ମିଠାଇ ନୁହେଁ କିନ୍ତୁ ମିଠା ଲାଗେ, ହତିଆର ନୁହେଁ କିନ୍ତୁ ସିଧା ଅଟେ, ମତେ ଖାଇପାରନ୍ତି ନାହିଁ କିନ୍ତୁ ଖାଆନ୍ତି, ଅଧା ଖାଇ ପୁଣି ଫୋପାଡି ଦିଅନ୍ତୁ । ମୁଁ କିଏ ? (Odia Dhaga Dhamali)

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ବାପା ବଙ୍କା, ପୁଅ ସଳଖା, ନାତି ଟୋକା ବଡ ତରକା ?

ଉ: ଧନୁଶର ।

2- ଠୋ ଠୋ ନବ ଗୋଇଠା, ଠାକୁର ଖାଆନ୍ତି ତା’ ଅଇଁଠା ?

ଉ: ବାଛୁରୀ ।

3- ଜଣେ ବାପା ତା’ର ଝିଅକୁ ଏକ ଫଳ ଦେଲା କହିଲା ଭୋକ ହେଲେ ଖାଇଦେବୁ, ଶୋଷ ହେଲେ ପିଇଦେବୁ ଏବଂ ଶୀତ ହେଲେ ଜଳାଇ ଦେବୁ ?

ଉ: ନଡିଆ ।

4- ଟାହିଆ ଉପରେ ଟାହିଆ, ତିନି ମୁଣ୍ଡ ଦଶ ଗୋଡ ଦେଖିଛୁ କିରେ ବାୟା ?

ଉ: ହଳ ଲଙ୍ଗଳ ସହ ଚାଷୀ ।

5- ବିଭୁତି ଭୂଷଣ ଜଟାଧାରୀ, ବାବୁ ଶୋଇଛନ୍ତି ପାଳ ପାରି ?

ଉ: ପାଣି କଖାରୁ ।

6- ବରଷକେ ଥରେ ଖାଏ, ମୁହଁ ମାଡି ପଡିଥାଏ ?

ଉ: ଚାଳ ।

7- ଗଛ ନହକା ପାଟର ବଙ୍କା ତା’ ଫଳ ଦିଏ ମୁଠାଏ ଟଙ୍କା ?

ଉ: ଧାନ ଏବଂ ଗହମ ।

8- ମା’ ଠାରୁ ପୁଅ ହୋଇଲା ଜାତ, କ୍ଷୀର ନ ଖାଉଣୁ ଖାଇଲା ଭାତ, ମା’କୁ ସେ ପୁଅ ଛୁଇଁବ ନାହିଁ, ଛୁଇଁଲେ ସେ ପୁଅ ରହିବ ନାହିଁ ?

ଉ: ଲୁଣ ।

9- ଲାଞ୍ଜ ଅଛି ହେଲେ ଡେଣା ନାହିଁ, ଆକାଶରେ ଉଡେ ସାଇଁ ସାଇଁ, ଉତ୍ତର ଯିଏ କହିବ, ମକର ଜାତ ବୁଲିବ ?

ଉ: ଗୁଡି ।

10- କେଉଁ ଦେଶରେ ସବୁଠାରୁ ବେଶୀ ଭୂମିକମ୍ପ ହୋଇଥାଏ ?

ଉ: ଜାପାନରେ ।

11- ଭାରତର ସ୍ଦାର୍ବ ପ୍ରଥମ ବ୍ଯାଙ୍କ ର ନାମ କଣ ?

ଉ: ବ୍ଯାଙ୍କ ଅଫ ହିନ୍ଦୁସ୍ଥାନ ।

12- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ପେଟ୍ରୋଲ ମିଳେ ?

ଉ: ଗୁଜୁରାଟ ରେ ।

13- ଭାରତର ପ୍ରଥମ ମହିଳା ଆଇପିଏସ ଙ୍କ ନାମ କଣ ?

ଉ: କିରଣ ବେଦି ।

14- କେଉଁ ଦେଶକୁ କ୍ରିକେଟ ଖେଳର ଜନ୍ମଦାତା ବୋଲି କୁହାଯାଏ ?

ଉ: ଇଂଲଣ୍ଡ ।

15- ମିଠାଇ ନୁହେଁ କିନ୍ତୁ ମିଠା ଲାଗେ, ହତିଆର ନୁହେଁ କିନ୍ତୁ ସିଧା ଅଟେ, ମତେ ଖାଇପାରନ୍ତି ନାହିଁ କିନ୍ତୁ ଖାଆନ୍ତି, ଅଧା ଖାଇ ପୁଣି ଫୋପାଡି ଦିଅନ୍ତୁ । ମୁଁ କିଏ ?

ଉ: ଆଖୁ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।