ଜଗନ୍ନାଥଙ୍କୁ ଏତିକି ଦାନ ଦେଲେ Anant Ambani, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେଲା ବଡ ଖୁଲାସା, ଦେଖନ୍ତୁ video

ଅନନ୍ତ ଅମ୍ବାନୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିବା ଖବର ମିଳିବା ପରେ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପୂର୍ବରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରା ଯାଇଥିଲା । ଦିନ ସାଢେ ତିନିଟା ସମୟରେ ଅନନ୍ତ ଅମ୍ବାନୀ ଆସି ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ଏହାପରେ ମନ୍ଦିର ପ୍ରଶାସନ ତାଙ୍କୁ ଜଗନ୍ନାଥଙ୍କ ନିକଟକୁ ପାଛୋଟି ନେଇଥିଲେ । ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିଥିଲେ ଅନନ୍ତ ଅମ୍ବାନୀ । ଜଗନ୍ନାଥଙ୍କୁ ଦର୍ଶନ କରି ସେ ବେଶ ଭାବବିହ୍ଵଳ ହୋଇ ପଡିଥିଲେ ।

କାଠ ପାଖେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ତାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ମହାପ୍ରଭୁଙ୍କ ନିକଟରେ ପ୍ରାୟ 10 ମିନିଟ ବିତାଇଥିଲେ ଅନନ୍ତ ଅମ୍ବାନୀ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମୁକ୍ତି ମଣ୍ଡପ ସାମ୍ନାରେ ଓହ୍ଲାଇ ମୁକ୍ତି ମଣ୍ଡପରେ ଦର୍ଶନ କରି ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ସେ ଦର୍ଶନ କରିଥିଲେ । ସମସ୍ତ ଦର୍ଶନ ଶେଷ ହେବା ପରେ ସେ ଶ୍ରୀମନ୍ଦିରରୁ ବାହୁଡି ଆସିଥିଲେ । ତେବେ ଦର୍ଶନ କରିବା ମଧ୍ୟରେ ଅନନ୍ତ ଅମ୍ବାନୀ ଦାନ ଦକ୍ଷିଣା ମଧ୍ୟ ଦେଇଥିଲେ ।

ଜଗନ୍ନାଥଙ୍କ ହୁଣ୍ଡିରେ ଦାନ ପକାଇବା ସହ ଶ୍ରଦ୍ଧାର ସହ ସେଠାରେ କାର୍ଯ୍ୟରତ ସେବାୟତ ମାନଙ୍କୁ ମଧ୍ୟ କିଛି ନା କିଛି ଦାନ ଦେଇଥିଲେ । ତେବେ ସେ କେତେ ଲେଖାଏଁ ଦାନ ଦେଇଥିଲେ ସେନେଇ ଶ୍ରୀମନ୍ଦିର ସେବାୟତ ପ୍ରକାଶ କରିନାହାନ୍ତି । କାରଣ ସେ ଯାହା କିଛି ବି ଦାନ ଦେଇଛନ୍ତି ତାହା ଅତ୍ୟନ୍ତ ଶ୍ରଦ୍ଧାର ସହ ସେମାନେ ଗ୍ରହଣ କରିଛନ୍ତି ।

ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ଅନନ୍ତ ଅମ୍ବାନୀଙ୍କୁ ଉତ୍ତରୀୟ ଦେଇ ସ୍ଵାଗତ କରା ଯାଇଥିଲା । ଏହାସହ ଶ୍ରୀଜଗନ୍ନାଥଙ୍କ ଏକ ଫଟୋ ଫ୍ରେମ ଏବଂ ଶ୍ରୀମନ୍ଦିର ଦ୍ଵାରା ପ୍ରସ୍ତୁତ ବାର୍ଷିକ କ୍ଯାଲେଣ୍ଡର ମଧ୍ୟ ଅନନ୍ତ ଅମ୍ବାନୀଙ୍କୁ ପ୍ରଦାନ କରା ଯାଇଥିଲା । ଶ୍ରୀମନ୍ଦିର ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରା ଯାଇଥିଲା ।

ଅନନ୍ତ ଅମ୍ବାନୀ ଜଗନ୍ନାଥଙ୍କ ଦର୍ଶନ କରି ନିର୍ବିଘ୍ନରେ ବାହୁଡି ଯାଇଛନ୍ତି । ତେବେ ଅନନ୍ତ ଅମ୍ବାନୀ ଜଗନ୍ନାଥଙ୍କୁ କେତେ ଦକ୍ଷିଣା ଦେଇଥିବେ ବୋଲି ଆପଣ ଅନୁମାନ କରୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।