ମାତ୍ର 2 ଟଙ୍କା ସଞ୍ଚୟ କରି 36 ହଜାର ଟଙ୍କା ପାଆନ୍ତୁ, ଗରିବ ଓ ମଧ୍ୟବିତ୍ତଙ୍କ ଭବିଷ୍ୟତ ଚିନ୍ତା କରି ବଡ ଯୋଜନା ଆଣିଲେ ମୋଦି ସରକାର, ଜାଣନ୍ତୁ କେମିତି ଏହାର ଫାଇଦା ଉଠାଇବେ

ଗରିବ ଓ ମଧ୍ୟବିତ୍ତଙ୍କୁ ଆଉ ଚିନ୍ତା କରିବା ଦରକାର ନାହିଁ । କାରଣ ମୋଦି ସରକାର ଆଣିଛନ୍ତି ବଡ ଯୋଜନା । ମାତ୍ର ୨ ଟଙ୍କା ସଞ୍ଚୟ କଲେ ମୋଟା ଅଙ୍କର ଟଙ୍କା ପାଇବେ । ନିଜ ଭବିଷ୍ୟତକୁ ନେଇ ଚିନ୍ତା କରୁଥିବା ଲୋକଙ୍କ ପାଇଁ ମୋଦି ସରକାରଙ୍କ ଏହି ଯୋଜନା ବେଶ ଲାଭପ୍ରଦ ହେବ । ଆସନ୍ତୁ ଜାଣିବା ଏହି ଯୋଜନା ଲାଭ କେମିତି ଉଠାଇବେ ଓ ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ

ଗରିବ ଓ ମଧ୍ୟବିତ୍ତ ପରିବାର ଲୋକେ ଦିନରାତି ଖଟି ଯାହା ରୋଜଗାର କରିଥାନ୍ତି ସେଥିରେ ପରିବାର ଚଳିଥାଏ । ତେଣୁ ଭବିଷ୍ୟତକୁ ନେଇ ସବୁବେଳେ ଚିନ୍ତାରେ ଥା’ନ୍ତି । ଟଙ୍କା ସଞ୍ଚୟ କରିବା ସମ୍ଭବ ହେଉ ନଥିବାରୁ ଭବିଷ୍ୟତ ସ୍ଵପ୍ନ ଧୂଳିସାତ୍ ହୋଇଯାଏ । ତେବେ ଏହାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଏକ ବଡ ଯୋଜନା ଆଣିଛନ୍ତି । ଏହି ଯୋଜନାଟି ହେଉଛି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ ପେନସନ ଯୋଜନା । ଏହି PM-SYM ଜୋନନରେ ସାମିଲ ହେବା ପାଇଁ ଜଣଙ୍କ ବୟସ ୧୮ରୁ ୪୦ ବର୍ଷ ହୋଇଥିବା ଜରୁରୀ ।

ଯଦି ଆପଣଙ୍କ ବୟସ ୧୮ ବର୍ଷ ବା ଏହାଠୁ ଉର୍ଦ୍ଧ୍ଵ ତେବେ ଆପଣ ଏହି ଯୋଜନାରେ ସାମିଲ ହୋଇପାରିବେ । ମାସକୁ ମାତ୍ର ୫୫ ଟଙ୍କା ଜମା କରି ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ । ମାସକୁ ୫୫ ଟଙ୍କା ହିସାବରେ ନେଲେ ଦିନକୁ ୨ ଟଙ୍କାରୁ ମଧ୍ୟ କମ୍ ସଞ୍ଚୟ କରିବାକୁ ହେବ । ସେହିଭଳି ୨୯ ବର୍ଷ ବଯସର ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବାକୁ ହେଲେ ମାସିକ ୧୦୦ ଟଙ୍କା ଦେବାକୁ ହେବ । ଆଉ ୪୦ ବର୍ଷ ବଯସର ବ୍ୟକ୍ତିଙ୍କୁ ମାସିକ ୨୦୦ ଟଙ୍କା ଜମା କରିବାକୁ ପଡିବ ।

ତେବେ ଏହି ଯୋଜନାରେ ସାମିଲ ହେବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ଏଥିପାଇଁ ହିତାଧିକାରୀଙ୍କ ମାସିକ ଦରମା ୧୫ ହଜାରରୁ କମ୍ ହୋଇଥିବା ଆବଶ୍ୟକ । ଏହାସହ ୧୮ରୁ ୪୦ ବର୍ଷ ବୟସର ଶ୍ରମି, ଡ୍ରାଇଭର, ଇଲେକ୍ଟ୍ରିସିଆନ କିମ୍ବା ଝାଡୁଦାର ଶ୍ରେଣୀର ବ୍ୟକ୍ତିମାନେ ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ । ଏହି ଯୋଜନା ପାଇଁ ରେଜିଷ୍ଟ୍ରେଶନ କରିବାକୁ ଚାହୁଁଥିବା ବ୍ୟକ୍ତି ପ୍ରଥମେ ପାଖରେ ଥିବା କୌଣସି କମନ୍ ସର୍ଭିସ ସେଣ୍ଟରକୁ ଯିବାକୁ ହେବ ।

ସେଠାରେ ଆପଣଙ୍କୁ ଆଧାରକାର୍ଡ ସହ ଜନଧନ ଯୋଜନା ବ୍ଯାଙ୍କ ଆକାଉଣ୍ଟରେ ଥିବା IFC କୋଡ ଦେବାକୁ ହେବ । ଆପଣଙ୍କ ଦସ୍ତାବିଜ ଅନଲାଇନରେ ସବମିଟ୍ ହେବା ମାତ୍ରେ ଆପଣଙ୍କୁ ଶ୍ରମଯୋଗୀ କାର୍ଡ ମିଳିଯିବ ଓ ପ୍ରତି ମାସରେ ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟରୁ ଟଙ୍କା କଟିବାକୁ ଲାଗିବ ।

ଆପଣଙ୍କ ବୟସ ୬୦ ବର୍ଷ ହୋଇଯିବା ପରେ ଆପଣଙ୍କୁ ବାର୍ଷିକ ୩ ହଜାର ଟଙ୍କା ଅର୍ଥାତ ବାର୍ଷିକ ୩୬ ଟଙ୍କାର ପେନସନ ଆକାରରେ ମିଳିବ । ଯାହାଦ୍ଵାରା ଆପଣଙ୍କୁ ବୃଦ୍ଧାବସ୍ଥାରେ କାହା ପାଖରେ ହାତ ପକାଇବାକୁ ପଡିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।