ଡ୍ରାଇବିଙ୍ଗ ଲାଇସେନ୍ସକୁ ନେଇ ସରକାରଙ୍କ ବଡ ନିଷ୍ପତ୍ତି, ଏବେ ୩୧ ଜୁଲାଇ ପର୍ଯ୍ୟନ୍ତ ମିଳିବ ଏହି ଛାଡ

ସରକାର ରବିବାର ଦିନ କହିଛନ୍ତି କି ମୋଟର ଯାନ ଅଧିନିୟମ ଅନୁଯାୟୀ ବିଭିନ୍ନ ଡକ୍ୟୁମେଣ୍ଟ ଏବଂ ପ୍ରମାଣପତ୍ରର ବୈଧତାର ସମୟ ୩୧ ଜୁଲାଇ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହି ନିଷ୍ପତ୍ତି ଅନୁସାରେ ଫେବୃୟାରି ୧ ରୁ ନବୀକରଣରେ ବିଳମ୍ବ ପାଇଁ କୌଣସି ଅତିରିକ୍ତ ଶୁଳ୍କ କିମ୍ବା ବିଳମ୍ବ ଶୁଳ୍କ ନିଆଯିବ ନାହିଁ । ପ୍ରାପ୍ତ ସୂଚନା ଅନୁସାରେ କୋଭିଡ-୧୯ ସମୟରେ ଲୋକ ମାନଙ୍କର ସୁବିଧା ଉଦ୍ଦେଶ୍ୟରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଏକ ବୈଧାନିକ ଆଦେଶ ଜାରି କରିଛନ୍ତି ।

 

ଜାମ ଶୁଳ୍କ ବର୍ତ୍ତମାନ ବି ବୈଧ ରହିବ

ଏହି ଆଦେଶରେ କୁହାଯାଇଛି ଏହି ଡକ୍ୟୁମେଣ୍ଟର ନବୀକରଣ ସହିତ କୌଣସି କାର୍ଯ୍ୟକଳାପ ପାଇଁ ଫେବୃୟାରି ୧ କିମ୍ବା ତା ପରେ ଯଦି ଶୁଳ୍କ ଜମା ବି କରି ଦିଆଯାଏ ଏବଂ କୋଭିଡ-୧୯ ମହାମାରୀକୁ ରୋକିବା ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତି କାରଣରୁ ସେହି କାର୍ଯ୍ୟକଳାପ ସମ୍ପୂର୍ଣ ହୋଇ ପାରି ନାହିଁ ସେଥିପାଇଁ ଜମା ଶୁଳ୍କକୁ ବର୍ତ୍ତମାନ ବି ବୈଧ ବୋଲି ବିବେଚନା କରାଯିବ । ଯଦି ଶୁଳ୍କ ଜମା କରିବାରେ ଫେବୃୟାରି ୧, ୨୦୨୦ ରୁ ଲକଡାଉନର ଅବଧି ପର୍ଯ୍ୟନ୍ତ ବିଳମ୍ବ ହୋଇଛି, ତେବେ ଏପରି ବିଳମ୍ବ ବଦଳରେ ୩୧ ଜୁଲାଇ ୨୦୨୦ ପର୍ଯ୍ୟନ୍ତ କୌଣସି ପ୍ରକାରର ଅତିରିକ୍ତ କିମ୍ବା ବିଳମ୍ବ ଶୁଳ୍କ ନିଆଯିବ ନାହିଁ ।

ଏହା ପୂର୍ବରୁ ମାର୍ଚରେ ବଢିଥିଲା ସମୟସୀମା

ଗୃହ ମନ୍ତ୍ରାଳୟର ୨୪ ମାର୍ଚ୍ଚ ୨୦୨୦ ନିର୍ଦ୍ଦେଶାବଳୀ ଏବଂ ତାହାପରେ କୋଭିଡ-୧୯ ର ପ୍ରକୋପ କାରଣରୁ ସମ୍ପୂର୍ଣ ଭାବରେ ଲକଡାଉନ ଲାଗୁ କରିବା ସମ୍ବନ୍ଧରେ କରିଥିବା ସଂଶୋଧନକୁ ଦୃଷ୍ଟିରେ ରଖି ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ମୋଟର ବାହନ ଅଧିନିୟମ ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ବାହନ ଅଧିନିୟମ ୧୯୮୯ ସମ୍ବନ୍ଧିତ ଡକ୍ୟୁମେଣ୍ଟ ଗୁଡିକର ବୈଧତା ସମ୍ବନ୍ଧରେ ୩୦ ମାର୍ଚ୍ଚ ୨୦୨୦ ରେ ଏକ ପରାମର୍ଶ ଜାରି କରିଥିଲେ ।

ଏହି ଡକ୍ୟୁମେଣ୍ଟଗୁଡିକୁ ମଧ୍ୟ ବୈଧ ବୋଲି ବିବେଚନା କରାଯିବ

ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା କି ଯେଉଁ ଡକ୍ୟୁମେଣ୍ଟ ଗୁଡିକର ବୈଧତା ବୃଦ୍ଧି କରାଯିବ ନାହିଁ କିମ୍ବା ଲକଡାଇନ କାରଣରୁ ଦିଆଯାଇ ପାରିନାହିଁ ଏବଂ ଯାହାର ବୈଧତା ୧ ଫେବୃୟାରି ୨୦୨୦ ରେ ଶେଷ ହୋଇଯାଇଛି କିମ୍ବା ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ସମାପ୍ତ ହୋଇଯିବ, ସେହି ଡକ୍ୟୁମେଣ୍ଟଗୁଡିକୁ ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ବୈଧ ବୋଲି ବିବେଚନା କରାଯିବ ।

ସରକାରଙ୍କ ସୂଚନାରେ ଆସିଛି କି ଦେଶରେ ଲକଡାଉନ ଲାଗୁ ହେବା ଏବଂ ସରକାରୀ ପରିବହନ କାର୍ଯ୍ୟଳୟ ବନ୍ଦ ରହିବା କାରଣରୁ କେନ୍ଦ୍ରୀୟ ମୋଟର ବାହନ ଅଧିନିୟମ ୧୯୮୯ର ନିୟମ ୩୨ ଏବଂ ୮୧ ରେ ନିର୍ଦ୍ଧିଷ୍ଟ ବିଭିନ୍ନ ଶୁଳ୍କ ଏବଂ ବିଳମ୍ବ ଶୁଳ୍କକୁ ନେଇ ଲୋକଙ୍କୁ ବହୁତ ଅସୁବିଧାର ସାମନା କରିବାକୁ ପଡୁଛି । ଏହାକୁ ଦେଖି ମନ୍ତ୍ରାଳୟ ବାହନର ବିଭିନ୍ନ ଡକ୍ୟୁମେଣ୍ଟଗୁଡିକର ବୈଧତାର ଅବଧି ବଢାଇବାକୁ ଏହି ନିଷ୍ପତ୍ତି ନେଇଛନ୍ତି । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।