“ମୋ ଧନକୁ ଫେରେଇ ଆଣ ଲୋ… ମୁଁ ଆଉ କାହା ମୁହଁ ଚାହିଁ ବଞ୍ଚିବି…” ପରିବାର ଏକମାତ୍ର ସାହାରା ଭେଣ୍ଡିଆ ପୁଅକୁ ହରେଇ ଭୁଇଁରେ ଗଡି ଗଡି କାନ୍ଦୁଛି ମା’

ପୁଅକୁ ହରେଇ କାନ୍ଦି କାନ୍ଦି ମାଟି ଅଣ୍ଡାଳି ଗଡତଡ ହେଉଛି ମା’ । ବାହୁନି ବାହୁନି ଅଭାଗିନୀ ମା’ କହୁଛି, “ମୋ ଧନ ଚାଲିଗଲା, ମୁଁ ଆଉ କାହା ମୁହଁ ଚାହିଁ ବଞ୍ଚିବି ?” ପୁଅ ମାନସକୁ ହରେଇ ନିଜ ଦେହରୁ ଜୀବନ ପଳାଇଥିବା ଭଳି ଅନୁଭବ କରୁଛି ମାଆ । ପୁଅକୁ ଝୁରି ଝୁରି ମା’ କିପରି କାନ୍ଦୁଛି ଦେଖିଲେ ଆପଣଙ୍କର ବି ଛାତି ଫାଟିଯିବ । ପୁଅ ମାଂସ ବେଙ୍ଗାଲୁରୁରେ କାମ କରି ଘରକୁ ଦୁଇ ପଇସା ପଠାଉଥିଲା । ହେଲେ ଟ୍ରେନ ଦୁର୍ଘଟଣାରେ ଏବେ ପୁଅର ଜୀବନ ଚାଲିଯାଇଛି ।

ପୁଅକୁ ହରେଇ ମା ଯେମିତି ତା’ ସାରା ଦୁନିଆ ହରେଇ ବସିଛି । ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରି ମା’ ଖାଲି କାନ୍ଦୁଛି । ରୋଗିଣା ବାପାମା’ଙ୍କ ମୁହଁରେ ଗଣ୍ଡେ ଦାନା ଦେବା ପାଇଁ ଓ ଔଷଧ ଦେବା ପାଇଁ ପୁଅ ମାନସ ସୁଦୂର ବେଙ୍ଗାଲୁରୁରେ ଦାଦନ ଖଟି ଟଙ୍କା ରୋଜଗାର କରୁଥିଲା । ହେଲେ ୨୫ ବର୍ଷୀୟ ଭେଣ୍ଡିଆ ପୁଅ ମାନସର ଏକ ଟ୍ରେନ ଦୁର୍ଘଟଣାରେ ଚାଲିଯାଇଛି ଜୀବନ । ଘରକୁ ଦୁଇ ପଇସା ପଠାଉଥିବା ପୁଅ ଆଜି ଆରପରିଆକୁ ଚାଲିଯାଇଛି । ପୁଅକୁ ହରେଇ ପରିବାର ଏକଦମ ବେସାହାରା ହୋଇଯାଇଛି ।

କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଞ୍ଚାୟତର ଅଭିମନ୍ୟୁ ସାହୁଙ୍କ ପୁଅ ହେଉଛି ମାନସ ସାହୁ । ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ମାତ୍ର ୧୫ ବର୍ଷ ବୟସରୁ ବେଙ୍ଗାଲୁରୁ ଯାଇ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲା ମାନସ । ହେଲେ ଗତ ୨୨ ତାରିଖ ଦିନ ରୁମ୍ ରୁ ବାହାରି ସାଇଡରେ କାମ କରିବାକୁ ଯିବାବେଳେ ଟ୍ରେନ ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଯାଇଛି ।

ଫଳରେ ଗାଁରେ ରହୁଥିବା ବୃଦ୍ଧ ବାପାମା’ ଏହି ଖବର ପାଇ ଚିତ୍କାର କରି ଛାତି ପିଟି କାନ୍ଦୁଛନ୍ତି । ବାପା ମଧୁମେହ ରୋଗରେ ଶିକାର ହୋଇଥିବାରୁ କୌଣସି କାମ କରିବାକୁ ଅକ୍ଷମ ହୋଇ ପଡିଛନ୍ତି । ଘରେ ବୁଢୀ ଜେଜେମାଟି ବି ଅସୁସ୍ଥ । ଆଉ ଏପଟେ ପୁଅର ମୃତ୍ୟୁ ଖବର ଶୁଣି ଘରେ କାହାର ଆଖିରୁ ଲୁହ ଶୁଖୁନାହିଁ । ଏହି ପରିବାରକୁ କିଏ ସାହାରା ହେବ ଓ ବିନା ରୋଜଗାରରେ ସେମାନେ କେମିତି ଚଳିବେ ସେନେଇ ସମସ୍ତେ ଚିନ୍ତାରେ ।

ପରିବାରର ବିକଟାଳ କାନ୍ଦ ଦେଖି ଗାଁ’ଲୋକଙ୍କ ଆଖିରେ ବି ଲୁହ ସରୁନି । ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଆକାଉଣ୍ଟ ନଂରେ ସାହାଯ୍ୟ କରିପାରିବେ । Abhimanyu Sahu, A/C- 6038328956, IFSC Code- IDIB000A081 । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।