BSF କ୍ୟାମ୍ପରେ କମେଡି କିଙ୍ଗ Papu Pompom ଙ୍କ ଅଧ ଖଣ୍ଡିଆ ହିନ୍ଦୀ ଶୁଣିଲେ ଆପଣ ହସି ହସି ଗଡିବେ, ଯବାନ ମାନଙ୍କୁ ହସେଇ ହସେଇ ବେଦମ କଲେ Papu, ଦେଖନ୍ତୁ Video

ସହିଦ ଲକ୍ଷ୍ମଣ ନାୟକଙ୍କ ଭଳି ଅନେକ ବୀରପୁତ୍ରଙ୍କୁ ଜନ୍ମ ଦେଇଛି କୋରାପୁଟ ମାଟି । କୋରାପୁଟର ପ୍ରାକୃତିକ ସୌନ୍ଦର୍ଜ୍ୟ ସମସ୍ତଙ୍କ ଆଖି ଓ ମନକୁ ଖୁବ ଆକର୍ଷିତ କରେ । ଗତକାଲି ଆମ ଦେଶ ସ୍ଵାଧୀନତାର ୭୫ ବର୍ଷ ଧୁମଧାମରେ ପାଳନ କରିଛି । ତେବେ ବର୍ଷ ବର୍ଷ ଧରି ଆମ ଦେଶକୁ ବୀର ଯବାନମାନେ ସୁରକ୍ଷା ପ୍ରଦାନ କରୁଛନ୍ତି । ସେମାନେ ସୀମାରେ ଦେଶ ପାଇଁ କରୁଥିବା ତ୍ୟାଗ ଯୋଗୁଁ ଆମେ ଆଜି ଏଠାରେ ନିଶ୍ଚିନ୍ତରେ ଜୀବନ କାଟୁଛୁ ।

ତେବେ ସ୍ଵାଧୀନତା ଦିବସ ଉପଲକ୍ଷେ କୋରାପୁଟରେ ଥିବା ବିଏସଏଫ କ୍ୟାମ୍ପରେ ଯବାନ ମାନଙ୍କୁ ଟିକିଏ ମନୋରଞ୍ଜନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ତଥା ଯବାନ ମାନଙ୍କୁ ଟିକେ ହସେଇବା ପାଇଁ ଚେଷ୍ଟା କରିଥିଲେ ଓଲିଉଡର ଲୋକପ୍ରିୟ କମେଡିଆନ ପପୁ ପମପମ୍ । ପପୁ ଓଡିଆରେ କମେଡି କରୁଥିବା ବେଳେ ସେହି କ୍ୟାମ୍ପରେ ରହୁଥିବା ଅଧିକାଂଶ ଯବାନ ସେତେ ଭଲ ଭାବେ ଓଡିଆ ବୁଝନ୍ତି ନାହିଁ ।

କାରଣ କେବଳ ଆମ ରାଜ୍ୟରୁ ନୁହେଁ ବରଂ ରାଜ୍ୟ ବାହାରୁ ମଧ୍ୟ ଯବାନ ସେହି ସ୍ଥାନରେ କାର୍ଯ୍ୟରତ ଅଟନ୍ତି । ତେବେ ଯାହାବି ହେଉ ପପୁ ହିନ୍ଦୀରେ କଥା କହି ଯବାନ ମାନଙ୍କୁ ହସେଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ପପୁଙ୍କ ହିନ୍ଦୀ ଏତେ ମଜାଳିଆ ଥିଲା ଯେ ସେତିକି ହିଁ ହସେଇବା ପାଇଁ ଯଥେଷ୍ଟ ଥିଲା କହିଲେ ଭୁଲ ହେବନି ।

ଏକଥା ପପୁ ନିଜେ ବି ଷ୍ଟେଜରେ କହି ଦେଇଥିଲେ କି, “ମୁଁ ସବୁବେଳେ ଓଡିଆରେ କମେଡି କରେ, ଫିଲ୍ମ କରେ ଯାହାବି କରେ ଓଡିଆରେ କରେ । ତେଣୁ ହିନ୍ଦୀରେ କହିବାକୁ ପଡିବ ଜାଣିବା ପରେ ମୁଁ ଟିକେ ଟେନସନରେ ଅଛି । ତେବେ ମୋର ମଝିରେ ମଝିରେ ହିନ୍ଦୀ ଶବ୍ଦ ମନେ ନପଡିଲେ ଓଡିଆ ବାହାରିଯିବ । ସେମିତି ହେଲେ ହସିଦେବେ ଆଉ ସମସ୍ତେ ଭାବିବେ କମେଡିଆନ ତ କମେଡି କରୁଛି ।”

ତେବେ ପପୁ ଗୀତ ଗାଇଥିଲେ ଏବଂ ବିଭିନ୍ନ ମଜାଳିଆ କଥା କହି ଯବାନ ମାନଙ୍କୁ ଖୁବ ହସେଇଥିଲେ । ଏହାସହ ସୀମାରେ ଜଗି ଆମର ସୁରକ୍ଷା କରୁଥିବାରୁ ସେମାନଙ୍କୁ ସେ କୃତଜ୍ଞତା ମଧ୍ୟ ଜଣାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।