ପ୍ରଧାନମନ୍ତ୍ରୀ Modi ଙ୍କୁ କାହିଁକି ଏଭଳି ନିବେଦନ କଲେ ଭାରତୀୟ କ୍ରିକେଟରଙ୍କ ସ୍ତ୍ରୀ, ଭିଡିଓ ଶେୟାର କରି କହିଲେ…

ଆମ ଦେଶର ନାମ ପରିବର୍ତ୍ତନ କରିଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କଲେ କ୍ରିକେଟରଙ୍କ ସ୍ତ୍ରୀ । ସେ ସୋସିଆଲ ମିଡିଆରେ ମୋଦୀଜୀଙ୍କୁ ଏଭଳି ନିବେଦନ କରିଛନ୍ତି । କହିଲେ ଦେଶର ନାମ ବଦଳାଇ ଏହି ନାମ ରଖିଦିଅନ୍ତୁ । ତେବେ ସେ ଆଉ କେହି ନୁହନ୍ତି ବରଂ ଭାରତୀୟ କ୍ରିକେଟ ଟିମ୍ ର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନ । ହସିନ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ସ୍ଵାମୀ ଶାମିଙ୍କ ବିରୋଧରେ ସେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ ।

ସେବେ ଠାରୁ ହସିନ ଜାହାନ ନିରନ୍ତର କେଉଁ ନା କେଉଁ ବିବାଦରେ ଛନ୍ଦି ହୋଇ ରହୁଛନ୍ତି । ବର୍ତ୍ତମାନ ଦେଶର ନାମରେ ପରିବର୍ତ୍ତନ କରି ଦେବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି । ହସିନ ଜାହାନ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏଭଳି ପୋଷ୍ଟ ଜରିଆରେ ଏଭଳି ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ । ତେବେ କେବଳ ପ୍ରଧାନମନ୍ତ୍ରୀ ନୁହେଁ ବରଂ ତାଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ସେ ଏହି ବିଶେଷ ନିବେଦନ କରିଛନ୍ତି ।

ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ହସିନ ଜାହାନ ଲେଖିଛନ୍ତି କି, ଆମ ଦେଶ ଆମର ସମ୍ମାନ, ମୁଁ ଭାରତକୁ ଭଲ ପାଏ । ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ମୁଁ ଭାରତର ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରୁଛି । ଯାହାଫଳରେ ସାରା ବିଶ୍ଵ ଆମକୁ ଇଣ୍ଡିଆ ନୁହେଁ କି ଭାରତ ନୁହେଁ ବରଂ ହିନ୍ଦୁସ୍ଥାନ ବୋଲି କହିବ ।”

ହସିନ ଜାହାନ ଏବଂ ଭାରତୀୟ କ୍ରିକେଟର ମହମ୍ମଦ ଶାମି ୨୦୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ବିବାହର ମାତ୍ର ୪ ବର୍ଷ ପରେ ଅର୍ଥାତ ୨୦୧୮ ରେ ହସିନ ଶାମିଅଙ୍କ ବିରୋଧରେ ଘରୋଇ ହିଂସା ଏବଂ ମ୍ଯାଚ ଫିକ୍ସିଙ୍ଗ ଭଳି ଅନେକ ଗୁରୁତର ଅଭିଯୋଗ ଆଣିଥିଲେ ।

ଏହାପରେ ମଧ୍ୟ ବିସିସିଆଇ ଶାମିଙ୍କୁ ନିର୍ଦ୍ଦୋଷ ବୋଲି କହିବା ସହ ଦଳରେ ମଧ୍ୟ ସ୍ଥାନ ଦେଇଥିଲା । ସେବେ ଠାରୁ ଶାମି ଓ ହସିନ ଅଲଗା ହୋଇ ଯାଇଥିଲେ । ହେଲେ ସମୟ ସମୟରେ ଏଭଳି କିଛି କହି ବ ପୋଷ୍ଟ କରି ହସିନ ଜାହାନ ଅନେକ ସମୟରେ ବିବାଦରେ ରହିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।