କରୋନାରୁ ବଞ୍ଚିବା ପାଇଁ ହୋମିୟୋପାଥିକୁ ମିଳିଲା ବଡ ସଫଳତା, ମାସରେ କେବଳ ୬ଦିନ ଖାଇବାକୁ ହେବ ଏହି ଔଷଧ

ବର୍ତ୍ତମାନ ସମୟରେ ସାରା ଦୁନିଆରେ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି ଏବଂ ଏହା ବିରୁଦ୍ଧରେ ଲଢିବା ପାଇଁ ଭ୍ୟାକ୍ସିନ ତିଆରି କରାଯାଉଛି । ଭାରତ ମଧ୍ୟ ଏଥିରେ ସାମିଲ ଅଛି କିନ୍ତୁ ଏହା ସହିତ ବର୍ତ୍ତମାନ ଭାରତରେ ହୋମିୟୋପାଥୀ ମଧ୍ୟ ଏହି ଲଢେଇରେ ବ୍ୟବହାର କରାଯାଉଛି । ହୋମିୟୋପାଥୀ ସାହାଯ୍ୟରେ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବା ସହିତ ଏହାକୁ ଦୃଢ ମଧ୍ୟ କରାଯାଉଛି, ଏହା ଦ୍ବାରା କରୋନା ସଂକ୍ରମଣ ରୋଗୀଙ୍କୁ ଭଲ କରିବା ସହିତ ଏହାକୁ କମ କରିବାରେ ମଧ୍ୟ ସାହାଯ୍ୟ କରିବ ।

ଡା. ଜବାହର ଶାହ ଗତ ୪୦ବର୍ଷରୁ ଅଧିକ ସମୟ ଧରି ମୁମ୍ବାଇରେ ହୋମିୟୋପାଥୀ ଅଭ୍ୟାସ କରୁଛନ୍ତି । ଡକ୍ଟର ଶାହା ୧୦୦ଜଣ ହୋମିୟୋପାଥୀ ଡାକ୍ତରଙ୍କ ସହିତ ମିଶି ଗୋଟିଏ ଖାସ ଔଷଧ ବିକଶିତ କରିଛନ୍ତି । ଏହି ଔଷଧ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କାମ କରୁଛି ଯାହା ଦ୍ୱାରା କୌଣସି ରୋଗ ଆପଣଙ୍କ ପାଖକୁ ଆସିପାରିବ ନାହିଁ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମ୍ପୂର୍ଣ ଔଷଧର କିଟ ୨୨୦୦୦ ପୋଲିସ, ୪୦୦୦ ଅଗ୍ନିଶମ ବାହିନୀ ସଦସ୍ୟ, ଧାରାବିରେ ରହୁଥିବା ୨୦୦୦ ଲୋକ ଏବଂ ୧ଲକ୍ଷରୁ ଅଧିକ ଲୋକଙ୍କୁ ଏହା ଦିଆଯାଇଛି । ଏହି ଔଷଧ ସାଇକୋ ନ୍ୟୁରୋ ଏଣ୍ଡୋକ୍ରାଇନ ଉପରେ ପ୍ରଭାବ ପକାଇଥାଏ । ଏହି ଔଷଧକୁ ଆୟୁଷ ମନ୍ତ୍ରାଳୟ ଦ୍ଵାରା ଦିଆଯାଇ ଥିବା ନିର୍ଦେଶ ଆଧାରରେ ହିଁ ପ୍ରସ୍ତୁତ କରାଯାଇଛି ।

ଆୟୁଷ ମନ୍ତ୍ରାଳୟ ଦ୍ଵାରା ପ୍ରମାଣିତ ଆର୍ସେନିକ ଏଲଗମ ଏବଂ କ୍ୟାମ୍ଫର ଏମ୧ ଏହି ଔଷଧରେ ସାମିଲ କରାଯାଇଛି, ଯାହାର ଚାହିଦା ଆଜିକାଲି ବିଦେଶରେ ମଧ୍ୟ ହେଉଛି । ଏହି ଔଷଧକୁ ମାସକୁ ଥରେ ଖାଇବାକୁ ହେବ ଯାହାର କୋର୍ସ ୬ଦିନ ଅଟେ । ପ୍ରଥମେ CK1 ଔଷଧକୁ ଲଗାତାର ତିନିଦିନ ଖାଇବାକୁ ପଡିବ ଏବଂ ଏହାକୁ ଦିନରେ ତିନିଥର ଖାଇବାକୁ ହେବ । ଏହାପରେ CK2 କୁ ମଧ୍ୟ ଲଗାତାର ତିନିଦିନ ବ୍ୟବହାର କରିବାକୁ ହେବ, ଏହାକୁ ମଧ୍ୟ ଦିନକୁ ତିନିଥର ଖାଇବାକୁ ପଡିବ ।

