ବଡ ଖୁଲାସା, କରୋନା ଭାଇରସର ସାମ୍ପୁଲ ବିଷୟରେ ବୁହାନର ମେଡିକାଲ ଅଫିସର କହିଲେ ଲୁଚାଇଥିବା ସତ, ପଢନ୍ତୁ ପୁରା ଖବର

କରୋନା ଭାଇରସ ଉପରେ କରାଯାଉ ଥିବା ସମସ୍ତ ଷଡଯନ୍ତ୍ର ବର୍ତ୍ତମାନ ଗୋଟିଏ ଗୋଟିଏ ହୋଇ ବାହାରକୁ ଆସୁଛି । ନେସନାଲ ୟୁନିଭର୍ସିଟି ଅଫ ଡ଼ିଫେନ୍ସ ଟେକ୍ନୋଲୋଜି ଚୀନରେ କରୋନା ଦ୍ଵାରା ସଂକ୍ରମଣ ରୋଗୀଙ୍କର ପ୍ରକୃତ ସଂଖ୍ୟାକୁ ପରଦାଫାସ କରିଛି ଏବଂ ତାହାପରେ ବୁହାନର ଲ୍ୟାବର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଲିୟୋ ପ୍ରକାଶ କରିଛନ୍ତି କି କରୋନା ଭାଇରସର ଆରମ୍ଭରୁ ସବୁ ନମୁନା ସରକାର ଙ୍କ ଆଦେଶରେ ନଷ୍ଟ କରିଦିଆ ଯାଇଛି ।

ଏହି ସତ୍ୟତା ପରେ କୋରୋନା ଭାଇରସ କେମିତି ସୃଷ୍ଟି ହୋଇଥିଲା ବର୍ତ୍ତମାନ ତାହା ବିଷୟରେ ଜାଣିବା ବହୁତ କଷ୍ଟ ହୋଇ ଯାଇଛି । ଆମେରିକା ବାରମ୍ବାର ଚୀନ ଉପରେ ଦୋଷ ଲଗାଉଛି କି କୋରୋନା ଭାଇରସକୁ ଚୀନର ଲ୍ୟାବରେ ସୃଷ୍ଟି କରାଯାଇ ଥିଲା । ବୁହାନ ଲ୍ୟାବରେ କାର୍ଯ୍ୟରତ ଏହି ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ ଦ୍ଵାରା ଚୀନର ଚରିତ୍ର ଉପରେ ଅନେକ ପ୍ରଶ୍ନ ଉଠୁଛି । ଏହି ଅଧିକାରୀ ପ୍ରକାଶ କରିଛନ୍ତି କି ଦେଶରେ କୋରୋନା ଭାଇରସର ଆରମ୍ଭ ନମୁନାକୁ ନଷ୍ଟ କରିଦିଆ ଯାଇଛି । ସେ କହିଛନ୍ତି କି ଏହି ଭୟଙ୍କର ଭାଇରସକୁ ସଂକ୍ରମଣ ଦ୍ଵାରା ବାୟୋସେଫ୍ଟି କୁ ଧ୍ୟାନରେ ରଖି ଏସ୍କପର୍ଟସଙ୍କ ରାୟ ଏବଂ ରିସର୍ଚ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

 

