ଫୋନ କିପରି ହ୍ୟାକ ହୁଏ, ଏଥିରୁ କେମିତି ରକ୍ଷା ପାଇବେ ?

ଆପଣମାନେ ଜାଣିଛନ୍ତି କି ଗୋଟିଏ ହ୍ୟା-କର ଆପଣଙ୍କ ଫୋନକୁ ହ୍ୟା-କ କରି କୋଟି କୋଟି ଟଙ୍କା ଆପଣଙ୍କ ଆକାଉଣ୍ଟରୁ ଚୋରୀ କରି ନିଅନ୍ତି । କିନ୍ତୁ ଆଜିକାଲି ହ୍ୟା-କର ଶବ୍ଦଟି ସାଧାରଣ ହୋଇଗଲାଣି । ବର୍ତ୍ତମାନ କିଛି ଦିନ ପୂର୍ବରୁ ଟ୍ୱିଟର ହ୍ୟା-କ ହୋଇ ଯାଇଥିଲା । ତାର ଗୋଟିଏ ଦିନ ପୂର୍ବରୁ କ୍ୟାରି ମିନାଟି ଯାହାଙ୍କ ଅସଲି ନାଁ ଅଜୟ ନାଗର ତାଙ୍କ ଗେମିଙ୍ଗ ଚ୍ୟାନେଲ କ୍ୟାରିଇଜଲାଇଭ ହ୍ୟା-କ ହୋଇଥିଲା । ଏମିତିରେ ହ୍ୟା-କ ଶବ୍ଦ ଶୁଣିଲେ ଆମକୁ ଭୟ ଲାଗିବାରେ ଲାଗୁଛି । ଆଜି ଆମେ ଆପଣଙ୍କୁ କହିବୁ କି କେଉଁଭଳି ଭାବରେ ଜଣେ ହ୍ୟା-କର ଆମ ଫୋନକୁ ହ୍ୟା-କ କରନ୍ତି ।

ଆପଣମାନଙ୍କ ଫୋନକୁ ବେଳେ ବେଳେ ମ୍ୟାସେଜ ଆସେ କି ଆପଣଙ୍କ ଅକାଉଣ୍ଟରୁ ଲଖ୍ୟାଧିକ ଟଙ୍କା କଢ଼ା ଯାଇଛି । ସେତେବେଳେ ଆପଣଙ୍କ ଗୋଡ ତଳୁ ମାଟି ଖସିଗଲା ଭଳି ଲାଗେ । କାରଣ ନା ଆପଣ ତ ଏତେ ଟଙ୍କା ଉଠାଇ ନାହାନ୍ତି, କିନ୍ତୁ ଟଙ୍କା ଉଠାଇଲା କିଏ । ସେତେବେଳେ ଆପଣ ଜାଣି ଯାଆନ୍ତୁ କି ଆପଣଙ୍କ ଫୋନ ହ୍ୟା-କ ହୋଇ ଯାଇଛି । ସେମାନେ ଆପଣଙ୍କ ପର୍ସନାଲ ତଥ୍ୟ ସବୁ ହ୍ୟା-କ କରି ନିଅନ୍ତି ।

ଆପଣ ଭାବୁଥିବେ କି ଏହା ଏକ ମିଛ କଥା, କିନ୍ତୁ ଏହା ସତ କଥା କାରଣ ନା ଯେତେବେଳେ କ୍ୟାରି ମିନାଟିଙ୍କ ଭଳି ୟୁଟୁବରଙ୍କ ଚ୍ୟାନେଲକୁ ହ୍ୟା-କ କରିଦେଲେ । ତେବେ ଆପଣ ତ ସାଧାରଣ ବ୍ୟକ୍ତି ଅଟନ୍ତି । ଆସନ୍ତୁ ଜାଣିବା କିପରି ହ୍ୟା-କର ଆପଣଙ୍କ ଫୋନକୁ ହ୍ୟା-କ କରନ୍ତି । ହ୍ୟା-କର ଆପଣଙ୍କ ଫୋନକୁ ଆପଣଙ୍କ ଦ୍ୱାରା ହିଁ ହ୍ୟା-କ କରିଥାଏ, କାହିଁକି ନା ତାକୁ ଫୋନ ହ୍ୟା-କ କରିବା ପାଇଁ ଆପଣଙ୍କ ଅନୁମତି ଦରକାର, ଯାହାକି ଆପଣ ଅଜାଣତରେ ତାକୁ ଦେଇ ଦେଇଥାନ୍ତି ।

