‘ଝିଅ ପାଇଁ କେତେ ଟଙ୍କା ନବ କୁହ ?’ Sumit ଙ୍କ ସାଙ୍ଗ ଫୋନ କରି Tapaswini ଙ୍କ ବାପାଙ୍କୁ ଯାହା କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ନମସ୍କାର ବନ୍ଧୁଗଣ ତେବେ ଏବେ ଅପେକ୍ଷା ରହିଛି ନୂଆ ବର୍ଷ ର ୪ ତାରିଖ । ଜାନୁଆରୀ ୪ ତାରିଖରେ ମୁହାଁ ମୁହିଁ ହେବେ ତପସ୍ୱିନୀ ସୁମିତ । ଦୁଇ ଜଣଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହେବାର ପ୍ରମୁଖ କାରଣ କହିଥିଲେ ତପସ୍ୱିନୀ ଙ୍କ ଶଶୁର । ଦୁହିଁଙ୍କ ସମ୍ପର୍କ ଆଗ ପରି ସୁଦୃଢ଼ ନାହିଁ ବୋଲି ଖୁଲାସା କରିଛନ୍ତି ସୁମିତ । ଏ ଜନ୍ମ ତ ଦୂରର କଥା ୭ ଜନ୍ମ ପର୍ଯ୍ୟନ୍ତ ଏକାଠି ହେବାକୁ ଚାହୁଁ ନାହାନ୍ତି ସୁମିତ । ଏ କଥା ଅଡିଓ କଲ ମାଧ୍ୟମରେ ସ୍ପଷ୍ଟ କରିଥିଲେ ।

ତେବେ ମାତ୍ର ତପସ୍ୱିନୀ ଏହାକୁ ଅସ୍ବୀକାର କରି ତାଙ୍କ ସହ ରହିବା ପାଇଁ ଚାହିଁ ଥିଲେ । ତପସ୍ଵିନୀଙ୍କୁ ସୁମିତ ବ୍ଲକ କରିଦେଇଥିବା ବେଳେ ତାଙ୍କ ସହ କୌଣସି କଥା ହୋଇପାରି ନାହାନ୍ତି ତପସ୍ୱିନୀ । ତପସ୍ଵିନୀ ମଧ୍ୟ ଅପେକ୍ଷା କରିଛନ୍ତି କୋର୍ଟ ରେ ନୂଆ ବର୍ଷ ର ୪ ତାରିଖ କୁ । ଆଶା କରିଛନ୍ତି ଏହିଦିନ ତାଙ୍କୁ ନିଶ୍ଚିନ୍ତ ନ୍ୟାୟ ମିଳିବ । ତେବେ ଏହି ପାରିବାରିକ ବିବାଦ ଲାଗିରହିଛି । ଦିନକୁ ଦିନ ନୂଆ ନୂଆ ଅଡ଼ୁଆ ସୂତାର ଖିଅ ଲମ୍ବିବାରେ ଲାଗିଛି, କିନ୍ତୁ କୌଣସି ସମାଧାନ ବାହାରି ପାରୁନି ।

ନିଜ ନିଜ ଜିଦରେ ଅଟଳ ରହୁଛନ୍ତି ଉଭୟ ତପସ୍ୱିନୀ ଓ ସୁମିତ । ଏହାରି ମଧ୍ୟରେ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଡାକ୍ତର ସୁମିତଙ୍କ ଜଣେ ସାଙ୍ଗ ତପସ୍ୱିନୀଙ୍କ ବାପାଙ୍କୁ ଫୋନ୍ କରିଥିବା ଜଣାପଡିଛି । ତେବେ ଭାଇରାଲ ଅଡିଓରୁ ଜଣାପଡିଛୁ ଯେ, ସୁମିତଙ୍କ ସାଙ୍ଗ ଝଗଡ଼ା ରଫା ଦଫା କରିବାକୁ ତପସ୍ୱିନୀଙ୍କ ବାପାଙ୍କୁ ଟଙ୍କା ଅଫର କରିଥିଲେ ।

ଝଗଡ଼ା ଶେଷ କରିବାକୁ କ’ଣ ଦରକାର ବା କେତେ ଟଙ୍କା ନେଲେ ଏହାର ସମାଧାନ ହେବ ବୋଲି ସେ ପଚାରିଥିଲେ । ଅନ୍ୟପଟେ ତପସ୍ୱିନୀଙ୍କ ବାପା ଏଥିରେ ସୁମିତଙ୍କ ସାଙ୍ଗକୁ ତାଚ୍ଛଲ୍ୟ କରିଥିଲେ । କେତେ ଟଙ୍କା ନେଲେ ସୁମିତ ଝିଅକୁ ଗ୍ରହଣ କରିବେ ବୋଲି ତପସ୍ୱିନୀଙ୍କ ବାପା କହିଥିଲେ । ଏବେ ସୁମିତଙ୍କ ଘର ଲୋକେ ଆଉ ତପସ୍ୱିନୀଙ୍କୁ ଆପଣେଇବେନି ବୋଲି ତାଙ୍କ ସାଙ୍ଗ ରୋକଠୋକ୍ କହିଥିଲେ ।


ଏଥିରେ ଓଲଟା ପ୍ରଶ୍ନ ପଚାରିଥିଲେ ତପସ୍ୱିନୀଙ୍କ ବାପା । ଯେତେବେଳେ ସୁମିତ ତପସ୍ୱିନୀଙ୍କୁ ନେଇ ବିବାହ କରି ରଖିଥିଲେ, ସେବେ କ’ଣ ପରିବାରକୁ ପଚାରିଥିଲେ ବୋଲି ସୁମିତଙ୍କ ସାଙ୍ଗକୁ ପ୍ରଶ୍ନ କରିଥିଲେ ତପସ୍ୱିନୀଙ୍କ ବାପା । ତେବେ ତାଙ୍କ ସାଙ୍ଗ କହିଥିଲେ କି ସୁମିତ ତପସ୍ୱିନୀ ଙ୍କୁ ନେବା ପାଇଁ ଚାହୁଁଛନ୍ତି କିନ୍ତୁ ତାଙ୍କ ଘର ଲୋକ ସେମାନଙ୍କୁ ନେବା ପାଇଁ ମଙ୍ଗୁ ନାହାନ୍ତି ।

ତେବେ ଏହାର ଉତ୍ତର ରେ ତାଙ୍କ ବାପା କହିଥିଲେ କି ଭଲ ପାଇବା ବେଳେ ଆଉ କୋର୍ଟ ମ୍ୟାରେଜ କଲାବେଳେ ଘର ପରିବାର ଲୋକଙ୍କ କଥା ମନ ପଡି ନଥିଲା । ତେବେ ବର୍ତ୍ତମାନ ସମସ୍ତେ ୪ ତାରିଖକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।