ବ୍ୟାଙ୍କରୁ ନେଇ ATM ପର୍ଯ୍ୟନ୍ତ, ମେ ୧ରୁ ବଦଳି ଯାଇଛି ଏହିସବୁ ନିୟମ, ଆପଣଙ୍କ ଆୟ ଓ ଖର୍ଚ ଉପରେ ପଡିବ ପ୍ରଭାବ

ପୁରା ଦେଶର ଲକଡାଉନର ପରିବେଶ ଦେଖିବାକୁ ମିଳୁଛି । କିନ୍ତୁ ଏହା ଦ୍ଵାରା ଲୋକମାନଙ୍କ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡୁଛି । କେତେକ ଲୋକମାନେ ଘରେ ବସି କାମ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଯେଉଁ ଲୋକମାନଙ୍କ କାମ ଘରୁ ବାହାରକୁ ଗଲେ ହିଁ ହୋଇଥାଏ ତେବେ ଲକଡାଉନ ସେମାନଙ୍କ ପାଇଁ ଏକ ଅଭିଶାପ ହୋଇ ଯାଇଛି । କହିବାକୁ ଗଲେ ଏହି ଲୋକମାନଙ୍କୁ ମହାମାରୀ ସଙ୍କଟ ସହ ଆର୍ଥିକ ସଙ୍କଟର ବି ସାମ୍ନା କରିବାକୁ ପଡୁଛି ।

ଏହିଭଳି ସଙ୍କଟପୂର୍ଣ ସ୍ଥିତିରେ ସେଭିଙ୍ଗ ଆହୁରି ବି ଅଧିକ ମୁଖ୍ୟ ହୋଇଯାଉଛି । ଏମିତିରେ ଯଦି ଆପଣ ବ୍ୟାଙ୍କ ଠାରୁ ନେଇ ଅନ୍ୟ କ୍ଷେତ୍ରର ନୂଆ ନିୟମ ସହ ପରିଚିତ ଅଛନ୍ତି ତେବେ ଏହା ସହିତ ଜଡିତ ଗତିବିଅଧିକୁ ନେଇ ସମସ୍ତ ନିଷ୍ପତି ସହଜରେ ନେଇ ପାରିବେ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନିୟମ ନେଇ ଆସିଛୁ । ଯାହା ବିଷୟରେ ଜାଣିବା ବହୁତ ଜରୁରୀ ଅଟେ ।

ଯାହା ଦ୍ଵାରା ଆପଣ ନୂତନ ନିୟମ ଅନୁସାରେ ନିଜର ସମସ୍ତ କାମକୁ ଅତି ସହଜରେ କରି ପାରିବେ । କହିବାକୁ ଗଲେ ମେ ମାସରୁ SBI, ବ୍ୟାକିଙ୍ଗ, ATM, PNB ଇନକମ ଟ୍ୟାକ୍ସ ଠାରୁ ନେଇ ଟ୍ରେନ ସେବା ଗୁଡିକର କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।

ସ୍ଟେଟ ବ୍ୟାଙ୍କ ଗ୍ରାହକମାନଙ୍କ:

SBIରେ ବି ମେ ମାସରୁ ଏକ ବଡ ପରିବର୍ତ୍ତନ ହୋଇଛି । ବ୍ୟାଙ୍କର ସୁଧ ହାରରେ କିଛି ପରିବର୍ତ୍ତନ କରା ଯାଇଛି । ମେ ମାସରୁ ବ୍ୟାଙ୍କ ତରଫରୁ ୧ ଲକ୍ଷ ଟଙ୍କାରୁ ଅଧିକ ସେଭିଙ୍ଗ ଖାତା ଉପରେ ସୁଧ ଦର କମ କରାଯାଉଛି । ଅନ୍ୟ ପଟେ ବ୍ୟାଙ୍କ ତରଫରୁ ନୂଆ ଲୋନ ନେଉଥିବା ଲୋକମାନଙ୍କୁ ପୂର୍ବ ଅପେକ୍ଷା ବର୍ତ୍ତମାନ କମ ସୁଧରେ ଲୋନ ଦିଆଯିବ ।

SBI ଏକ୍‍ସଟର୍ନଲ ବୈଂଚମାର୍କ ରୁଲକୁ ଲାଗୁ କରି ସେଭିଙ୍ଗ ଟଙ୍କା ଏବଂ ଅଲ୍‍ପାୱଧି କରଜ ସୁଧର ହାରକୁ ରିପୋ ରେଟ ସହ ଯୋଡି ରଖିଛି । ଏହା ଛଡା କିଛି ଦିନ ପରେ ଆରବିଆଇ ତରଫରୁ ରିପୋ ରେଟରେ କିଛି ଚେଞ୍ଜେସ ଆସିବା ପରେ SBI ତରଫରୁ କିଛି ଚେଞ୍ଜେସ କରାଯିବ ।

