ଆଜିର ରାଶିଫଳ, 2 ମେ 2020, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ସଫଳତା ଆଜି ପାଦ ଛୁଇଁବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ନିଜର ମାତା ପିତାଙ୍କ ସହିତ ସମୟ ବିତାଇବେ । ଆପଣଙ୍କ ବ୍ୟବହାର କିଛି ଲୋକମାନଙ୍କୁ ପ୍ରଭାବିତ କରିବ । କିଛି ଲୋକମାନଙ୍କ ଠାରୁ ଆପଣଙ୍କୁ କିଛି ସାହାର୍ଯ୍ୟ ବି ମିଳିବାର ସମ୍ଭାବନା ଅଛି । ଆପଣଙ୍କ ବିଶ୍ଵାସ ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଜବୁତି ଆଣିବ । ଏହି ରାଶିର ଲୋକମାନଙ୍କୁ ନିଜ କାମରେ ସଫଳତା ମିଳିବ । ଆପଣଙ୍କ କୌଣସି ଖାସ ଇଚ୍ଛା ପୁରା ହୋଇପାରେ । ଅଧିକାରୀମାନଙ୍କ ଠାରୁ ସହଯୋଗ ମିଳିବା ଦ୍ଵାରା ଆପଣଙ୍କ ଉତ୍ସାହ ବଢିବ । ସନ୍ତାନ ସମ୍ବନ୍ଧିତ ମହତ୍ଵପୂର୍ଣ କାର୍ଯ୍ୟ ସମ୍ପନ୍ନ ହୋଇପାରେ ।

ବୃଷ

ଆଜି ଆପଣଙ୍କ ଭାଗ୍ୟର ସାଥ ମିଳିବ । ଏହା ସହିତ କୌଣସି ଜରୁରୀ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବନ୍ଧୁମାନଙ୍କ ସହିତ କୌଣସି ଖାସ କଥାକୁ ନେଇ ଚର୍ଚା କରି ପାରନ୍ତି । ଏହା ସହିତ ବନ୍ଧୁମାନଙ୍କ ଠାରୁ କିଛି ଶିଖିବାକୁ ମିଳିବ । ଆଜି ବ୍ୟବସାୟିକ କ୍ଷେତ୍ରରେ ପ୍ରଗତି ଆସିବ । ସ୍ୱାସ୍ଥ୍ୟ ମାମଲାରେ ଆପଣ ଫିଟ ରହିବେ । କାରୋବାରିମାନଙ୍କୁ ବିଶେଷ ଲାଭ ମିଳିବ । ଘରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ ।

ମିଥୁନ

ଆଜି ମିତ୍ରଙ୍କ ସହିତ କୌଣସି ମନୋରଞ୍ଜନ ଭରା କଥାକୁ ନେଇ କଥାବାର୍ତ୍ତା କରିବେ । ଆପଣଙ୍କ ସହିତ ସବୁ ଭଲ ହେବ । ଆପଣଙ୍କ ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ହେବ । ଆଜି ଆପଣଙ୍କ ମାତା ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ନିଜ ଜୀବନରେ ଆଗକୁ ବଢିବାରେ ସକ୍ଷମ ହେବେ । ବହୁତ ଦିନ ହେବ ଅଟକିଥିବା କାର୍ଯ୍ୟ ଆଜି ପୁରା ହୋଇଯିବାର ସମ୍ଭାବନା ଅଛି । ସାମାଜିକ ସ୍ତରରେ ଆପଣଙ୍କ ପ୍ରତିଷ୍ଠା ବଢିବ ।

କର୍କଟ

ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ଆପଣ କୌଣସି କାମ ପାଇଁ ଯୋଜନା କରିବେ । ଆପଣଙ୍କ ଯୋଜନା ସଫଳ ହେବ । ଆୟର ସ୍ରୋତରେ କିଛି ନୂତନତା ଆସିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏହି କାରଣରୁ ଆପଣ ଡାକ୍ତରଙ୍କ ପାଖକୁ ଯାଇ ପାରନ୍ତି । ଆଜି ଅଯଥା ବିବାଦରେ ପଡନ୍ତୁ ନାହିଁ । ଏହି ରାଶିର ଯେଉଁ ଲୋକମାନେ ପ୍ରାଇବେଟ ଚାକିରି କରୁଛନ୍ତି ଓ ବର୍ତ୍ତମାନ ସମୟରେ ଘରେ ରହି କାମ କରୁଛନ୍ତି ଆଜି ତାଙ୍କୁ କିଛି ନୂତନ କାମ ମିଳିପାରେ ।

