ମିଛ FIR ରୁ ବଞ୍ଚିବା ପାଇଁ କରନ୍ତୁ ଏହି କାମ, ପୋଲିସ ବି ଆପଣଙ୍କର କିଛି କରି ପାରିବ ନାହିଁ

ଏଫଆଇଆର (FIR) ର ମାନେ First Information Report । କିଛି ବି କ୍ରିମିନାଲ କେସ ହେଲେ ପୋଲିସ ପାଖକୁ ଯାଇ FIR ଲେଖିବାକୁ ପଡିଥାଏ । FIR ଲେଖିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥାଏ ଓ ଅଭିଯୋଗ ମିଳିବା ପରେ ହିଁ FIR ଲେଖାଯାଏ । ପୀଡିତ ବ୍ୟକ୍ତି ପୋଲିସ ଷ୍ଟେସନ ଯାଇ FIR ଲେଖିଥାଏ ଯାହା ପରେ ପୋଲିସ ଆରୋପିଙ୍କ ବିରୁଦ୍ଧରେ ଉଚିତ ପଦକ୍ଷେପ ନେଇଥାଏ । FIR ଏକ ପ୍ରକାରର ଲିଖିତ ଦରଖାସ୍ତ ହୋଇଥାଏ ଯାହାକୁ ଅଭିଯୋଗ ମିଳିବା ପରେ ପୋଲିସ ପ୍ରସ୍ତୁତ କରିଥାଏ ।

ମିଛ FIR ବିରୁଦ୍ଧରେ କରନ୍ତୁ ଏହି ଧାରାର ପ୍ରୟୋଗ

କିନ୍ତୁ କିଛି ଥର ଏମିତି ହୋଇଥାଏ କି ନିଜ ଭିତରେ ଝଗଡା କାରଣରୁ ଲୋକ ମିଛ FIR ଲେଖିଥାନ୍ତି । ଏମିତିରେ ଯାହା ବିରୁଦ୍ଧରେ ମିଛ FIR ଲେଖା ଯାଇଥାଏ ସେ ଅଯଥାରେ କାନୁନି କାର୍ଯ୍ୟରେ ଫଶି ଯାଆନ୍ତି ଓ ତାଙ୍କର ସମୟ ବର୍ବାଦ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ମିଛ FIR ବିରୁଦ୍ଧରେ ଅଭିଯୋଗ କରି ନିଜକୁ ବଞ୍ଚାଇ ପାରନ୍ତି । ଭାରତୀୟ ସମ୍ବିଧାନରେ ଭାରତୀୟ ଦଣ୍ଡ ସଂହିତାର ଧାରା C.R.P.C ଏମିତି ଏକ ନିୟମ ଅଟେ ଯାହାର ପ୍ରୟୋଗ କରି ଆପଣ ବେକାରର ଚିନ୍ତାରୁ ମୁକ୍ତି ପାଇପାରିବେ ।

ଧାରା ୪୮୨ କଣ?

ଯଦି କେହି ଆପଣଙ୍କ ବିରୁଦ୍ଧରେ ମିଛ FIR ଲେଖିଛନ୍ତି ତେବେ ଆପଣ ଏହି ଧାରାକୁ ପ୍ରୟୋଗ କରି ପାରନ୍ତି । ଏହା ଅନୁସାରେ ଓକିଲ ଜରିଆରେ ହାଇକୋର୍ଟ ରେ ପ୍ରାର୍ଥନାପତ୍ର ଦାଖଲ କରା ଯାଇପାରିବ ଯେଉଁଥିରେ ଆପଣ ନିଜର ନିର୍ଦ୍ଦୋଷ ହେବାର ପ୍ରମାଣ ପତ୍ର ଦାଖଲ କରି ପାରିବେ ଯେମିତି ଭିଡ଼ିଓ ରେକର୍ଡିଂ, ଅଡିଓ ରେକର୍ଡିଂ, ଫୋଟୋଗ୍ରାଫ୍ସ ଓ ଡକୁମେଣ୍ଟ ପ୍ରାର୍ଥନା ପତ୍ର ସହିତ ଆଟାଚ କରି କୋର୍ଟକୁ ଦେଇ ପାରନ୍ତି ।

କେମିତି କରିବେ ଧାରା ୪୮୨ C.R.P.C ରେ ଆବେଦନ

ଯଦି ଆପଣଙ୍କୁ କେହି ଚୋରୀ, ମାରପିଟ, ବଳାତ୍କାର ବା ଅନ୍ୟ କୌଣସି ମାମଲାରେ ଫସାଇ ଦେଇଛନ୍ତି ତେବେ ଆପଣ ହାଇ କୋର୍ଟରେ ଆବେଦନ କରି ପାରନ୍ତି । ଯେ ପର୍ଯ୍ୟନ୍ତ କୋର୍ଟରେ କେସ ଚାଲିବ ପୋଲିସ ଆପଣଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରି ପାରିବ ନାହିଁ । ଏତିକି ନୁହେଁ ଯଦି ଆପଣଙ୍କ ବିରୁଦ୍ଧରେ ୱାରେଣ୍ଟ ବି ଜାରି ହୋଇଅଛି ତେବେ ବି କେସ ଚାଲିଥିବା ସମୟରେ ପୋଲିସ ଆପଣଙ୍କୁ ଆରେଷ୍ଟ କରି ପାରିବ ନାହିଁ ।

ଫାଇଲ କିପରି ପ୍ରସ୍ତୁତ କରିବେ

ଯଦି ଆପଣଙ୍କୁ ଏହି ଧାରାରେ ହାଇକୋର୍ଟରେ ଆବେଦନ କରିବାକୁ ପଡେ ତେବେ ସର୍ବ ପ୍ରଥମେ ଏକ ଫାଇଲ ପ୍ରସ୍ତୁତ କରିବାକୁ ହେବ । ଏହି ଫାଇଲରେ ଏଫଆଇଆର ର କପି ସହିତ ସବୁ ପ୍ରମାଣପତ୍ର ର ଡକୁମେଣ୍ଟ ଲଗାଇବାକୁ ପଡିବ । ଆପଣଙ୍କ ଓକିଲ ପ୍ରମାଣ ପତ୍ର ପ୍ରସ୍ତୁତ କରିବାରେ ଆପଣଙ୍କୁ ସାହାର୍ଯ୍ୟ କରି ପାରନ୍ତି । ଆପଣଙ୍କ ପକ୍ଷରେ ଯଦି କୌଣସି ସାକ୍ଷୀ ଅଛନ୍ତି ତେବେ ତାଙ୍କ ବିଷୟରେ ଏଥିରେ ଜଣାଇବା ଜରୁରୀ ଅଟେ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ସୂଚନା ଭିତ୍ତିକ ଆର୍ଟିକ୍ଲ କେମିତି ଲାଗିଲା କମେଣ୍ଟ କରି ଜଣାଇବେ ନିଶ୍ଚୟ, ଏହିଭଳି ନୂଆ ନୂଆ ସୂଚନା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।