ଆଜିର ରାଶିଫଳ, 9 ଜୁନ 2020, ମଙ୍ଗଳବାର, ଚନ୍ଦ୍ର କରିବେ ରାଶି ପରିବର୍ତ୍ତନ, ଏହି ୫ଟି ରାଶିଙ୍କୁ ମିଳିବ ଅପାର ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ମନ ପ୍ରସନ୍ନ ରହିବ ଏବଂ ସମସ୍ତ କାର୍ଯ୍ୟରେ ଆତ୍ମବିଶ୍ଵାସର ସହ ସମ୍ପନ୍ନ କରିବେ । ଘର ପରିବାରରେ ହସ ଖୁସିର ବାତାବରଣ ରହିବ । ଭୂମି, ଭବନ କାର୍ଯ୍ୟ ହୋଇପାରେ । କିଛି ବସ୍ତୁ ଉପରେ ଟଙ୍କା ଖର୍ଚ ହୋଇପାରେ । ମାତାଙ୍କ ଆଶୀର୍ବାଦ ଦ୍ଵାରା ଆପଣଙ୍କ ଭାଗ୍ୟ ମଜବୁତ ହେବ । ସନ୍ତାନଙ୍କ ବ୍ୟବହାର ଅନୁକୂଳ ରହିବ । ଆପଣଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ଦ୍ଵାରା କିଛି ଲୋକମାନେ ଲାଭବାନ ହେବେ । ସନ୍ତାନମାନେ ଆପଣଙ୍କ କଥାକୁ ଅନୁସରଣ କରିବେ ।

ବୃଷ

ମନରେ ସ୍ଥିରତା ରହିବ । କାର୍ଯ୍ୟରେ କିଛି ନୂତନତା ଆସିବ । କୌଣସି ନୂତନ ମହତ୍ଵପୂର୍ଣ ସୂଚନା ଓ ସନ୍ଦେଶ ମିଳିପାରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସାମଞ୍ଜସ୍ୟ ରହିବ । ଖର୍ଚ ପୂର୍ତି ପାଇଁ କରଜ ନେବାକୁ ପଡିପାରେ । ଆଜି କୌଣସି ବ୍ୟକ୍ତିଙ୍କ ସାହାର୍ଯ୍ୟ କରି ପାରନ୍ତି । ସଠିକ ସମୟରେ କାହାର ସାହାର୍ଯ୍ୟ ଦ୍ଵାରା ଆପଣ କୌଣସି ବଡ ସମସ୍ୟାରୁ ବଞ୍ଚି ପାରିବେ । ପତ୍ନୀକୁ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ । ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ ।

ମିଥୁନ

ମନରେ ଭରପୁର ଆତ୍ମବିଶ୍ଵାସ ରହିବ । ଆତ୍ମବିଶ୍ଵାସ ସହିତ କୌଣସି ବି କାର୍ଯ୍ୟକୁ ସମ୍ପନ୍ନ କରି ପାରିବେ । ସ୍ଥାୟୀ ସମ୍ପତ୍ତି ସମ୍ବନ୍ଧିତ ମାମଲାରେ ଭଲ ଯୋଗ ଅଛି । ଜୀବନସାଥିଙ୍କ ଠାରୁ ଭରପୁର ସହଯୋଗ ପ୍ରାପ୍ତ ହେବ । ଯୁବକମାନଙ୍କୁ ଭଲ ବିକଳ୍ପ ମିଳିପାରେ । ଭାଇ ଭଉଣୀଙ୍କ ମଧ୍ୟରେ ଭଲ ପାଇବା ବଢିବ । ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଆସିପାରେ । ନିଜର ଜୀବନସାଥିଙ୍କ ସହିତ ପାରିବାରିକ ସମସ୍ୟାକୁ ନେଇ ଚର୍ଚା କରନ୍ତୁ । ତେବେ ଆପଣଙ୍କ ସମସ୍ୟା ସମଧାନ ହୋଇଯିବ ।

କର୍କଟ

ଆଜିର ଦିନ ସାମାନ୍ୟ ରହିବ । ମନ ସ୍ଥିର ରହିବ । କୌଣସି କଥାକୁ ନେଇ ପରିବାରରେ ବିବାଦ ହୋଇପାରେ । କାମ କାର୍ଯ୍ୟର ଭଲ ଅବସର ମିଳିପାରେ । ସମାଜ କାର୍ଯ୍ୟରେ ସକ୍ରିୟ ରହିବେ । ଆପଣଙ୍କ ରାଗ ଆଜି ଆପଣଙ୍କୁ ସମସ୍ୟାରେ ପକାଇ ପାରେ । ବ୍ୟାଙ୍କ ସହ ଜଡିତ କାମ ହୋଇଯିବ । ସାବଧାନ ହୋଇ ସମସ୍ତ କାର୍ଯ୍ୟ କରନ୍ତୁ । ପରିବାରର କୌଣସି ସଦସ୍ୟ କେତେକ ଜିନିଷକୁ ନେଇ ବିବାଦ କରି ପାରନ୍ତି । ପରିବାରର କୌଣସି ସଦସ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରୋଗରେ ପୀଡିତ ହୋଇ ପାରନ୍ତି ।

