“ମେ ଧାରକ କୋ….ରୂପୟେ ଅଦା କରନେ କା ବଚନ ଦେତା ହୁଁ”, ଏହି ଲାଇନ ଟି କାହିଁକି ଲେଖା ହୋଇଥାଏ ସବୁ ନୋଟରେ

ଜୀବନରେ ବଞ୍ଚିବା ପାଇଁ ପ୍ରତ୍ୟେକ ଲୋକଙ୍କୁ ଟଙ୍କାର ଆବଶ୍ୟକ ହୋଇଥାଏ । ଆପଣ ଜୀବନରେ ୫ ଟଙ୍କାର ନୋଟରୁ ନେଇ ୨୦୦୦ ଟଙ୍କାର ନୋଟ ପର୍ଯ୍ୟନ୍ତ ଦେଖିଥିବେ, କିନ୍ତୁ ଆପଣ କେବେ ନୋଟରେ ଲେଖା ହୋଇଥିବା ଶପଥକୁ ପଢିଛନ୍ତି । ନୋଟରେ ଲେଖା ହୋଇଥିବା ଶପଥ ହେଉଛି “ମେ ଧାରକ କୋ….ରୂପୟେ ଅଦା କରନେ କା ବଚନ ଦେତା ହୁଁ” । କଣ ଆପଣ ଜାଣିଛନ୍ତି, ଏହି ବାକ୍ୟ ପଛରେ ରହିଥିବା କାହାଣୀ କଣ ? ଆସନ୍ତୁ ଜାଣିବା ଏହାର କାହାଣୀ ।


ଏହି ପ୍ରଶ୍ନ ବହୁତ ପରୀକ୍ଷା ଓ ଇଣ୍ଟରଭ୍ୟୁରେ ମଧ୍ୟ ପଚରା ହୋଇଛି । ସେଥିପାଇଁ ଏହାକୁ ଆପଣ ଜାଣିବା ଅତ୍ୟନ୍ତ ଜରୁରୀ । ଆରବିଆଇ ଯେତେ କରେନ୍ସି ପ୍ରିଣ୍ଟ କରିଥାଏ, ସେତିକି ମୂଲ୍ୟର ଗୋଲ୍ଡ ନିଜ ପାଖରେ ସୁରକ୍ଷିତ ରଖିଥାଏ । ସେ ଧାରକକୁ ବିଶ୍ଵାସ ଦେବାପାଇଁ କଥନଟି ଲେଖିଛନ୍ତି । ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ପାଖରେ ୨୦ ଟଙ୍କା ଅଛି ତେବେ ରିଜର୍ଭ ବ୍ୟାଙ୍କ ପାଖରେ ଆପଣଙ୍କର ୨୦ ଟଙ୍କାର ସୁନା ରିଜର୍ଭ ଅଛି ।

ଏହିପରି ଅନ୍ୟ ନୋଟରେ ମଧ୍ୟ ଲେଖା ହୋଇଥାଏ କି, ଯେଉଁ ନୋଟ ଆପଣଙ୍କ ପାଖରେ ଅଛି ଆପଣ ସେହି ନୋଟର ଧାରକ ଅଟନ୍ତି । ସେହି ଟଙ୍କା ମୂଲ୍ୟର ସୁନା ରିଜର୍ବ ବ୍ୟାଙ୍କ ପାଖରେ ଅଛି । ରିଜର୍ବ ବ୍ୟାଙ୍କ ସେହି ସୁନା ଆପଣଙ୍କ ଟଙ୍କା ବଦଳରେ ଦେବାପାଇଁ ବଚନବନ୍ଧ ଅଟେ ।