ଆମେରିକା ଚୀନ ଉପରେ କୋରୋନା ଭାଇରସ କେମିତି ବ୍ୟାପୀଲା ଏବଂ ଏହାକୁ ପ୍ରଥମରୁ କଣ ପାଇଁ ଅଟକା ଗଲା ନାହିଁ ଏମିତି ପ୍ରଶ୍ନରେ ପାରଦର୍ଶିତାକୁ ନେଇ ଆକ୍ରାମଣକାରୀ ଅଛନ୍ତି । ଦେଶର ବିଦେଶ ମନ୍ତ୍ରୀ ମାଇକ ପାମ୍ପିୟୋ ପ୍ରଥମରୁ ବି ଅଭିଯୋଗ ଲଗାଇ ସାରିଛନ୍ତି କି ଦେଶର କମ୍ୟୁନିଟି ପାର୍ଟି ଉପରେ ଭୟଙ୍କାରୀ ମହାମାରୀ ଅବସ୍ଥାରେ ଅନ୍ତରାଷ୍ଟ୍ରୀୟ ସ୍ଵଛତା ଉପରେ ଦୃଷ୍ଟି ରଖିଛି । ସେ ଅଭିଯୋଗ ଲଗାଇଛନ୍ତି କି ଚୀନ ଭାଇରସ ନମୁନାକୁ ନଷ୍ଟ କରିଦେଇଛି ଯେଉଁ କାରଣରୁ ସେ କେଉଁଠାରୁ ସୃଷ୍ଟି ହେଲା ଏହା ଜାଣିବା ବହୁତ କଷ୍ଟ ହୋଇଯାଇଛି ।

ଲିଓ କହିଛନ୍ତି କି ପାମ୍ପିୟୋଙ୍କ ବୟାନ ବିଭ୍ରାନ୍ତିକର ଅଟେ । ସେ ଦାବି କରିଚାହନ୍ତି କି ସୁରକ୍ଷାକୁ ଧ୍ୟାନରେ ରଖି ଏହି ନମୁନାକୁ ନଷ୍ଟ କରାଯାଇଛି । ସେ କହିଛନ୍ତି ଯଦି କୌଣସି ଲ୍ୟାବରେ ଭାଇରସକୁ ଷ୍ଟୋର କରିବା ପାଇଁ ଆବଶ୍ୟକୀୟ ସର୍ତ ନଥାଏ ତାହେଲେ ଏହାକୁ ସେଠାରେ ନଷ୍ଟ କରିଦେବା ଉଚିତ କିମ୍ବା ଏପରି ଏକ ଷ୍ଟୋରେଜ କୁ ପଠାଯିବା ଉଚିତ ଯେଉଁଠାରେ ଏପରି ସୁବିଧା ଥିବ । ସେ କହିଛନ୍ତି କି ଏମିତି ନିୟମକୁ କଡାକଡି ଭାବେ ପାଳନ କରାଯାଇ ଥାଏ ।

ଚୀନର ଏକ ମିଡିଆ ଆଉଟଲେଟ ଦାବି କରିଛନ୍ତି କି ଡିସେମ୍ବର ଶେଷରେ କରାଯାଇ ଥିବା ଟେଷ୍ଟରେ SARS ଭଳି ଘାତକ ଭାଇରସର ଆଶଙ୍କା ସାମନାକୁ ଆସିଥିଲା । ଏହାପରେ ଏହି ନମୁନା ନଷ୍ଟ କରାଯାଇ ଥିଲା । ଏହି ରିପୋର୍ଟ ଅନୁସାରେ ସେ ପର୍ଯ୍ୟନ୍ତ ଚୀନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନକୁ ଏହା ବିଷୟରେ ସୂଚନା ଦେଇ ନଥିଲା ।

ପ୍ରାୟ ଦୁଇ ସପ୍ତାହ ପରେ ଦୁନିଆ ସାରା ଭାଇରସର ଜିନୋମ ଶେୟାର କରାଯାଇ ଥିଲା । ପାମ୍ପିୟୋ ଚୀନ ଉପରେ ଅଭିଯୋଗ ଲଗାଇଥିଲେ କି ସେ ସୂଚନା ନଦେବାରୁ କୋରୋନା ଭାଇରସକୁ ରୋକିବା ପାଇଁ ଭ୍ୟାକ୍ସିନ ଏବଂ ଚିକିତ୍ସା ପାଇଁ ଔଷଧ ତିଆରି କରିବାରେ ଦୁନିଆକୁ ଅତି କଷ୍ଟ ହେଉଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।