ମୋଦୀ ସରକାର ଏହି ଲୋକଙ୍କ ଖାତାକୁ ପଠେଇବେ ୩୬ ହଜାର ଟଙ୍କା, ଆପଣ ବି ଉଠାନ୍ତୁ ଲାଭ

କରୋନା ସଙ୍କଟ ସମୟରେ ସାଧାରଣ ଲୋକଙ୍କ ପାଇଁ ଖୁସି ଖବର ଆସିଛି । କେନ୍ଦ୍ର ସରକାର ଦେଶର ସାଧାରଣ ଲୋକଙ୍କ ଖାତାରେ ୩୬,୦୦୦ଟଙ୍କା ଦେବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଗରିବ ଏବଂ ଅସହାୟ ଲୋକଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ଅନେକ ପ୍ରକାରର ଯୋଜନା କରୁଛନ୍ତି । ଏହା ଅଧୀନରେ କେନ୍ଦ୍ର ସରକାର ଗରିବ, ବିକଳାଙ୍ଗ, ବିଧବା, ବରିଷ୍ଠ ନାଗରିକ ମାନଙ୍କ ବ୍ୟାଙ୍କ ଖାତାରେ ସିଧା ଟଙ୍କା ଦେବା ସହିତ ଆବଶ୍ୟକୀୟ ଜିନିଷ ମଧ୍ୟ ଯୋଗାଇ ଦେଉଛନ୍ତି ।

କରୋନା ସଙ୍କଟକୁ ଦେଖି ଗତ ଦିନରେ କେନ୍ଦ୍ର ସରକାର ୨୦ଲକ୍ଷ କୋଟି ଟଙ୍କା ଆର୍ଥିକ ରିଲିଫ ପ୍ୟାକେଜର ଘୋଷଣା କରିଛନ୍ତି ଯାହାର ବଡ ଭାଗ ଅସହାୟ ଲୋକଙ୍କ ପାଇଁ ଅଟେ । ଏହି ଯୋଜନା ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ ଧନ ଯୋଜନା (PM-SYM) ଅଟେ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ ଯୋଜନା ଅଧୀନରେ ସାରା ଦେଶରେ ଅଳିଆ ଉଠାଉ ଥିବା ଲୋକ, ଘରୋଇ ଶ୍ରମିକ, ରିକ୍ସା ଚାଳକ, ଧୋବା ଏବଂ କୃଷି ଶ୍ରମିକଙ୍କ ପରି ଅସଂଗଠିତ କ୍ଷେତ୍ର କର୍ମଚାରୀଙ୍କୁ ଆର୍ଥିକ ରୂପରେ ସାହାଯ୍ୟ କରିଥାଏ । ଏହି ଯୋଜନା ଅଧୀନରେ ସରକାର ୬୦ବର୍ଷ ବୟସ ପରେ ବାର୍ଷିକ ୩୬ହଜାର ଟଙ୍କା ପେନସନ ଦେଉଛନ୍ତି ।

ଏକ ଆକଳନ ଅନୁସାରେ ଦେଶରେ ଏମିତି ୪୨ କୋଟିରୁ ଅଧିକ ଶ୍ରମିକ ଅଛନ୍ତି ଯାହାକୁ ଏହି ସ୍କିମ ଅଧୀନରେ ଲାଭ ମିଳି ପାରିବ । ଏହାଛଡା ସରକାର ପିଏମ କିଶାନ ମାନଧନ ଯୋଜନା ଏବଂ ଲଘୁ ବେପାରୀ ପେନସନ ଯୋଜନା ମଧ୍ୟ ପରିଚାଳନା କରୁଛନ୍ତି । ଏହି ଯୋଜନା ପାଇଁ ୬ ମେ ସୁଦ୍ଧା ପ୍ରାୟ ୬୪.୫ ଲକ୍ଷ ଲୋକ ରେଜିଷ୍ଟେସନ କରି ସାରିଛନ୍ତି ।

ଏହି ଯୋଜନା ଅଧୀନରେ ଆପଣ ବି ଏମିତି କରନ୍ତୁ ରେଜିଷ୍ଟ୍ରେସନ ଏବଂ ଉଠାନ୍ତୁ ଲାଭ

ଏହି ଯୋଜନା ଅସଂଗଠିତ ଲୋକଙ୍କ ପାଇଁ ଅଟେ । ଏହା ଅଧୀନରେ ରେଜିଷ୍ଟ୍ରେସନ ପାଇଁ ଆବେଦନ କରିବାର ବୟସ ୧୮ ବର୍ଷ ରୁ ୪୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ ଅଟେ । ଏହା ସହିତ ମଧ୍ୟ ପ୍ରତି ମାସରେ ୧୫,୦୦୦ ଟଙ୍କାରୁ ଅଧିକ ରୋଜଗାର ହେଉ ନଥିବା ଦରକାର ।

ଏମିତି କରନ୍ତୁ ରେଜିଷ୍ଟ୍ରେସନ

ଆପଣ EPFO ଇଣ୍ଡିଆ ୱେବସାଇଟକୁ ଯାଇ ଆପଣଙ୍କର ନିକଟସ୍ଥ ସାଧାରଣ ସେବା କେନ୍ଦ୍ର ପାଇ ପାରିବେ । ଆପଣଙ୍କୁ ସେଠାରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହା ଛଡା ଆପଣ LIC ବ୍ରାଞ୍ଚ ଅଫିସ, ESIC, EPFO କିମ୍ବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲେବର ଅଫିସକୁ ଯାଇ ଆବେଦନ କରି ପାରିବେ । ଆବେଦନ କରିବା ପାଇଁ ଆପଣଙ୍କ ପାଖରେ ତିନୋଟି ଜରୁରୀ ଡକ୍ୟୁମେଣ୍ଟ ରହିବା ନିହାତି ଦରକାର । ସେଗୁଡିକ ହେଉଛି ଆଧାର କାର୍ଡ, IFSC କୋଡ ସହିତ ସେଭିଙ୍ଗ କିମ୍ବା ଜନଧନ ଆକାଉଣ୍ଟ ଏବଂ ମୋବାଇଲ ନମ୍ବର ନିହାତି ଆବଶ୍ୟକ ଅଟେ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।