ମେ’ରେ କେଉଁ ଉପକୂଳ ଛୁଇଁବ ବାତ୍ୟା ? ଦେଖନ୍ତୁ ଏନେଇ କଣ ସୂଚନା ଦେଲେ IMD DG Mrutyunjay Mohapatra

ଗତ କିଛି ବର୍ଷ ଧରି ମେ’ ମାସରେ ଓଡ଼ିଶାକୁ ବାତ୍ୟା ଆସୁଛି । ତେବେ ଏଥର ମେ’ ମାସରେ ମଧ୍ୟ ବାତ୍ୟା ଆଶଙ୍କା ଥିବା ଆଇଏମଡ଼ି ସୂଚନା ଦେବାପରେ ଲୋକଙ୍କ ମନରେ ଛନକା ପଶିଲାଣି । ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ମନ୍ତବ୍ୟ ସମ୍ଭାବ୍ୟ ବାତ୍ୟାର ସଂକେତ ଦେଉଛି । ମେ’ ଦ୍ଵିତୀୟ ସପ୍ତାହ ବେଳକୁ ସାଇକ୍ଳୋନ ଆସିପାରେ ବୋଲି ଆକଳନ କରୁଛନ୍ତି ପାଣିପାଗ ବିଭାଗ । ମେ’ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ଯଦି ଏହା ବାତ୍ୟାର ରୂପ ନିଏ ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିପାରେ ବୋଲି କୁହାଯାଉଛି । ଓଡିଶା ପ୍ରତିବର୍ଷ ଏକାଧିକ ବାତ୍ୟାର ସାମ୍ନା କରିଆସୁଛି । ତେଣୁ ବାତ୍ୟା କଥା ଶୁଣିଲେ ସମାସଟ୍ୟାଙ୍କ ଛାତି ଧଡଧଡ ହେଉଛି । ତେବେ ବର୍ତ୍ତମାନ ସ୍ଥିତିରେ ଏହି ବାତ୍ୟା ସମ୍ପର୍କରେ ବିଶେଷ ପୂର୍ବାନୁମାନ କରିନାହିଁ ପାଣିପାଗ ବିଭାଗ । ସମୁଦ୍ରରେ ଲଘୁଚାପ ସୃଷ୍ଟି ହେବା ପରେ ଯାଇ ବାତ୍ୟା ସମ୍ପର୍କରେ ପୁରା ସୂଚନା ଦିଆଯିବ ବୋଲି କୁହାଯାଇଛି ।

କିନ୍ତୁ ମେ’ ମାସଟି ବାତ୍ୟା ପାଇଁ ଅନୁକୂଳ ଥିବାରୁ ଏବେ ଏହାକୁ ନେଇ ସମସ୍ତେ ଚିନ୍ତାରେ । କାରଣ ଅନେକ ସମୟରେ ଦେଖାଯାଇଛି କି, ମେ’ ମାସରେ ହେଉଥିବା ଲଘୁଚାପ ସାଇକ୍ଳୋନିକ ଷ୍ଟର୍ମ ବା ସିଭିୟର ସାଇକ୍ଳୋନିକ ଷ୍ଟର୍ମର ରୂପ ନେଇଥାଏ ।

ତେବେ ବର୍ତ୍ତମାନ ସମୁଦ୍ରରେ ସୃଷ୍ଟି ହେବାକୁ ଲଘୁଚାପ ଯଦି ବାତ୍ୟାରେ ପରିଣତ ହୁଏ ତେବେ ଓଡିଶା ଉପରେ ଏହା କେତେ ପ୍ରଭାବ ପକାଇବ ସେନେଇ ଏବେଠୁ କିଛି ସୂଚନା ଦେଇନାହିଁ ପାଣିପାଗ ବିଭାଗ । ହେଲେ ଯଦି ବାତ୍ୟା ହୁଏ ତେବେ ଉପକୂଳ ଓଡିଶାରେ ଏହାର ଅଧିକ ପ୍ରଭାବ ପଡିବ ବୋଲି କୁହାଯାଇଛି । ବଙ୍ଗୋପସାଗର ଓ ଆରବ ସାଗରରେ ପ୍ରତିବର୍ଷ ଦୁଇଟି ପର୍ଯ୍ୟାୟରେ ବାତ୍ୟା ସୃଷ୍ଟି ହୁଏ ।

ପ୍ରଥମଟି ଏପ୍ରିଲରୁ ଜୁନ୍ ମଧ୍ୟରେ ଏବଂ ଦ୍ଵିତୀୟଟି ଅକ୍ଟୋବରରୁ ଡିସେମ୍ବର । ୨୦୧୯ ମେ’ରେ ବାତ୍ୟା ଫାନି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଖିନଭିନ କରି ଦେଇଥିଲା । ୧୯୯୯ ମହାବାତ୍ୟା ପରେ ଏହା ଥିଲା ଓଡିଶା ପାଇଁ ଦ୍ଵିତୀୟ ଶକ୍ତିଶାଳୀ ବାତ୍ୟା ।

୨୦୨୨ ମେ’ରେ ବାତ୍ୟା ଅମ୍ପନ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିଥିଲେ ବି ଓଡିଶାର ବାଲେଶ୍ଵର, ଭଦ୍ରକ ଓ କେନ୍ଦ୍ରପଡା ଆଦି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ମୌସୁମୀ ଆସିବାର ପୂର୍ବ ମାସ ଓ ମୌସୁମୀ ଯିବାର ପରମାସରେ ଅଧିକ ବାତ୍ୟା ହୁଏ । ସେପ୍ଟେମ୍ବର-ଅକ୍ଟୋବର ମାସରେ ହେଉଥିବା ବାତ୍ୟା ଅଧିକ ଘନୀଭୂତ ହେବା ଯୋଗୁଁ ବଡ ବାତ୍ୟା ହୋଇଥାଏ । କିନ୍ତୁ କିଛି ବର୍ଷ ହେବ ମେ’ ମାସରେ ମଧ୍ୟ ଭୟଙ୍କର ବାତ୍ୟା ଆସୁଛି ।

ଏହାର ପ୍ରଧାନ କାରଣ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ମାସରେ ହେବାକୁ ଥିବା ବାତ୍ୟା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।