି ନାଲି ପିଆଜର ରସ ବାହାର କରି ସେହି ଯେଉଁ ନିମ ପାଣି ଥିଲା ସେଥିରେ ମିଶ୍ରଣ କରି ଦିଅନ୍ତୁ । ଏହି ମିଶ୍ରଣକୁ ଗୋଟିଏ କପଡା କିମ୍ବା ଗୋଟିଏ ସ୍ପ୍ରେ ମଧ୍ୟରେ ନିଜର କେସର ମୂଳରେ ଓ ପୁରା କେସରେ ଏହାକୁ ଲଗାଇବାର ଅଛି ।

ଏହା ପରେ କେସକୁ ଦଶରୁ ପନ୍ଦର ମିନିଟ ପର୍ଯ୍ୟନ୍ତ ମାଲିସ କରିବା ପରେ କେସକୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ସେମିତି ଖୋଲା ଛାଡ଼ି ଦିଅନ୍ତୁ । ଏହା ପରେ ଆପଣ କେସ କୌଣସି ବି ସାମ୍ପୁରେ ଧୋଇ ଦିଅନ୍ତୁ । ଏହିପରି ସପ୍ତାହକୁ ତିନି ଥର କରନ୍ତୁ । ଏହା ପରେ ଆପଣ ନିଜେ ଫରକ ଜାଣି ପାରିବେ । ଆପଣଙ୍କ କେସ ପୁରା ସୁନ୍ଦର ଦେଖାଯିବ ଓ ଶାଇନିଂ କରିବାକୁ ଲାଗିବ । ଏହା ଥିଲା କେସର ଗୋଟିଏ ଘରୋଇ ଉପାଚାର ଥିଲା ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।