ଚାରିବର୍ଷ ହେଲା ମୋ ସହ ପ୍ରେମ ସମ୍ପର୍କ ରଖିଲା । ଆଉ ସବୁ ସରିବା ପରେ ଏବେ କହୁଛି ଘରେ ରାଜି ହେଉନାହାନ୍ତି ମୋତେ ବାହା ହେବନି । ହେଲେ ମୋ କଥା ସମସ୍ତେ ଶୁଣି ରଖ, ପ୍ରଦୋଷ ଯଦି ମୋତେ ବାହା ନହୁଏ ତେବେ ମୁଁ ଏଇଠି ଜୀବନ ହାରିଦେବି । ପ୍ରଦୋଷଙ୍କୁ ବାହା ନହେବା ଯାଏଁ ମୁଁ ଏଇଠି ଧାରଣା ଦେବି । ଏମିତି କିଛି କହି ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଆଉ ଜଣେ ପ୍ରେମିକା । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ କାଳିଆକଣ ଗାଁରେ ।
ବାହା ହେବାକୁ ପ୍ରତିଶ୍ରୁତି ଦେଇ ଚାରି ବର୍ଷ କାଳ ପ୍ରେମ କଲା ଓ ସବୁଆଡେ ବୁଲିବାକୁ ବି ଗଲେ । ଆଉ ପ୍ରଦୋଷ ଏବେ ସବୁ ପ୍ରତିଶ୍ରୁତି ଭୁଲି ଘରେ ଯାହାକୁ ଠିକ କରିଛନ୍ତି ତା’ ସହ ବାହା ହେବାକୁ ଯାଉଛନ୍ତି । ଯୁବତୀ ଆଣିଥିବା ଅଭିଯୋଗ ମୁତାବକ କାଳିଆକଣ ଗାଁର ପ୍ରଦୋଷ ଦଳାଇ ତାଙ୍କୁ ଚାରିବର୍ଷ ହେବ ପ୍ରେମ କରି ଆସୁଥିଲେ । ହେଲେ ଏବେ କହୁଛନ୍ତି ବାହା ହୋଇ ପାରିବେନି । ଯେଉଁଥି ପାଇଁ ଯୁବତୀଜଣକ ଯାଇ ପ୍ରଦୋଷଙ୍କ ଘରଆଗରେ ବସି ରହିଛନ୍ତି ।
ଅନ୍ୟପଟେ ଏକଥାକୁ ସଫା ସଫା ଆଡେଇ ଦେଇଛନ୍ତି ପ୍ରଦୋଷଙ୍କ ଭଉଣୀ । ସେ କହିଛନ୍ତି, ଯୁବତୀ ହେଉଛନ୍ତି ବଡ ଭାଇଙ୍କ ଶାଳୀ । ସେଇ ହିସାବରେ ସାନ ଭାଇ ତାଙ୍କ ସହ ଥଟ୍ଟାମଜା କରନ୍ତି । ହେଲେ ଯୁବତୀ ତାଙ୍କୁ ବିବାହ ପ୍ରସ୍ତାବ ଦେଇ ଜିଦ୍ ଧରି ବସିଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଉକ୍ତ ଯୁବତୀଙ୍କୁ ବୁଝାସୁଝା କରି ସାଙ୍ଗରେ ନେଇଥିଲା ।
ହେଲେ କିଛି ବାଟ ନେବା ପରେ ପୁଣି ଥରେ ଛାଡି ଦେଇଥିଲା । ଆଉ ଏବେ ପୁଣି ଥରେ ପ୍ରଦୋଷଙ୍କ ଘରଆଗରେ ଯୁବତୀ ବସି ରହିଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେଠାରୁ ହଟିବେନି ବରଂ ସେହିଠାରେ ହିଁ ଜୀବନ ହାରିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି । ଏହି ଘଟଣାକୁ ନେଇ ଉକ୍ତ ଗାଁରେ ଆଲୋଡନ ସୃଷ୍ଟି ହୋଇଛି । ଏନେଇ ପ୍ରଦୋଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଯୁବତୀ ଏକା ଜିଦ୍ ରେ ପ୍ରଦୋଷଙ୍କ ଘରେ ବସି ରହିଛନ୍ତି ।
ପ୍ରଦୋଷଙ୍କ ଭଉଣୀ ଏବଂ ସମ୍ପର୍କୀୟ ଭାଇ ମିଶି ତାଙ୍କୁ ମା-ଡ ମା-ରି-ବା ସହ ତାଙ୍କ ମୋବାଇଲ ଫୋନ ଭାଙ୍ଗି ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।