ପ୍ରାୟତଃ କାରଖାନାର ଛାତ ଉପରେ ଗୋଲ ଗୋଲ ଚକା ଭଳି ଘୁରୁଥିବା ଜିନିଷଟି କଣ ଅଟେ ! ଜାଣନ୍ତୁ

ଆପଣମାନଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଆସିଥିବ କି କାରଖାନାର ଉପରେ ଘୁରୁଥିବା ଜିନିଷଟି କଣ ଅଟେ । ଆଜି ଆମେ ଆପଣଙ୍କୁ ଏହି ଘୁରୁଥିବା ଜିନିଷର ନାମ ଓ ଏହାର କାର୍ଯ୍ୟ ଉଭୟ ବିଷୟରେ କହିବୁ । କାରଖାନାର ଉପରେ ଘୁରୁଥିବା ଏହି ଚକ୍ରିର ନାମ ହେଉଛି ୱିଣ୍ଡ ଭେଣ୍ଟିଲେଟର । ଏହାକୁ କାରଖାନା ଉପରେ ଲଗାଇବା ଦ୍ଵାରା ଏହା କାରଖାନାରେ ଉତ୍ପନ ହେଉଥିବା ଗ୍ୟାସ ଓ ଗରମ ପବନକୁ ବାହାର କରିଥାଏ । ସାଧାରଣତଃ ରୋଷେଇ ଘରେ ଯେମତି ଗରମ ଗ୍ୟାସ ବାହାର କରିବା ପାଇଁ ଫ୍ୟାନ ଲଗାଯାଏ, ଏହା ମଧ୍ୟ ଠିକ ସେମତି ।

Image courtesy: Google

ଇଣ୍ଡଷ୍ଟ୍ରିଆଲ ଗତିବିଧିରେ ଗରମ ଗ୍ୟାସ ଉତ୍ପନ୍ନ ହୋଇଥାଏ । ଏହି ଗ୍ୟାସ ଧୀରେ ଧୀରେ ଉପରକୁ ଉଠିଥାଏ । ଯାହାଫଳରେ ଏହା ଭେଣ୍ଟିଲେଟର ଟରବାଇନରେ ଜମା ହୋଇଯାଏ । ଭେଣ୍ଟିଲେଟର ର ବ୍ଲେଡ ଓଲଟା ବୁଲିଥାଏ । ଯିଏ ଅଧିକ ଗରମ ଗ୍ୟାସକୁ ଉପରକୁ ଟାଣି ନେଇଥାଏ ।

Image courtesy: Google

ଛାତ ଉପରେ ଥିବା ପ୍ରାକୃତିକ ପବନ ସାହାର୍ଯ୍ୟରେ ଟର୍ବାଇନ ର RPM ବଢିଥାଏ । ଏହା ଦ୍ଵାରା ୱିଣ୍ଡ ଭେଣ୍ଟିଲେଟର ର ଡିଶ୍ଚାର୍ଜ କ୍ଷମତା ବଢି ଯାଇଥାଏ । ଯେମିତି କି ଗରମ ପବନ ରୁମ ରୁ ବାହାରକୁ ବାହାରି ଯାଏ, ଝରକା ଖୋଲିବା ପାରେ ବାହାରର ଫ୍ରେଶ ପବନ ରୁମ କୁ ପ୍ରବେଶ କରିଥାଏ । ଏହି ପରିଭାବରେ ଘର ମଧ୍ୟରେ ଥିବା ନିରନ୍ତର ବାୟୁକୁ ପରିସଞ୍ଚାରଣ କରିଥାଏ । ଏହା ଦ୍ଵାରା କାରଖାନା ମଧ୍ୟରେ ଉତ୍ପନ ହେଉଥିବା ତାପମାତ୍ରା ଓ ଦୂଷିତ ବାୟୁ ବାହାରି ଯାଇଥାଏ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।