ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ଦିନ କିଛି ନା କିଛି ଏଭଳି ଘଟଣା ସାମ୍ନା କୁ ଆସୁଛି ଯାହା ଲୋକ ମାନଙ୍କ ମନରେ ଭୟ ସୃଷ୍ଟି କରୁଛି । ବର୍ତ୍ତମାନ ମଧ୍ୟ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ପ୍ରକାଶ ହେବା ପରେ ଜନ ସାଧାରଣ ଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି । ତେବେ ଘଟଣା ଟି ଘଟିଛି ଭୁବନେଶ୍ୱର ର ମଞ୍ଚେଶ୍ୱର ଧିରିକୁଟି ବସ୍ତିରେ । ସୂଚନାଯୋଗ୍ୟ ଶଳା ଓ ଭିଣେଇ ଙ୍କ ମଧ୍ୟରେ ପାରିବାରିକ ଝଗଡ଼ା ଲାଗି ରହିଥିଲା ।
ଯାହା ଫଳରେ ଶଳା ର ଖଣ୍ଡା ର ଚୋଟ ରେ ଭିଣେଇ ର ମୃତ୍ୟୁ ହୋଇଛି । ଉକ୍ତ ବସ୍ତି ରେ ବିଳମ୍ବିତ ରାତିରେ ଘଟିଛି ହତୟା କାଣ୍ଡ । ପାରିବାରିକ ଗଣ୍ଡଗୋଳ ରୁ ଭିଣେଇ କୁ ଖଣ୍ଡା ରେ ହାଣି ହତୟା ର ଅଭିଯୋଗ ହୋଇଛି । ତେବେ ଆସନ୍ତୁ ଉକ୍ତ ଘଟଣା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ କଣ ରହିଛି ତାହା ଜାଣିବା । ବନ୍ଧୁଗଣ ଯେତେବେଳେ ଏହି ସମ୍ବନ୍ଧରେ ମିଡିଆ ମୃତ ବ୍ୟକ୍ତି ଙ୍କ ପତ୍ନୀ ଙ୍କୁ ପଚାରି ଥିଲା ସେ କହିଲେ ଯେ, କୌଣସି ବି ବଡ଼ ଝଗଡ଼ା ହୋଇନଥିଲା ।
ହୁଏତ ତାଙ୍କ ଭାଇ ପୂର୍ବରୁ କୌଣସି ରାଗ ରଖି ନିଜ ଭିଣେଇ ଙ୍କୁ ମାରିଛନ୍ତି । ତାଙ୍କ ସ୍ବାମୀ ମଦ ପିଅନ୍ତି ବୋଲି ଭାଇ ତାଙ୍କୁ ପ୍ରତିବାଦ କରନ୍ତି ଏବଂ ଏହି କାରଣରୁ ବେଳେବେଳେ ଝଗଡ଼ା ହୋଇଥାଏ । ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଙ୍କ କହିବାନୁସାରେ ସେ ଗାଁ ରେ ରୁହନ୍ତି । ଉକ୍ତ ଘଟଣା ଦିନ ସେ ନିଜ ବାପଘରେ ଥିଲେ ଏବଂ ସେ କହିଛନ୍ତି ଯେ, ସେହି ଦିନ ତାଙ୍କ ସ୍ବାମୀ ସନ୍ଧ୍ୟା ବେଳେ ମଦ ପିଇ ଘରକୁ ଆସିଥିଲେ ଏବଂ ସବୁଦିନ ଭଳି ଖାଇପିଇ ଶୋଇ ପଡ଼ିଥିଲେ ।
କିନ୍ତୁ ବିଳମ୍ବିତ ରାତିରେ ତାଙ୍କ ଭାଇ ଘରକୁ ଆସି ନିଜ ଭିଣେଇ ଙ୍କୁ ଖଣ୍ଡା ର ଚୋଟ ରେ ହତୟା କରିଥିଲେ । ଗୋଟିଏ ଚୋଟ ରେ ହିଁ ମୁହଁ ଭିତରେ ଖଣ୍ଡା ଧାର ପଶି ଯାଇଥିଲା ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ କହିବାନୁଯାୟୀ ତାଙ୍କର ଭାଇ ଏଭଳି କାହିଁକି କରିଛନ୍ତି ତାହା ତାଙ୍କୁ ଜଣା ନାହିଁ । ହୁଏତ ଅନ୍ୟ କୌଣସି ରାଗ ଥାଇପାରେ ଯାହା ସେ ସ୍ୱୟଂ ଜାଣି ନାହାଁନ୍ତି ।
ତେଣୁ ସେ କହିଛନ୍ତି ତାଙ୍କ ଭାଇ ଙ୍କୁ ପଚାରିଲେ ହିଁ ସେ ସମ୍ପୂର୍ଣ୍ଣ କଥା ସମ୍ବନ୍ଧରେ କହି ପାରିବେ ଯେ ଏଭଳି ହତୟା କରିବା ପଛରେ କାରଣ କଣ ଥିଲା । ତେବେ ବର୍ତ୍ତମାନ ଅଭିଯୁକ୍ତ ଶଳା କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ତଦନ୍ତ ପରେ ହିଁ ସମ୍ପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଜଣା ପଡ଼ିବ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।