ଡକ୍ଟର ଶାହା ଦାବି କରିଛନ୍ତି କି ବର୍ତ୍ତମାନ ବହୁତ ସଂଖ୍ୟକ ପ୍ରବାସୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି ସେତବେଳେ ସେମାନଙ୍କୁ ଏହି ଔଷଧ ଦିଆଯିବା ଉଚିତ । ଏହା ଦ୍ୱାରା କରୋନା ଭାଇରସ ବ୍ୟାପିବାର ଆଶଙ୍କା କମ ହୋଇ ଯାଇଥାଏ । ଏହି ଔଷଧର ମୂଲ୍ୟ ୧୫ ରୁ ୨୦ ଟଙ୍କାରୁ ଅଧିକ ହୋଇନଥାଏ ।

ଡା. ଶାହାଙ୍କ ଅନୁସାରେ ଭାରତରେ ଏମିତି ଲୋକଙ୍କ ସଂଖ୍ୟା ଅଧିକ ଯାହାଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ କିନ୍ତୁ ସେମାନେ କରୋନା ପଜିଟିଭ ହୋଇଥାନ୍ତି । ଏଥିପାଇଁ ଲୋକଙ୍କ ଭିତରେ ଏହି ଔଷଧ ଅଧିକ ରୋଗ ପ୍ରତିରୋଧକ ଶକ୍ତି ବଢାଇବ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି କି ଆୟୁଷ ମନ୍ତ୍ରାଳୟର ଆଦେଶରେ ଆମେ ଆୟୁର୍ବେଦ ଏବଂ ହୋମିୟୋପାଥୀ ସହିତ ଯୋଡି ହୋଇଥିବା ଡାକ୍ତର ମାନଙ୍କର ସାହାଯ୍ୟ ନେଉଛୁ, ଯାହାପାଇଁ ଆମେ ପ୍ରାୟ ୧୦ ଜଣ ଡାକ୍ତରଙ୍କୁ ନେଇ ଏକ ଟାକ୍ସଫୋର୍ସ ଗଠନ କରିଛୁ । ହୋମିୟୋପାଥୀ ଠାରୁ ଆମକୁ ଭଲ ଫଳ ମିଳୁଛି ବୋଲି ଆମେ ଜାଣିପାରିଛୁ ।

ଡା. ଶାହା ମଧ୍ୟ ଏହି ଟାକ୍ସଫୋର୍ସର ସଦସ୍ୟ ଅଟନ୍ତି ଯାହାକୁ ମହାରାଷ୍ଟ୍ର କରୋନା ଭାଇରସ ସହିତ ଲଢିବା ପାଇଁ ଆୟୁର୍ବେଦିକ ଏବଂ ହୋମିୟୋପାଥୀ ଡାକ୍ତରଙ୍କ ଦଳ ତିଆରି କରିଛନ୍ତି । ଏହାର କାମ ହେଉଛି ଯେଉଁ କରୋନା ସଂକ୍ରମଣ ରୋଗୀଙ୍କର କୌଣସି ଲକ୍ଷଣ ନଥାଇ ମଧ୍ୟ ସେମାନେ ପଜିଟିଭ ବାହାରୁଛନ୍ତି ସେମାନଙ୍କୁ କଲରେ ହିଁ ସବୁ ପରାମର୍ଶ ଦେବାକୁ ପଡିବ ।

ଏହା ସହିତ ଯେଉଁ ଲୋକଙ୍କର ଲକ୍ଷଣ ଅଛି କିନ୍ତୁ ସେମାନେ କରୋନା ପଜିଟିଭ ନୁହଁନ୍ତି ସେମାନଙ୍କୁ ମଧ୍ୟ ଏମିତି ପରାମର୍ଶ ଦିଆଯିବ, ଯାହାଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରୁ ଚାପ କମ ହୋଇଯିବ । ଭାରତରେ ସବୁଠାରୁ ଅଧିକ ହୋମିୟୋପାକ୍ତର ଅଭ୍ୟାସ କରିଥାନ୍ତି । ଏଥିପାଇଁ ବର୍ତ୍ତମାନ ଭାରତରେ କରୋନା ସହିତ ଲଢିବା ପାଇଁ ବହୁତ ବର୍ଷ ପୁରୁଣା ଚିକିତ୍ସା ପଦ୍ଧତିର ବ୍ୟବହାର କରାଯାଉଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

ସୌଜନ୍ୟ- ଜି ନ୍ଯୁଜ ହିନ୍ଦୀ