ମୋବାଇଲ ବ୍ୟବହାର ହୋଇପାରେ ମାରାତ୍ମକ, ଅଧିକ ମୋବାଇଲ ଦେଖିବା ରୁ ଏହି ପିଲାର ହୋଇଛି ଏମିତି ଅବସ୍ଥା- ଜାଣନ୍ତୁ ଓ ନିଜ ପିଲା ପ୍ରତି ଧ୍ୟାନ ଦିଅନ୍ତୁ ନଚେତ…

ନମସ୍କାର, ବନ୍ଧୁଗଣ । ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣମାନେ ତ ଜାଣିଥିବେ ଆଜିକାଲିର ପିଲା ମାନେ ଫୋନ କେମିତି ବ୍ୟବହାର କରୁଛନ୍ତି । ତେବେ ବାପା ମା ନିଜ ଜୀବନରେ ଏତେ ବ୍ୟସ୍ତ ରହୁଛନ୍ତି କି ସେମାନେ ନିଜ ପିଲା ଉପରେ ଭଲଭାବେ ଧ୍ୟାନ ଦେଉ ନାହାନ୍ତି । ଆଜି ଆମେ ସେହି କଥା ଉପରେ ଏକ ଏଭଳି ଘଟଣା କହିବୁ ଯାହା ଶୁଣିବା ପରେ ଆପଣ କେବେବି ନିଜ ପିଲାକୁ ଫୋନ ବ୍ୟବହାର କରିବାକୁ ଦେବେ ନାହିଁ ।

ଯଦି ଆପଣ ନିଜ ପିଲା ମାନଙ୍କ ପ୍ରତି ଧ୍ୟାନ ଦେଉ ନାହାନ୍ତି ଓ ସେମାନେ ତାଙ୍କର ଅଧିକାଂଶ ସମୟ ମୋବାଇଲ ଦେଖିବାରେ ବିତାଉଛନ୍ତି ତେବେ ଆଜି ହିଁ ସେମାନଙ୍କୁ ଫୋନ ଠାରୁ ଦୂରେଇ ରଖନ୍ତୁ ନଚେତ ଘଟିପାରେ ଅଘଟଣ ।

ସେମାନେ ଯଦି କିଛି ଜିଦ୍ଦି କରୁଛନ୍ତି ତେବେ ତାଙ୍କୁ ଚୁପ କରାଇବା ପାଇଁ ଫୋନ ଦେଇ ବସେଇ ଦେଉଛନ୍ତି ଓ ସେମାନେ ମଧ୍ୟ ଏଥିରେ ଗୀତ ଶୁଣି ବା ଗେମ ଖେଳି ଚୁପ ହୋଇ ଯାଉଛନ୍ତି । ଏହା ଲୋକଙ୍କର ଯେତିକି ଉପକାର କରୁଛି ସେତିକି କ୍ଷତି ମଧ୍ୟ କରୁଛି । ତେବେ ଏମିତି ହିଁ ଫୋନ ବ୍ୟବହାର କରି ଗୋଟେ ପିଲାର ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାର ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଚାଲନ୍ତୁ ଜାଣିବା ଏହି ଘଟଣା ବିଷୟରେ ସଂପୂର୍ଣ୍ଣ ତଥ୍ୟ ।

ତେବେ ଏହି ଅଭାବନୀୟ ଘଟଣା ଟି ଘଟିଛି ଥାଇଲାଣ୍ଡରେ । ଏଠାରେ ରହୁଥିବା ଏକ ପରିବାରରେ Dachar Nuysticker Chuayduang ଙ୍କର ଏକ ଚାରି ବର୍ଷର ଛୋଟ ଝିଅ ଯେତେବେଳେ ସେ ମାତ୍ର 2 ବର୍ଷର ଥିଲା ସେବେଠୁ ସେ ମୋବାଇଲ ଧରିବା ଆରମ୍ଭ କରିଥିଲା ।  କିଛିଦିନ ପରେ ତା’ ଆଖିରେ ଯନ୍ତ୍ରଣା ହେବାରୁ ତା’ର ଚଷମା ଲାଗିଥିଲା । ୪ ବର୍ଷର ହେବା ପରେ ତାଙ୍କୁ ” ଲେଜି ଆଇ ” ନାମକ ଏକ ରୋଗ ହୋଇଥିଲା । ଏହି ରୋଗକୁ amblyopia ବୋଲି କୁହାଯାଏ ।

ଏହା ଏକ ବହୁତ ବଡ ରୋଗ । ଯାହା କେବଳ ଆଖିରେ ଚଷମା ପିନ୍ଧିଲେ ଭଲ ହୋଇ ନଥାଏ । ଏଥି ପାଇଁ ତା’ର ଆଖିର ସର୍ଜରୀ କରିବାକୁ ପଡିଥିଲା । ଏହି ରୋଗରେ ଆଖି ଯାହା ଦେଖେ ତାହାକୁ ବ୍ରେନ୍ ରେ କିଛି ସେନ୍ସ କରି ପାରି ନଥାଏ । ନିଜ ଝିଅର ଏଭଳି ଅବସ୍ଥା ଦେଖି ସେହି ଝିଅର ବାପା ଫେସବୁକ ଜରିଆରେ ଏହି ଖବର ସମସ୍ତ ବାପ, ମା’ ମାନଙ୍କୁ ଦେଇଛନ୍ତି । ନିଜ ପିଲା ପ୍ରତି ଧ୍ୟାନ ଦିଅନ୍ତୁ, ସେମାନଙ୍କୁ ଅଧିକ ଫୋନ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।