ସିଂହ

ପରିବାରର ସମସ୍ତ ବିବାଦ ସମାଧାନ ହୋଇଯିବ । ମନରେ କିଛି କାର୍ଯ୍ୟକୁ ନେଇ ଚିନ୍ତା ରହିପାରେ । ସ୍ଥାୟୀ ସମ୍ପତ୍ତିରୁ ଲାଭର ଯୋଗ ଅଛି । ଅଧିକ ସମୟ ହେବ ଅଟିକିଥିବା କାମ ଗତି ଧିରିପାରେ । ବ୍ୟାପାରରେ ପାର୍ଟନରଶୀପ ଦ୍ଵାରା ଲାଭ ମିଳିପାରେ । ସରକାରୀ କର୍ମଚାରୀଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି । ପ୍ରେମ ଆପଣଙ୍କ ମୁଣ୍ଡରେ ଚଢି ବସିବ । ଆଜି ଦିନରେ ନିବେଶ କରିବା ଲାଭଦାୟକ ପ୍ରମାଣିତ ହେବ । କିନ୍ତୁ ଆଜି ଆପଣଙ୍କୁ କିଛି ବିରୋଧୀଙ୍କ ସାମ୍ନା ବି କରିବାକୁ ପଡିପାରେ ।

କନ୍ୟା

ଚାକିରିରେ ସ୍ଥିତି ଭଲ ରହିବ । ଜୋଖିମ ଭରା କାର୍ଯ୍ୟରେ ସାମିଲ ହୁଅନ୍ତୁ ନାହିଁ । ବ୍ୟାପାରରେ କିଛି ନୂତନତା କରିବାର ସମୟ ଆସି ଯାଇଛି । ଆଜିର ଦିନ ସାମାନ୍ୟ ରହିବ । ମନରେ କିଛି କଥାକୁ ନେଇ ଚିନ୍ତା ରହିବ । ଭାଗ୍ୟ ଉପରେ ନିର୍ଭର ରୁହନ୍ତୁ ନାହିଁ ଓ ନିଜ କର୍ମ ଉପରେ ବିଶ୍ଵାସ ରଖନ୍ତୁ । ନିଜର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ଆପଣ କିଛି ବିବାଦରୁ ମୁକ୍ତି ପାଇଯିବେ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । କୌଣସି କଥାକୁ ନେଇ ଦିନ ସାରା ଚିନ୍ତା କରିବେ ।

ତୁଳା

ମନରେ ଆଧ୍ୟାତ୍ମିକ ଅନୁଭୂତି ଆସିବ । ଧାର୍ମିକ କାର୍ଯ୍ୟ କରି ପ୍ରସନ୍ନ ହେବେ । ବଡ ଲୋକମାନଙ୍କ ପ୍ରତି ମାନ ସମ୍ମାନ ବଢିବ । ପରିବାର ଲୋକମାନଙ୍କ ମଧ୍ୟରେ ସହଯୋଗ ରହିବ । ରଚନାତ୍ମକ କାର୍ଯ୍ୟରେ ଭାଗ ନେବେ । ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବେ । ଆପଣ ସଫଳତା ହେବେ ଓ ସୁଖମୟ ରହିବେ । ଏହା ଭଲ ସମୟ ଅଟେ ଆପଣଙ୍କ ପାଇଁ । ସନ୍ତାନଙ୍କ ଭାଗ୍ୟ ବି ଭଲ ରହିବ । ସନ୍ତାନଙ୍କ ସହ ସମ୍ବନ୍ଧିତ କାର୍ଯ୍ୟ କରିବେ ।

ବିଚ୍ଛା

ମନରେ ଆଶଙ୍କା ରହିବ । ଏହି କାରଣରୁ ନିଷ୍ପତି ନେବା ସମୟରେ ଅସୁବିଧା ଆସିବ । ଭାଇମାନଙ୍କ ସହଯୋଗ ପ୍ରାପ୍ତ ହେବ । ମନବଲ ମଜବୁତ ହେବ । ସମାଜ ଓ ପରିବାରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ । ବରିଷ୍ଠ ଲୋକମାନଙ୍କୁ ନେଇ ଅଧିକ ଚିନ୍ତିତ ରହି ପାରନ୍ତି । ସମୟ ଅନୁକୁଲ ଅଛି । ବୈବାହିକ ସମସ୍ୟାର ସମାଧାନ ହୋଇପାରେ । ଶତ୍ରୁ ପରାଜୟ ହେବେବ । ବ୍ୟବସାୟରେ ଭଲ ଦିନ ଅଛି । କାରଣ ଅଚାନକ ବଡ ଲାଭ ମିଳିପାରେ ।

