ବଜ୍ରପାତ ବେଳେ କେମିତି ନିଜକୁ ସୁରକ୍ଷିତ ରଖିବେ ? କେଉଁ କାରଣ ପାଇଁ ହୋଇଥାଏ ବଜ୍ରପାତ ? ଜାଣି ରଖିବା ନିହାତି ଜରୁରୀ ଶୀଘ୍ର ଦେଖନ୍ତୁ

ରାଜ୍ୟରେ ବଜ୍ରପାତ ଓ ଝଡବର୍ଷା ଲାଗି ରହିଥିବା ବେଳେ ଅନେକ ଲୋକ ବଜ୍ରପାତରେ ପ୍ରାଣ ହରାଉଥିବା ମଧ୍ୟ ଦେଖାଯାଉଛି । ତେବେ ବଜ୍ରପାତ ସମୟରେ କେମିତି ନିଜକୁ ସୁରକ୍ଷିତ ରଖିବେ ଆସନ୍ତୁ ଜାଣିବା । ବଜ୍ରପାତ ସମୟରେ ବାହାରକୁ ବାହାରିବା ଉଚିତ ନୁହେଁ । ଛାତଘର ହିଁ ବଜ୍ରପାତ ବେଳେ ସବୁଠାରୁ ଅଧିକ ସୁରକ୍ଷିତ ହୋଇଥାଏ । ତେଣୁ ପାଖରେ ଛାତଘର ଥିଲେ ସେଠାକୁ ଚାଲିଯାନ୍ତୁ । ବଜ୍ରପାତ ସମୟରେ ମୋବାଇଲ ଏବଂ ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଡିଭାଇସ ବ୍ୟବହାର କରନ୍ତୁ ନାହିଁ ।

ମୋବାଇଲକୁ ସ୍ଵିଚ ଅଫ୍ ରଖନ୍ତୁ ଓ ନିଜ ପାଖରେ ରଖନ୍ତୁ ନାହିଁ । ଏହାସହ ଘରର ଝରକା କବାର ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଘରର ମଧ୍ୟଭାଗ୍ୟରେ ବସି ରୁହନ୍ତୁ । ଯଦି ବାହାରେ ଅଛନ୍ତି ତେବେ ନଇଁ ପଡି ଆଣ୍ଠୁକୁ ବଙ୍କା କରି ଛାତିରେ ଲଗାଇ ବସିପଡନ୍ତୁ । ନିଜକୁ ଯେତେ ସଙ୍କୁଚିତ କରିପାରିବେ କରି ବସନ୍ତୁ କିନ୍ତୁ ସିଧାସଳଖ ମାଟି ଉପରେ ଶୁଅନ୍ତୁ ନାହିଁ । ଏହି ସମୟରେ ଯଦି ଆପଣ କାର୍ ରେ ଅଛନ୍ତି ତେବେ କାର୍ ର ଡୋର୍ ବନ୍ଦ କରନ୍ତୁ ।

ବଜ୍ରପାତ ବେଳେ ସର୍ବଦା ପାଣି ଠାରୁ ଦୂରେଇ ରୁହନ୍ତୁ । କାରଣ ପାଣିରେ ବିଦ୍ୟୁତ ପ୍ରବାହ ଶୀଘ୍ର ହୋଇଥାଏ ଯେଉଁଥି ପାଇଁ ଜୀବନ ଚାଲିଯିବାର ସମ୍ଭାବନା ଅଧିକ ଥାଏ । ବଜ୍ରପାତ ବେଳେ ସାୱାର ଲଗେଇ ଗାଧାନ୍ତୁ ନାହିଁ ଏବଂ ଏହି ସମୟରେ ନ ଗାଧୋଇବା ହିଁ ଆପଣଙ୍କ ପାଇଁ ଭଲ ହେବ । ବଜ୍ରପାତ ବେଳେ ମେଟାଲ ତଥା କୌଣସି ଧାତୁ ସାମଗ୍ରୀକୁ ମଧ୍ୟ ଛୁଇଁବା ଉଚିତ ନୁହେଁ ।

ତାର ବାଡ, ସାଇକେଲ, ଗଲ୍ଫ କ୍ଲବ ଆଦି ଠାରୁ ଦୂରେଇ ରୁହନ୍ତୁ । ଟିଭିର ପ୍ଲଗକୁ ମଧ୍ୟ ବିଦ୍ୟୁତ ବୋର୍ଡରୁ କାଢି ଦିଅନ୍ତୁ । ବଜ୍ରପାତ ବେଳେ ଭୁଲରେ ମଧ୍ୟ ଟିଭି ଦେଖନ୍ତୁ ନାହିଁ କି ମୋବାଇଲ ଫୋନକୁ ହାତରେ ଧରନ୍ତୁ ନାହିଁ । ସମୁଦ୍ରରେ ସ୍ଥଳଭାଗକୁ ଜଳୀୟବାଷ୍ପ ପ୍ରବାହ ହୋଇଥାଏ ବା ଆଣ୍ଟି ସାଇକ୍ଳୋନ ଦ୍ଵାରା ଦକ୍ଷିଣ-ପୂର୍ବ ଓ ଦକ୍ଷିଣ ଦିଗରୁ ପବନ ବୋହିଥାଏ । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଲେ ଏଭଳି ହୋଇଥାଏ । ଭୁପୃଷ୍ଠ ଏବଂ ବାୟୁମଣ୍ଡଳର ତାଳସ୍ତର ତାତିବା ଯୋଗୁଁ ଏହା ଉପରକୁ ଉଠେ ।

ଟ୍ରଫଲାଇନ ଏହାର ଆଉ ଏକ ମାଧ୍ୟମ ପାଲଟେ । ବଙ୍ଗୋପସାଗରରୁ ଉପକୂଳବର୍ତ୍ତୀ ଜିଲ୍ଲାକୁ ଆର୍ଦ୍ରତା ଥିବା ସାମୁଦ୍ରିକ ପବନ ବହେ ଏବଂ ଏସବୁ ବଜ୍ରପାତର କାରଣ ପାଲଟିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।