Rani Panda ଙ୍କ ଜୀବନୀ ଉପରେ ଆଧାରିତ ନାଟକ…ଶୁଣନ୍ତୁ କଣ କହିଲେ ଏହି କମେଡିଆନ

ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଓଡିଶାର ଘରେ ଘରେ ଏକ ପରିଚିତ ନାମ । ସେ ତାଙ୍କ ଅଭିନୟ ପାଇଁ ଯେତିକି ପରିଚିତ ଅନେକ ସମୟରେ ବିବାଦ ଛନ୍ଦି ହେବାକୁ ନେଇ ମଧ୍ୟ ସେତିକି ପରିଚିତ । ଦୀର୍ଘ ବର୍ଷ ଧରି ଯାତ୍ରା ଦୁନିଆରେ ଅଭିନୟ କରି ସେ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି । ରାଣୀଙ୍କ ରୋକଠୋକ କଥା କହିବା ଶୈଳୀକୁ ମଧ୍ୟ ସମସ୍ତେ ବେଶ କରନ୍ତି । ତେବେ ଯାତ୍ରା ଦୁନିଆରେ ଅଭିନୟ କରୁଥିବା ରାଣୀ ପଣ୍ଡା ଏବେ ତାଙ୍କ ଜୀବନୀକୁ ନେଇ ଯାତ୍ରା କରୁଛନ୍ତି ।

ଅର୍ଥାତ ରାଣୀ ପଣ୍ଡାଙ୍କ ଜୀବନ ଉପରେ ଆଧାରିତ ହୋଇଛି ଏହି ଯାତ୍ରାତି । ଯେଉଁଥିରେ ରାଣୀ ପଣ୍ଡା ନିଜେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଓ ଦର୍ଶକ ମଧ୍ୟ ତାଙ୍କର ଜୀବନୀ ଓ ଏହି ଯାତ୍ରାକୁ ବେଶ ପସନ୍ଦ କରୁଛନ୍ତି । ତେବେ ଏହି ଯାତ୍ରାଟିର ନାମ ହେଉଛି “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢିବ ରାଣୀ ପଣ୍ଡା” । ଯାତ୍ରାର ଏହି ଟାଇଟଲତଟି ମଧ୍ୟ ରାଣୀଙ୍କ ଚରିତ୍ରକୁ ବେଶ ଭଲଭାବେ ବୁଝାଇ ଦେଉଛି । ସେ ଜୀବନର ସବୁ କ୍ଷେତ୍ରରେ ଏକାକୀ ନିଜ ପାଇଁ ଲଢିବା ଜାଣିଛନ୍ତି ।

ସ୍ଵର୍ଣ୍ଣମନ୍ଦିର ଯାତ୍ରା ମଣ୍ଡପ ରାଣୀ ପଣ୍ଡାଙ୍କୁ ଏଭଳି ଏକ ସୁଯୋଗ ଆଣି ଦେଇଛି, ଯାହାକି ତାଙ୍କ କ୍ଯାରିୟରର ଏକ ବଡ ମାଇଲ ଷ୍ଟୋନ କହିଲେ ଭୁଲ ହେବନାହିଁ । ଆଉ ଏହି ଯାତ୍ରା ଦେଖିବା ପାଇଁ ବହୁଳ ମାତ୍ରାରେ ଦର୍ଶକ ଭିଡ ଜମାଉଛନ୍ତି ମଧ୍ୟ । ତେବେ ଯାତ୍ରା ମାନେ ସେଥିରେ କମେଡି ମଧ୍ୟ ରହିଛି ।

ମଝିରେ ମଝିରେ କମେଡି ହିଁ ଲୋକଙ୍କୁ ଯାତ୍ରା କିମ୍ବା ଯେକୌଣସି ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ବାନ୍ଧି ରଖେ । ସେହିଭଳି ସ୍ଵର୍ଣ୍ଣମନ୍ଦିର ଯାତ୍ରାର କମେଡିଆନ ମଧ୍ୟ ଏହି ଯାତ୍ରା ବିଷୟରେ କିଛି ସୁରାକ ଦେଇଛନ୍ତି । ସେ କହିଛନ୍ତି କି, ରାଣୀଅଙ୍କ ଜୀବନ ସଂଘର୍ଷ କାହାଣୀ ସେ ହିଁ ଆରମ୍ଭ କରୁଛନ୍ତି । ସେ ପ୍ରଥମେ ରାଣୀଙ୍କୁ ଅଭିନୟ ସ୍ଵପ୍ନ ଦେଖାଇ ଏକ ଗାଁରୁ ଆଣି ମାଳି ସାହିରେ ବିକ୍ରି କରି ଦେଉଛନ୍ତି ।

ଆଉ ତା’ପରେ ଯାତ୍ରାରେ ବହୁତ ଭଲ ଭଲ ଟ୍ଵିଷ୍ଟ ରହିଛି ଯାହା ସେ ଦର୍ଶକଙ୍କୁ ଆସି ଦେଖିବାକୁ ପାଇଁ ଅନୁରୋଧ କରିଛନ୍ତି । ତାଙ୍କ ଜୀବନର ଏଇଟା ସବୁଠୁ ବେଷ୍ଟ ଯାତ୍ରା ବୋଲି ମଧ୍ୟ ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।