ସିଂହ

ଆଜି ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଆଡକୁ ରହିବ । ସମାଜରେ ଆପଣଙ୍କୁ ଅଲଗା ପରିଚୟ ମିଳିବ । ଆଜି ଆର୍ଥିକ ରୂପରେ ଲାଭ ପାଇବା ପାଇଁ ଆପଣଙ୍କୁ ପରିଶ୍ରମ କରିବା ଉଚିତ । ମାତା ପିତା ନିଜର ସନ୍ତାନମାନଙ୍କ ମନୋରଞ୍ଜନ ପାଇଁ କିଛି ନୂତନ ଜିନିଷ କରିବେ । ଯାହା ଦ୍ଵାରା ପିଲାମାନେ ଖୁସି ହୋଇଯିବେ । ଆଜି ଘରୁ ବାହାରିବା ସମୟରେ ଆପଣଙ୍କୁ ସାବଧାନ ହୋଇ ରହିବାକୁ ହେବ । ନିଜର ବୈବାହିକ ଜୀବନକୁ ଭଲ କରିବା ପାଇଁ ନିଜର ସମ୍ପର୍କର ମଧ୍ୟରେ ଥିବା ବିବାଦକୁ ଦୂର କରନ୍ତୁ ।

କନ୍ୟା

ଆଜି ପାର୍ଟନର ସହିତ ଆପଣଙ୍କ ସମ୍ବନ୍ଧ ମଜବୁତ ହେବ । ସମ୍ପର୍କ ମଧ୍ୟରେ ନୂତନତା ଆସିବ । ପୂର୍ବରୁ କରିଥିବା କାମ ଦ୍ଵାରା ଆଜି ଲାଭ ମିଳିବ । କୌଣସି କାମ ପୁରା ହେବା ଦ୍ଵାରା ଆପଣଙ୍କୁ ପ୍ରସନ୍ନତା ମିଳିବ । ଆଜି ସମସ୍ତେ ଆପଣଙ୍କ କଥାକୁ ଧ୍ୟାନର ସହ ଶୁଣିବେ । ଆପଣଙ୍କୁ ବ୍ୟାପାରରେ ଅଚାନକ ଧନଲାଭର ଅବସର ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ମାମଲାରେ ଆପଣ ନିଜକୁ ଭଲ ଅନୁଭବ କରିବେ । ଆଜି ଆପଣଙ୍କୁ ବିଭିନ୍ନ ପ୍ରକାରର ଅସୁବିଧା ହୋଇପାରେ ।

ତୁଳା

ଆଜି ପାରିବାରିକ କାମ ପୁରା କରିବାରେ ଆପଣଙ୍କୁ ଘରର ସମସ୍ତ ସଦସ୍ୟଙ୍କ ସହଯୋଗ ପ୍ରାପ୍ତ ହେବ । ଆପଣଙ୍କ କୌଣସି ସହପାଠୀ ଆପଣଙ୍କ ସହିତ କୌଣସି କଥାକୁ ଶେୟାର କରିବେ । ଆପଣ ତାଙ୍କର ସାହାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନ ସାମାନ୍ୟ ରହିବ । ଆପଣ କୌଣସି କଥାକୁ ନେଇ ବନ୍ଧୁମାନଙ୍କ ସହ ଚର୍ଚା କରିବେ । ସ୍ୱାସ୍ଥ୍ୟ ମାମଲାରେ ସଚେତନ ରୁହନ୍ତୁ । ଆଜି କୌଣସି ଛୋଟ ଛୋଟ କଥା ଉପରେ ରାଗ ଆସିପାରେ ସେଥିପାଇଁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

ବିଚ୍ଛା

ଆଜି ଆପଣ କିଛି ଜରୁରୀ କାମ ବନ୍ଧୁମାନଙ୍କ ସାହାର୍ଯ୍ୟରେ କରିବେ । ବହୁତ ଦିନ ହେବ ଅଟକିଥିବା ଟଙ୍କା ଆଜି ପୁଣି ଥରେ ପାଇଯିବେ । ଆର୍ଥିକ କ୍ଷେତ୍ରରେ ସ୍ଥିରତା ଆସିବ । ଧନ ଲାଭର ଯୋଗ ଅଛି । ପରିବାରର ପରିବେଶ ସୁଖମୟ ରହିବ । ଏହି ରାଶିର କଳା କ୍ଷେତ୍ର ସହ ଜଡିତ ଲୋକମାନଙ୍କ ଦିନ ଭଲ ରହିବ ।

