ଭାରତରେ ଥିବା ଏକ ମନ୍ଦିର ବର୍ଷା ହେବା ପୂର୍ବରୁ ଦେଇଥାଏ କିଛି ଏଭଳି ସଂକେତ। 

ଭାରତରେ ଥିବା ଏକ ମନ୍ଦିର ବର୍ଷା ହେବା ପୂର୍ବରୁ ଦେଇଥାଏ କିଛି ଏଭଳି ସଂକେତ।

ଏବେ ସାରା ଦେଶରେ ମୌସୁମୀର ଆଗମନ ହେତୁ ବର୍ଷା ଆରମ୍ଭ ହୋଇଛି । ତେବେ ମୌସୁମୀ କେବେ ଆସିବ, କେତେ ମାତ୍ରାରେ ବର୍ଷା ହେବ ସେ ନେଇ ପାଣିପାଗ ବିଭାଗ ଖବର ଦେଉଥିବା ବେଳେ ଭାରତରେ ଏମିତି ଏକ ରାଜ୍ୟ ରହିଛି ଯେଉଁଠି ବର୍ଷାର ଆଗମନ ବିଷୟରେ ଏହି ମନ୍ଦିର ଜଣାଇଥାଏ । ବର୍ଷା ଆସିବାର ୭ଦିନ ପୂର୍ବରୁ ହିଁ ଏହି ମନ୍ଦିରରୁ ଲୋକମାନଙ୍କୁ ବର୍ଷା ଆସିବାର ସୂଚନା ମିଳି ଯାଇଥାଏ । ଏହି କଥାଟି ଶୁଣିବା ପରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ।

କିନ୍ତୁ ଉତ୍ତରପ୍ରଦେଶର କାନ୍‌ପୁର ସହରରେ ଏକ ଏମିତି ମନ୍ଦିର ରହିଛି । ଯାହାର କାନ୍ଥରୁ ଡ଼ହ ଡ଼ହ ଖରାରେ ମଧ୍ୟ ପାଣି ବାହାରିବାକୁ ଲାଗିଥାଏ । ପରେ ବର୍ଷା ଆରମ୍ଭ ହେବା ପରେ ମନ୍ଦିରର ଛାତରୁ ପାଣି ବାହାରିବା ବନ୍ଦ ହୋଇ ଯାଇଥାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବର୍ଷା ହେବାର ୬-୭ଦିନ ପୂର୍ବରୁ ମନ୍ଦିରର ଛାତରୁ ପାଣି ବାହାରିଥାଏ । ଯେତେ ବଡ଼ ବଡ଼ ବୁନ୍ଦା ପାଣି ପଡ଼ିଥାଏ, ସେହି ଅନୁସାରେ ବର୍ଷା ମଧ୍ୟ ହୋଇଥାଏ ।

ଏହାର କାରଣ ଜାଣିବା ପାଇଁ ପୂର୍ବରୁ ଅନେକ ବୈଜ୍ଞାନିକମାନେ ଆସିଥିଲେ ମଧ୍ୟ ଏହା ପଛର କାରଣ ଖୋଜି ପାଇ ନାହାନ୍ତି ବୋଲି ମନ୍ଦିରର ପୂଜାରୀ କହିଛନ୍ତି । ଏହି ମନ୍ଦିର ଭଗବାନ ଜଗନ୍ନାଥଙ୍କର ବୋଲି ଜଣା ପଡ଼ିଛି ।