ମନିପର୍ସ ଭିତରେ କେଉଁ ଜିନିଷ ରଖିଲେ ଅର୍ଥ ପ୍ରାପ୍ତି ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ସଂସାରରେ ଏଭଳି କିଛି ଜାଣିବା ଯୋଗ୍ୟ ତଥ୍ୟ ରହିଛି ଯାହା ଦ୍ଵାରା ମଣିଷ ଜୀବନରୁ ଦୁଃଖ କଷ୍ଟ ଦୂର ହୋଇ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ । କେବେବି ଅନ୍ଧାରରେ ଭୋଜନ କରିବା ଉଚିତ ନୁହେଁ କି ଅନ୍ଧାର ସ୍ଥାନରେ ବସିବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହେବାସହ ମନକୁ ଖରାପ ଚିନ୍ତା ଆସିଥାଏ । ଦାନ୍ତରେ ନଖ ଛିଣ୍ଡାଇବା ଉଚିତ ନୁହେଁ କିମ୍ବା ଗୋଡ ଆଙ୍ଗୁଳିକୁ ବାରମ୍ବାର କୁଣ୍ଡାଇବା ଅନୁଚିତ, ଏହା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ ।

ଘର ପାଖରେ ଅରଖ ଗଛ ରହିବା ଅତ୍ୟନ୍ତ ମଙ୍ଗଳକାରୀ ଓ ଶୁଭ ହୋଇଥାଏ ଓ ଏହି ଫୁଲ ମା’ ଲକ୍ଷ୍ମୀଙ୍କର ଅତିପ୍ରିୟ ହୋଇଥାଏ । ଯଦି ଘୁଙ୍ଗୁଡି ହେଉଥାଏ କିମ୍ବା ପେଟର ଚର୍ବି ବୃଦ୍ଧି ହେଉଥାଏ ତେବେ କିଛିଦିନ ଗୁଜୁରାତି ଖାଇ ଉଷୁମ ପାଣି ପିଇବା ଦ୍ଵାରା ତାହା ଦୂର ହୋଇଥାଏ । ଧାନ, ମୁଗ, ଗହମ, ସୋରିଷ ଓ କଳାରାଶିକୁ କପଡାରେ ବାନ୍ଧି ଘରର ପ୍ରତ୍ଯେକ କୋଠରିରେ ରଖିଲେ ଘରେ ଧନର ଅଭାବ ଦେଖା ଦେଇ ନଥାଏ ।

ବୁଧବାର ଦିନ କିନ୍ନର, ଶନିବାର ଦିନ ଛୋଟା ବ୍ୟକ୍ତି ଏବଂ ରବିବାର ଦିନ ଅନ୍ଧ ବ୍ୟକ୍ତି କିଛି ଦାନ କରିବା ମଙ୍ଗଳକାରୀ ହୋଇଥାଏ । ତୁଳସୀ ଗଛ ଯଦି ଝାଉଁଳି ଯାଏ କିମ୍ବା ମରିଯାଏ ତେବେ ଘରେ କାହାର ଦେହ ଖରାପ ହେବାର ସୂଚନା ହୋଇଥାଏ । କିନ୍ତୁ ତୁଳସୀ ଗଛ ଭଲ ବୃଦ୍ଧି ହେଲେ ଘର ପାଇଁ ଶୁଭପ୍ରଦ ହୋଇଥାଏ ।

ଶିବ ମନ୍ଦିର ଯାଇଥିବା ବେଳେ ଅଧା ବେଢା ପରିକ୍ରମା କରିବା ଉଚିତ, ଏହା ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ଘରେ କେବେବି ପୁରୁଣା କ୍ଯାଲେଣ୍ଡର ରଖିବା ଉଚିତ ନୁହେଁ କି ଦକ୍ଷିଣ କାନ୍ଥରେ କ୍ଯାଲେଣ୍ଡର ଟାଙ୍ଗିବା ଉଚିତ ନୁହେଁ, ଏହାଦ୍ବାରା ପ୍ରଗତି ବାଧାପ୍ରାପ୍ତ ହୋଇଥାଏ । ଯେତେ ରୋଜଗାର କଲେ ବି ଯଦି ଅଭାବ ହେଉଥାଏ ତେବେ ପାଣିରେ କଳାରାଶି ପକାଇ ଗାଧୋଇବା ଉଚିତ ଏବଂ କଳାରାଶି ସହ ଗୁଡ ଦାନ କଲେ ମଧ୍ୟ ଅଭାବ ଦୂର ହୋଇଥାଏ ।

ଘରେ ଯଦି କିଛି ଅଶୁଭ ହେଉଥାଏ କିମ୍ବା ଦୁଃସ୍ଵପ୍ନ ଆସୁଥାଏ ତେବେ ଖଣ୍ଡିଏ କାଗଜରେ ଲୁଣ ନେଇ ଘୋର କୋଣରେ ରଖି ସକାଳୁ ନଈରେ ପକାଇଲେ ତାହା ଶୁଭ ହୋଇଥାଏ । ସ୍ତ୍ରୀ ଲୋକମାନେ ମଝି ସିନ୍ଥାଣିରେ ସିନ୍ଦୂର ପିନ୍ଧିବା ଉଚିତ ଏହା ଶୁଭପ୍ରଦ ହୋଇଥାଏ । କଡପଟ  ସିନ୍ଥାଣିରେ କେବେବି ସିନ୍ଦୂର ପିନ୍ଧିବା ଉଚିତ ନୁହେଁ ।

ଠାକୁର ପୂଜା ସମୟରେ ଶଙ୍ଖଶ୍ଵନୀ କରିବା ଦ୍ଵାରା ଶୁଭପ୍ରଦ ଓ କଲ୍ୟାଣକାରୀ ହୋଇଥାଏ । ଦୀପାବଳି ଦିନ ପେଚା ଘରପାଖରେ ବସିବା ଶୁଭପ୍ରଦ ହୋଇଥାଏ ଏବଂ ବିଲେଇ କିମ୍ବା ଚୁଚୁନ୍ଦ୍ରା ଘରେ ପଶିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ । ଝିଟିପିଟି ଯଦି ମୁଣ୍ଡ, ପିଠି, ଡାହାଣ ଗୋଡ କିମ୍ବା ହାତରେ ପଡେ ତେବେ ଶୁଭ ହୋଇଥାଏ ।

କିନ୍ତୁ ଛାତି କିମ୍ବା ବାମ ହାତ ଓ ଗୋଡ ଉପରେ ପଡିଲେ ଅଶୁଭ ହୋଇଥାଏ । ମନିପର୍ସରେ ଓସ୍ତପତ୍ରକୁ ଧୋଇ ତା’ ଉପରେ ସିନ୍ଦୂରରେ ଶ୍ରୀ ଲେଖି ରଖିବା ଦ୍ଵାରା ଶୁଭ ହୋଇଥାଏ ଓ ଅର୍ଥ ପ୍ରାପ୍ତି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।