ମାଆ ଓ ବାପା Mihir Das ଙ୍କ ପରେ ଏବେ ସାନ ଭାଇକୁ ମୁଖାଗ୍ନି ଦେଉଛନ୍ତି Amlan, ହୃଦୟ ବିଦାରକ ଦୃଶ୍ୟ ଦେଖିଲେ କୋହ ସମ୍ଭାଳି ପାରିବେନି, ଦେଖନ୍ତୁ video

ମନରେ ଅଜସ୍ର କଷ୍ଟ ବୋହି ଭାଇ ମୁହଁରେ ମୁଖାଗ୍ନି ଦେଉଛନ୍ତି ବଡ ଭାଇ ଅମ୍ଳାନ । ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ଅକାଳରେ ପରଲୋକ ଘଟିବା ପରେ ସାନ ଭାଇର ଅନ୍ତିମ ସଂସ୍କାର କରୁଛନ୍ତି ବଡ ଭାଇ ଅମ୍ଳାନ ଦାସ । ନିଷ୍ଠୁର ସମୟ ଯେ କେତେବେଳେ କଣ ଘଟାଇଦିଏ ତାହା କିଏ ପାରିବ । ଏଇ ମାତ୍ର ବର୍ଷେ ତଳେ ଆରପାରିକୁ ଚାଲି ଯାଇଥିଲେ ଓଡିଆ ଫିଲ୍ମ ଜଗତର ବର୍ଷୀୟାନ ଅଭିନେତା ମିହିର ଦାସ । ଆଉ ଏବେ ତାଙ୍କ ପଛକୁ ସାନ ପୁଅ ଅକ୍ଲାନ୍ତଙ୍କର ମଧ୍ୟ ପରଲୋକ ହୋଇଛି ।

ବାପାଙ୍କ ଯିବାର କିଛି ବର୍ଷ ପୂର୍ବରୁ ଅମ୍ଳାନଙ୍କ ମାଆ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ । ମା’ ଓ ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଥିବା ଘରର ବଡ ପୁଅ ଆଜି ନିଜ ସାନ ଭାଇକୁ ମଧ୍ୟ ମୁଖାଗ୍ନି ଦେଇଛି । ଛାତିରେ କେତେ ଯେ ଯନ୍ତ୍ରଣା ଚାପି ରଖିଥିବେ ସେକଥା କେବଳ ଅମ୍ଳାନ ହିଁ ଅନୁଭବ କରି ପାରୁଥିବେ । କୁହାଯାଉଛି ବାପା ମିହିର ଦାସ ଚାଲିଯିବା ପରେ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ମାନସିକ ଭାରସାମ୍ୟ ହରାଇ ବସିଥିଲେ ।

ଅକ୍ଲାନ୍ତ ବାପାଙ୍କୁ ଖୁବ ଭଲ ପାଉଥିଲେ ଆଉ ବାପା ବି ସାନ ପୁଅକୁ ସବୁଠୁ ଅଧିକ ଭଲ ପାଉଥିଲେ । ତେଣୁ ଅଚାନକ ବାପାଙ୍କୁ ହରାଇବା ପରେ ଅକ୍ଲାନ୍ତ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ । ଅକ୍ଲାନ୍ତ ଡିପ୍ରେସନରେ ରହୁଥିଲେ ଏବଂ ତାଙ୍କ ଲିଭର ଜନିତ ସମସ୍ଯା ଯୋଗୁଁ ମଧ୍ୟ ସେ ବାରମ୍ବାର ଅସୁସ୍ଥ ହୋଇ ପଡୁଥିଲେ ।

ଗତ କିଛିଦିନ ହେବ ଭୁବନେଶ୍ବର ସ୍ଥିତ AIIMS ହସ୍ପିଟାଲରେ ସେ ଚିକିତ୍ସିତ ହୋଇ ଆସୁଥିଲେ । ଆଉ ଆଜି ବାପାଙ୍କୁ ଝୁରି ଝୁରି ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ଅକ୍ଲାନ୍ତ ଦାସ । ତାଙ୍କ ମୃତ୍ୟୁ ପରେ ବଡ ଭାଇ ଅମ୍ଳାନ ଦାସ କଟକ ସତୀଚଉଡ଼ା ସ୍ଥିତ ଶ୍ମଶାନରେ ସାନ ଭାଇ ଅକ୍ଲାନ୍ତ ଦାସଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରିଛନ୍ତି । ତେବେ ଅକ୍ଲାନ୍ତଙ୍କ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 26 ବର୍ଷ ବୟସ ହୋଇଥିଲା ।

ଗତ ଏକ ମାସ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ରାତି ପ୍ରାୟ 12ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ନିଷ୍ଠୁର ସତ୍ୟ ବିଶ୍ବାସ ନହେଲେ ମଧ୍ୟ ସତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।