ରେଲୱେ ନିୟମ:

ବର୍ତ୍ତମାନ ସମୟରେ କହିବାକୁ ଗଲେ ରେଲୱେ ଓ ବିମାନ ସେବା ବନ୍ଦ ଅଛି । କିନ୍ତୁ ଏହି ସେବା ଗୁଡିକ ଆରମ୍ଭ ହେବା ମାତ୍ରେ ହିଁ ଜଲ୍ଦି ଏହି ନିୟମ ଲାଗୁ ହୋଇଯିବ । ମେ ମାସ ଠାରୁ ରେଲୱେ ଯାତ୍ରା କରୁଥିବା ଯାତ୍ରୀ ରିଜର୍ୱେଶନ ଚାର୍ଟ ବାହାର କରାଯିବାର ୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ବୋର୍ଡିଂଗ ସ୍‍ଟେଶନ ଚେଞ୍ଜେ କରି ପାରିବ । ପୂର୍ବରୁ ରେଲୱେ ନିୟମ ଅନୁସାରେ ଯାତ୍ରୀ ନିଜର ବୋର୍ଡିଂଗ ସ୍‍ଟେଶନର ଯାତ୍ରାର ତାରିଖରୁ ୨୪ ଘଣ୍ଟା ପୂର୍ବେ ହିଁ ବଦଳାଇ ପାରୁ ଥିଲେ । କିନ୍ତୁ ବର୍ତ୍ତମାନ ଏହା ୪ ଘଣ୍ଟା ପୂର୍ବରୁ କରି ଦିଆଯାଇଛି ।

PNB ନିୟମ ପରିବର୍ତ୍ତନ:

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାତା ରଖିଥିବା ଲୋକମାନଙ୍କ ପାଇଁ ଏକ ନୂଆ ନିୟମ ଆସିଛି । ଖାସ କରି ଏହି ନୂଆ ନିୟମ ସେହି ଲୋକମାନଙ୍କ ପାଇଁ ଅଟେ ଯେଉଁ ପ୍ରାୟତଃ ଅନଲାଇନ ପେମେଣ୍ଟ ସେବା ସର୍ବିସର ବ୍ୟବହାର କରୁଛନ୍ତି । PNB ମେ ମାସରୁ ନିଜର ଡିଜିଟାଲ ୱାଲେଟ ବନ୍ଦ କରି ଦେଇଛି । ଏହା ସହିତ ପେମେଣ୍ଟ ୱାଲେଟ ସେବା PNB Kitty walletକୁ ବି ବନ୍ଦ କରି ଦେଇଛି । ବ୍ୟାଙ୍କ ଏହି ସେବାକୁ ବର୍ଷ ୨୦୧୬ ଡିସେମ୍ବର ମାସରୁ ଆରମ୍ଭ କରିଥିଲା ଓ ଏହା ୩୦ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ଚାଲୁ ରହି ଥିଲା ।

ATM ସହ ଜଡିତ ନିୟମ ଚେଞ୍ଜ:

କରୋନା ସଂକ୍ରମଣକୁ ଦେଖି ATMକୁ ନେଇ ବି ଏକ ନୂଆ ନିୟମ ସାମ୍ନାକୁ ଆସିଛି । କେତେକେ ଲୋକମାନେ ଲଗାତର ମେସିନ ଛୁଇଁବା କାରଣରୁ ସଂକ୍ରମିତ ହେବାର ଖବର ସାମ୍ନାକୁ ଆସୁଛି । ସେଥିପାଇଁ ଏହାକୁ ଦ୍ରୁଷ୍ଟିରେ ରଖି ପ୍ରତି ବ୍ୟକ୍ତିଙ୍କ ପରେ ATMକୁ ସଂକ୍ରମଣ ମୁକ୍ତ କରିବା ପାଇଁ ସଫା କରାଯିବ । ୟୁପିର ଗାଜ଼ିୟାବାଦ ଓ ଚେନ୍ନଈରେ ତ ଏହି ନିୟମ ଆରମ୍ଭ ହୋଇ ସାରିଛି ଓ ଜଲ୍ଦି ହିଁ ଦେଶର ଅନ୍ୟ ଜାଗାରେ ଏହି ନିୟମ ଲାଗୁ ହୋଇଯିବ । ଯଦି ଏହି ନିୟମକୁ ନ ପାଳନ କରିବେ ତେବ ATM ଚ୍ୟାମ୍ବରକୁ ସିଲ କରି ଦିଆଯିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।