ଧନୁ

ଆଜି ଆପଣ ନିଜର ବନ୍ଧୁର ଜନ୍ମଦିନ ପାଳନ କରିବେ । ଏହା ସହିତ ଆପଣଙ୍କ ସାକ୍ଷାତ କୌଣସି ପୁରୁଣା ବନ୍ଧୁ ସହ ହୋଇପାରେ । କୌଣସି ଖାସ କାମ ପାଇଁ ଆପଣ ନିଜ ବନ୍ଧୁର କିମ୍ବା ଅନ୍ୟ କୌଣସି ବ୍ୟକ୍ତିର ଉପଦେଶ ନେଇ ପାରନ୍ତି । ନିଜର ବିଚାର ବନ୍ଧୁ କିମ୍ବା ଭାଇ ଭଉଣୀଙ୍କ ସହ ଶେୟାର କରିବା ଦ୍ଵାରା ଆପଣଙ୍କୁ ଭଲ ଲାଗିବ । ଆଜି ପରିବାର ଲୋକମାନଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ । କଲାତ୍ମକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । ଏହି ରାଶିର ଲୋକମାନେ ଖେଳ କୁଦରେ ଭାଗ ନେବେ । ସନ୍ଧ୍ୟା ସମୟରେ ଆପଣ ନିଜର ପିଲାମାନଙ୍କ ସହିତ ସମୟ ବିତାଇବେ । ଟଙ୍କା ମାମଲାରେ ଆଜି କିଛି ଲୋକମାନେ ଆପଣଙ୍କ ସାହାର୍ଯ୍ୟ କରିବେ ।

ମକର

ଆଜି ରୋଜଗାର କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାର ଅଛି । ଅଫିସର କୌଣସି ଜରୁରୀ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ସହକର୍ମୀଙ୍କ ମାନଙ୍କ ସାହାର୍ଯ୍ୟ ମିଳିବ । ଏହି ରାଶିର ପ୍ରେମିକମାନଙ୍କ ଜୀବନରେ ଭଲ ସମୟ ଆସିବାର ଅଛି । ସନ୍ଧ୍ୟା ସମୟରେ ପରିବାର କୌଣସି ସଦସ୍ୟ ସହିତ ମହତ୍ଵପୂରଣ ବିଷୟ ଉପରେ କଥାବାର୍ତ୍ତା କରିବେ । ଏହା ଦ୍ଵାରା ଆପଣଙ୍କ ପାରିବାରିକ ସମ୍ପର୍କ ମଜବୁତ ହେବ ।

କୁମ୍ଭ

ଆଜି କୌଣସି ଅଟକିଥିବା କାର୍ଯ୍ୟ ପୁରା ହେବା ଦ୍ଵାରା ଆପଣ ବହୁତ ଖୁସି ହେବେ । ଏହା ସହିତ ଆପଣଙ୍କ ଘରର ପରିବଶେ ଖୁସିରେ ଭରପୁର ରହିବ । ଆଖପାଖର ଲୋକମାନଙ୍କ ବ୍ୟକ୍ତିତ୍ବ ଦ୍ଵାରା ଆପଣ ପ୍ରସନ୍ନ ହବେ । ଆଜି ଆପଣ ସତେଜ ଅନୁଭବ କରିବେ । ଆପଣଙ୍କ କଥା ଉପରେ ଲୋକମାନ ସହମତ ଦେବେ । ଚିନ୍ତା କରିଥିବା କାର୍ଯ୍ୟକୁ ଆଜି ଆରମ୍ଭ କରି ପାରନ୍ତି । ଆପଣଙ୍କୁ ଧନଲାଭର କୌଣସି ନୂତନ ଅବସର ମିଳିବ । ବିଜନେସରେ କିଛି ଚେଞ୍ଜେସ ଆସିବାର ଅଛି । ଚିନ୍ତା କରନ୍ତୁ ନାହିଁ । ଏହି ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ ।

ମୀନ

ଆଜି ଆପଣ କୌଣସି କାମକୁ ପୁରା କରିବାକୁ ଚାହିଁବେ ତେବେ ତାହା ଅତି ସହଜରେ ପୁରା ହୋଇଯିବ । ବୟସ୍କ ବ୍ୟକ୍ତିମାନେ ନିଜର ପୁରୁଣା ମିତ୍ରଙ୍କ ଘରକୁ ଯାଇ ପାରନ୍ତି । ଆଜି ଅଧିକାରୀ ବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ । ଆପଣ କୌଣସି ଚିନ୍ତାରେ ମଗ୍ନ ରହିବେ । କୌଣସି କାମକୁ ନେଇ ଆଜି ଅନ୍ତିମ ନିଷ୍ପତି ନେବେ । ଯାହା ଦ୍ଵାରା ଆପଣଙ୍କ ଟେନସନ ଦୂର ହେବ । କାହା ସହିତ ଅଧିକ କଥାବାର୍ତ୍ତ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।