ଧନୁ

କିଛି ନୂତନ କାର୍ଯ୍ୟରେ ଲାଭ ମିଳିବ । କିନ୍ତୁ ତାହା ଆଶା ଅନୁସାରେ ହେବ ନାହିଁ । ନିବେଶ କରିବା ସମୟରେ ଜଲ୍ଦି ଜଲ୍ଦି କୌଣସି ନିଷ୍ପତି ନିଅନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ନିଜର ସମୟ ଓ ଉର୍ଜାକୁ ଦ୍ଵିତୀୟଙ୍କ ସାହାର୍ଯ୍ୟରେ ଲଗାନ୍ତୁ । ଏହିଭଳି ମାମଲା ଠାରୁ ବଞ୍ଚନ୍ତୁ ଯେଉଁଥିରେ ଆପଣଙ୍କୁ ଆର୍ଥିକ ରୂପରେ କ୍ଷତି ପହଞ୍ଚିବ । କାର୍ଯ୍ୟ କ୍ଷେତ୍ରରେ ଅସ୍ଥିରତା ରହିବ । ବାଣୀରେ ମଧୁରତା ଆସିବ । କୌଣସି ପୁରୁଣା ମିତ୍ର ସହ ସାକ୍ଷାତ ହୋଇପାରେ ।

ମକର

ଉଦାସୀନ ରହିବେ । ଛୋଟ ଭାଇ ସହିତ କୌଣସି କଥାକୁ ବିବାଦ ହୋଇପାରେ । ପାରିବାରିକ ବାତାବରଣ ସାମାନ୍ୟ ରହିବ । ମାତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଯାହା ଉପରେ ଆଖି ବନ୍ଦ କରି ବିଶ୍ଵାସ କରୁଛନ୍ତି ସେ ବ୍ୟକ୍ତି ହିଁ ଆପଣଙ୍କ ବିଶ୍ଵାସ ଭାଙ୍ଗି ପାରେ । ନିଜର ରୋମାଣ୍ଟିକ ଭାବନକୁ ସମସ୍ତଙ୍କୁ କୁହନ୍ତୁ ନାହିଁ । ବ୍ୟବସାୟ ଯାତ୍ରା କ୍ୟାନସେଲ ହୋଇଯିବ । କୌଣସି ମାମଲାକୁ ନେଇ ଜୀବନସାଥି ସହିତ ବିବାଦ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ ।

କୁମ୍ଭ

ସନ୍ତାନଙ୍କ ଶିକ୍ଷାକୁ ନେଇ କୌଣସି ମହତ୍ଵପୂର୍ଣ ପଦକ୍ଷେପ ଉଠାଇ ପାରନ୍ତି । ଖାଦ୍ୟପାନ ପ୍ରତି ରୁଚି ବଢିବ । ଗାଡିର ପ୍ରୟୋଗ ସାବଧାନ ହୋଇ କରନ୍ତୁ । ଯଦି ଆପଣ ବ୍ୟବସାୟରେ କୌଣସି ନୂତନ ଭାଗୀଦାରୀ ବିଷୟରେ ଚିନ୍ତା କରୁଛନ୍ତି ତେବେ ସେଥିରେ ନିଶ୍ଚିତ ରୂପରେ ସଫଳ ହେବେ । ଆଜି ଆପଣ କାହାକୁ ପ୍ରତଜ୍ଞା କରି ପାରନ୍ତି । ଜୀବନସାଥିଙ୍କ ଗ୍ରହ ବହୁତ ପ୍ରଭାବାଲି ଅଟେ । ଯଦି ଆପଣ ସଠିକ ଲୋକ ସାମ୍ନାରେ ନିଜର ପ୍ରତିଭା ଓ କ୍ଷମତା ପ୍ରଦର୍ଶିତ କରିବେ ତେବେ ଜଲ୍ଦି ଉନ୍ନତି କରି ପାରିବେ ।

ମୀନ

ମାତାଙ୍କ ଆଶୀର୍ବାଦ ଦ୍ଵାରା ସମସ୍ତ କାର୍ଯ୍ୟ ସଫଳତା ପୂର୍ଣ ସମାପ୍ତ ହୋଇଯିବ । ସନ୍ତାନଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଜୀବନସାଥିଙ୍କ ସହ କଥାବାରତା କରି କିଛି ମହତ୍ଵପୂର୍ଣ ନିଷ୍ପତି ନିଅନ୍ତୁ । ଯାତ୍ରା କରିବା ସମୟରେ କିଛି ନୂତନ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ଜଲ୍ଦି ଜଲ୍ଦି କୌଣସି ବି ନିଷ୍ପତି ନିନତୁ ନାହିଁ । ନଚେତ ଜୀବନରେ ଆଗକୁ ଯାଇ ପଶ୍ଚାତାପ କରିବାକୁ ପଡିପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।