ବୁଡିଗଲାଣି ଦେବୀମା’ଙ୍କ ପ୍ରସିଦ୍ଧ ଶକ୍ତିପୀଠ ଭଟ୍ଟାରିକା ମନ୍ଦିର, ବନ୍ୟାର ଏହି କରାଳ ରୂପ ଦେଖିଲେ ଆପଣ ଛାନିଆ ହୋଇଯିବେ, ଦେଖନ୍ତୁ video

କଟକ ଆଠଗଡର ବଡମ୍ବାରେ ରହିଛି ମା’ ଭଟ୍ଟାରିକାଙ୍କ ମନ୍ଦିର ତଥା ପ୍ରସିଦ୍ଧ ଶକ୍ତିପୀଠ । ଏହି ଶକ୍ତିପୀଠରେ ମା’ଙ୍କୁ ଷୋଡଶୀ ଭାବେ ପୂଜା କରାଯାଏ । ମହାନଦୀ ମଧ୍ୟରେ ଥିବା ଏକ ଟାପୁରେ ନଦୀ ପତନ ଠାରୁ ପ୍ରାୟ ୧୫ରୁ ୨୦ ଫୁଟ୍ ଉଚ୍ଚତାରେ ରହିଛି ଏହି ମନ୍ଦିର । ହେଲେ ଏବେ ଏହି ମନ୍ଦିରର ଅବସ୍ଥା ଦେଖିଲେ ଆପଣ ବି ଚିନ୍ତାରେ ପଡିଯିବେ । ମହାନଦୀ ପାଣିରେ ବୁଡି ରହିଛି ମା ଭଟ୍ଟାରିକାଙ୍କ ଏହି ମନ୍ଦିର । କିଛିଦିନ ଧରି ଲଗାଣ ବର୍ଷା ଲାଗି ରହିବା ଫଳରେ ଉପରମୁଣ୍ଡରୁ ପ୍ରଚୁର ପାଣି ମାଡି ଆସିଛି ।

ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବା ସହ ତଳିଆ ଅଞ୍ଚଳରେ ହେଉଥିବା ପ୍ରବଳ ବର୍ଷାର ପ୍ରଭାବରେ ମହାନଦୀ ଫୁଲି ଯାଇଛି । ଗତ ୧୩ ତାରିଖ ଦିନ ନଦୀ ପାଣି ୧୨ରୁ ୧୩ ଫୁଟ୍ ଯାଏଁ ଉଠି ଭଟ୍ଟାରିକା ମନ୍ଦିରର ବେଢା ପର୍ଯ୍ୟନ୍ତ ପାଣି ଉଠିଥିଲା । ଫଳରେ ମନ୍ଦିରର ସବୁ ପାହାଚ ଜଳମଗ୍ନ ହୋଇ ଯାଇଥିଲା । ହେଲେ ରାତିକ ମଧ୍ୟରେ ପରିସ୍ଥିତି ଅସମ୍ଭାଳ ହୋଇ ଯାଇଥିଲା । ୧୪ ତାରିଖ ବେଳକୁ ମନ୍ଦିର ଭିତରେ ୩-୪ଫୁଟ୍ ର ପାଣି ଭର୍ତ୍ତି ହୋଇ ଯାଇଥିଲା ।

ମହାନଦୀ ଫୁଲିବା ଫଳରେ ଯୁଆଡେ ଦେଖିବା ଖାଲି ପାଣି ଆଉ ଭୟଙ୍କର ସ୍ରୋତ । ମହାନଦୀର ଏଭଳି କରାଳ ରୂପ ଆଗରୁ କେବେ ଦେଖି ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ପାଣି କମିବା ବଦଳରେ ଆହୁରି ବଢିଚାଲିଛି । ୧୫ ତାରିଖ ବେଳକୁ ସ୍ଥିତି ଆହୁରି ସାଂଘାତିକ । ସେଠାରେ ପାଣି ଦେଖିବାକୁ ଲୋକଙ୍କ ଭିଡ ଜମୁଥିବାରୁ ଆଜି ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଲଗାଯାଇଛି ।

ତେବେ ମନ୍ଦିରରେ ପ୍ରତିଷ୍ଠିତ ଥିବା ମା ଭଟ୍ଟାରିକାଙ୍କ ବିଗ୍ରହକୁ ନିକଟସ୍ଥ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇ ସାରିଥିବା ବେଳେ ଏବେ ଜିଲ୍ଲା ପ୍ରଶାସନ ଏବଂ ଦେବୋତ୍ତର ପରିଚାଳନା କମିଟିର ପୂର୍ବ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠିଛି । ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ଫଳରେ ନାରଣପୁର ଓ ବାଙ୍ଗେରୀଶିଙ୍ଗା ଗାଁ ଏବେ ସଂପୂର୍ଣ୍ଣ ଭାବେ ଜଲବନ୍ଦୀ ହୋଇ ରହିଛି । ଆଉ ବନ୍ୟାର କରାଳ ରୂପ ଏବେ ଲୋକଙ୍କ ମନରେ ଛନକା ସୃଷ୍ଟି କରୁଛି ।

ହେଲେ ଏ ସମସ୍ଯା କେବଳ ଏଥରର ନୁହେଁ ବରଂ ପ୍ରତି ବର୍ଷ ଏଭଳି ସମସ୍ଯା ଦେଖିବାକୁ ମିଳେ । ବଢି ଆସିଲେ ମା’ଙ୍କୁ ସ୍ଥାନାନ୍ତର କରାଯାଏ । ତେବେ ଏହାର ସ୍ଥାୟୀ ସମାଧାନ କେବେ ହେବ ଭକ୍ତମାନଙ୍କ ମନକୁ ଏବେ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।