ସ୍ତ୍ରୀଙ୍କୁ ଭୁଲ ମାଗିଲ ଆଉ ଶ୍ଵଶୁରଙ୍କୁ ବି ଭୁଲ ମାଗିଲ, ହେଲେ ମୋ ଇଜ୍ଜତ କଣ ମାଟି ହାଣ୍ଡି ? ମୋ ଇଜ୍ଜତର ମୂଲ ଦେବେ କିଏ ?

ମୋ ଇଜ୍ଜତର ମୂଲ ଦେବା କିଏ ? ତୁମେ କଣ ପିତ୍ତଳ ଆଉ ମୁଁ ମାଟି ହାଣ୍ଡି ? ତୁମେ ପୁଣି ଚିକଚିକ୍ କରିବ ଆଉ ମୁଁ ଭାଙ୍ଗିଯିବି ? ତାହା ମୁଁ କେବେବି ହେବାକୁ ଦେବିନି । ତୁମ ନାଁରେ ମୁଁ ମାନହାନି ମକଦ୍ଦମା କରିବି । ଏମିତି କିଛି ଚିନ୍ତା କରି ପ୍ରଥମେ ହାଇକୋର୍ଟ ଓ ତା’ପରେ ଜିଲ୍ଲା ଦୌରାଜଜ୍ କୋର୍ଟରେ ପହଞ୍ଚି ମାନହାନି ମକଦ୍ଦମା କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଏବେ ପୁଣି ଥରେ କଡ ଲେଉଟାଉଥିବାର ଦେଖିବାକୁ ମିଳୁଛି ବାବୁଶାନ, ତୃପ୍ତି ଓ ପ୍ରକୃତି ବିବାଦ ।

କିଛିଦିନ ହେବ ଥମି ଯାଇଥିବା ଏହି ବିବାଦକୁ ନେଇ ଏବେ ପୁଣି ଚର୍ଚ୍ଚା ହେଉଛି । ଚର୍ଚ୍ଚା ସେତେବେଳେ ଆରମ୍ଭ ହେଲା ଯେତେବେଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ମାନହାନି ମକଦ୍ଦମା କରିଛନ୍ତି । ନିକଟରେ ଅଭିନେତା ବାବୁଶାନ ମହାନ୍ତି କ୍ୟାମେରା ସାମ୍ନାକୁ ଆସି ଏକ ଭିଡିଓ ଜରିଆରେ ନିଜ ଶ୍ଵଶୁର ଓ ସ୍ତ୍ରୀଙ୍କୁ କ୍ଷମା ମାଗିଥିଲେ ।

ବାବୁଶାନ ନିଜ ଅସଜଡା ଘରକୁ ସଜାଡିବାକୁ ଓ ତାଙ୍କ ସ୍ତ୍ରୀ ତୃପ୍ତିକୁ ଘରକୁ ଫେରାଇ ଆଣିବାକୁ ଚାହିଁବା ପରେ ଏବଂ ତାଙ୍କ ଶ୍ଵଶୁର ଲଲିତ ଶତପଥୀ ଯେଉଁ ଅପମାନ ପାଇଛନ୍ତି ସେଥିପାଇଁ କ୍ଷମା ମାଗିବା ସହ ପୁଅ ଗୁଆନକୁ ଘରକୁ ଫେରାଇ ଆଣିବା ପାଇଁ ଭିଡିଓ ପ୍ରସ୍ତୁତ କରିବା ପରେ ପ୍ରକୃତି ଏବେ କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଅସୁସ୍ଥ ଥିବା ବାପା ଓ ମା ଅପରାଜିତା ମହାନ୍ତିଙ୍କ ମାନସିକ ସ୍ଥିତି ଠିକ କରିବା ପାଇଁ ଏଭଳି ଏକ ନିଷ୍ପତ୍ତି ନେଲେ ବାବୁଶାନ ।

ସବୁ ରାଗ, ଅଭିମାନ ଭୁଲି ବାବୁଷାନଙ୍କ ସ୍ତ୍ରୀ ତୃପ୍ତି ଓ ପୁଅ ତାଙ୍କ ଘରକୁ ଆସନ୍ତୁ ବୋଲି ସେହି ଭିଡିଓରେ ପ୍ରକୃତିଙ୍କ ନାଁ ନନେଇ ସେ ସ୍ତ୍ରୀ ଓ ଶ୍ଵଶୁରଙ୍କୁ ଭୁଲ୍ ମାଗିଥିଲେ । ଏହି ଭିଡିଓ ଦେଖିବା ପରେ ପ୍ରକୃତିଙ୍କ କହିବା କଥା, ବାବୁଶାନ ଯଦି ସ୍ତ୍ରୀ ଓ ଶ୍ଵଶୁରଙ୍କୁ ଭୁଲ ମାଗିଲେ ତେବେ ମୋତେ କାହିଁକି ମାଗିଲେନି ?

ସେ ଯଦି ନିଜ ସ୍ତ୍ରୀ ତୃପ୍ତି ଓ ଶ୍ଵଶୁର ଲଲିତ ଶତପଥୀଙ୍କୁ ଭୁଲ ମାଗି ପାରିଲେ ତେବେ ବନ୍ଧୁ ପ୍ରକୃତି ମିଶ୍ରଙ୍କୁ କାହିଁକି ଭୁଲ ମାଗିଲେ ନାହିଁ ? ସେଥିପାଇଁ କୋର୍ଟରେ ମାନହାନି ମକଦ୍ଦମା ଦେଇଛନ୍ତି ପ୍ରକୃତି । ତାଙ୍କ କହିବା ଅନୁଯାୟୀ ମୋତେ ବନ୍ଧୁତାକୁ ଭୁଲି ତୁମେ ପରିବାର ସହ ଖୁସିରେ ରହିବ ରୁହ ହେଲେ ମୋ ଇଜ୍ଜତର ମୂଲ ଦେବ କିଏ ?