ଉଦାହରଣ ସ୍ୱରୂପ ଆପଣଙ୍କ ଫୋନକୁ କିଛି ମ୍ୟାସେଜ ଏବଂ ଲିଙ୍କ ଆସିଥାଏ ଯାହାକୁ ଅନ କରିବା ପରେ ଆପଣଙ୍କୁ କିଛି ଟଙ୍କା ମିଳିବାର ଲୋଭ ଦେଖାନ୍ତି । ସେହି ଟଙ୍କା ପାଇବା ପାଇଁ ଯେତେବେଳେ ଲିଙ୍କ ଅନ କରନ୍ତି ତେବେ ଆପଣ ଏମିତି ଏକ ସଫ୍ଟୱେୟାରରେ ପହଞ୍ଚି ଯାଆନ୍ତି ଓ ସେଠି ଆପଣ କିଛି ଅପସନ ଉପରେ କିଳ୍କ କରି ହ୍ୟା-କରକୁ ଅନୁମତି ଦେଇ ଦିଅନ୍ତି । ସେ ଆପଣଙ୍କ ଅନୁମତି ମାଗେ ଲୋଭରେ ପଡି ତାକୁ ଅନୁମତି ବି ଦେଇ ଦିଅନ୍ତି । ଏହା ପରେ ହ୍ୟା-କର ପାଖରେ ଆପଣଙ୍କ କଲ, ମ୍ୟାସେଜ, ଆକାଉଣ୍ଟ ଡିଟେଲସ ସବୁ ଚାଲିଯାଏ ।

ଏହା ଛଡା ହ୍ୟା-କରମାନେ ଅନ୍ୟ ଏକ ଉପାରେ ବି ଆପଣଙ୍କ ଫୋନକୁ ହ୍ୟା-କ କରିଥାନ୍ତି । ଯେଉଁଠି କେତେକ ଟଙ୍କା ଦେଇ କ୍ରୟ କରିବା ଏପକୁ ଫ୍ରିରେ ମୋଡିଫାଇ କରି ତିଆରି କରାଯାଏ । ଜାହକୁ ଦ୍ଵିତୀୟ ୱେବସାଇଟରୁ ଡାଉନଲୋଡ କରିବା ପାଇଁ କୁହାଯାଏ । ଯେଉଁ ଲୋକମାନେ ସେହି ୱେବସାଇଟରୁ ସେହି ଏପକୁ ଡାଉନଲୋଡ କରି ଦିଅନ୍ତି ଓ ନିଜ ଫୋନକୁ ସବୁ ପ୍ରକାର ଅନୁମତି ଦେଇ ଦିଅନ୍ତି ତେବେ ତାଙ୍କ ଫୋନ ବି ହ୍ୟା-କ ହୋଇଯାଏ ।

କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଆପଣମାନେ ପ୍ଲେ ଷ୍ଟୋର ଥିବା ଯେ କୌଣସି ବି ଏପକୁ ଡାଉନଲୋଡ କଲେ ଆପଣଙ୍କ ଫୋନ ହ୍ୟା-କ ହେବ ନାହିଁ । ସେଥିପାଇଁ ଆପଣଙ୍କୁ କେବଳ ସତର୍କତା ଅବଲମ୍ବନ କରିବାକୁ ପଡିବ । ଏହା ସହିତ ସ୍ୱୀକୃତି ପ୍ରାପ୍ତ ଏପ ଡାଉନଲୋଡ କରିବାକୁ ପଡିବ । ଏପର କାର୍ଯ୍ୟ ଗୁଡିକ ଦେଖି ତାକୁ ଅନୁମତି ଦିଅନ୍ତୁ । ଯେ କୌଣସି ଏପ ଅନାବଶ୍ୟକ ତଥ୍ୟ ମାଗନ୍ତି ସେହିଭଳି ଏପକୁ ଡାଉନଲୋଡ଼ କରନ୍ତୁ ନାହିଁ ।

କାରଣ ଏହି ଏପ ଗୁଡିକ କେବଳ ଆପଣଙ୍କ ଫୋନକୁ ହ୍ୟା-କ କରବା ପାଇଁ ହିଁ ତିଆରି କରାଯାଇଥାଏ । ଯାହା ଫଳରେ କି ଆପଣଙ୍କ ସବୁ ତଥ୍ୟ କିମ୍ବା ଅର୍ଥ ସମ୍ବନ୍ଧୀୟ ତଥ୍ୟ ହ୍ୟା-କର ମାନଙ୍କ ପାଖକୁ ଚାଲିଯାଏ ଏଥିପାଇଁ ସେମାନେ ଆପଣଙ୍କ ସବୁ ଟଙ୍କା ନେଇଯାନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଆପଣମାନେ ଦେଖି ଚାହିଁ ନିଜ ମୋବାଇଲରେ ଏପ ଡାଉନଲୋଡ଼ କରନ୍ତୁ ଏବଂ ଆପଣଙ୍କ ଟଙ୍କା ସହିତ ସବୁ ତଥ୍ୟକୁ ସୁରକ୍ଷିତ ରଖନ୍ତୁ ।