ଖରାରେ ଡ୍ଯୁଟି ବେଳେ ହଠାତ ଟଳି ପଡିଲେ ଏହି ପୋଲିସ ବାବୁ, ସମସ୍ତେ ଦେଖି ନ ଦେଖିଲା ପରି ଚାଲି ଯାଉଥିବା ବେଳେ ଏମିତି କିଛି ଘଟିଲା, ଭାଇରାଲ ହେଉଛି video

ଭଗବାନ ଅଛନ୍ତି ବୋଲି ଆମେ ସମସ୍ତେ ବିଶ୍ବାସ କରିଥାଉ । କିନ୍ତୁ ଏହି ବିଶ୍ବାସକୁ ପାଥେୟ କରି ଆମେ ଆମ ଭିତରେ ଥିବା ଭଗବାନଙ୍କୁ ଦେଖିବାକୁ ଚେଷ୍ଟା କରି ନଥାଉ । ଏଇ ଯେମିତି ଏଠାରେ ଯାଉଥିବା ମଣିଷଙ୍କ ମଧ୍ୟରୁ ଇଶ୍ଵର ସତ୍ତା ହଜିଯାଇଛି ବା ମରିଯାଇଛି କହିଲେ ଭୁଲ ହେବନାହିଁ । ଏହି ଦୃଶ୍ୟରେ କିନ୍ତୁ ଆମେ ଆପଣଙ୍କୁ ମଣିଷପଣିଆ କଣ ତାହା ଦେଖାଇବାକୁ ଚାହୁଁଛୁ । ଏବର ଗ୍ରୀଷ୍ମ ପ୍ରବାହ କଥା ତ ସମସ୍ତଙ୍କୁ ଭଲଭାବେ ଜାଣେ । ଢୁ ଢୁ ଖରାବେଳେ ରାସ୍ତାଘାଟ ଏକ ପ୍ରକାର ଶୁନଶାନ କହିଲେ ଚଳେ ।

କାଁ ଭାଁ ଗୋଟିଏ ଗୋଟିଏ ଗାଡି ସେହି ବାଟ ଦେଇ ଯାଉଛି । ମୁଣ୍ଡ ଉପରେ ଛାଇ ଟିକିଏ ବି ନଥିବା ବେଳେ ଟାଣ ଖରାରେ ମଧ୍ୟ କର୍ତ୍ତବ୍ୟନିଷ୍ଠ ହୋଇ ଡ୍ଯୁଟି କରୁଥିଲେ ଏହି ଟ୍ରାଫିକ ପୋଲିସ । ତାଙ୍କୁ ଦେଖିଲେ ଲାଗୁଛି ଯେମିତି ପୋଲିସ ବାବୁ ଜଣକ ଆଉ ଖରା ସହି ପାରୁ ନାହାନ୍ତି । ସେ ସେମିତି କିଛି ସମୟ ଯାଏଁ ଅସ୍ତବ୍ୟସ୍ତ ହୋଇ ଏପଟ ସେପଟ ହେଉଛନ୍ତି । ପ୍ରବଳ ଖରା ତାତିରେ ଠିଆ ହୋଇଥିଲେ ମଧ୍ୟ ଏହାକୁ ଆଉ ସହ୍ୟ କରିପାରୁ ନାହାନ୍ତି ଟ୍ରାଫିକ ବାବୁ ।

ପାଖରେ କୌଣସି ଲୋକ ହହୁଏତ ଏହାକୁ ନୋଟିସ ମଧ୍ୟ କରିନାହାନ୍ତି । କିନ୍ତୁ କାନ୍ଥରେ ଥିବା ନିର୍ଜୀବ ସିସିଟିଭି କ୍ୟାମେରା ସବୁ ଦେଖୁଛି । କିଛି ସମୟ ପରେ ଟ୍ରାଫିକ ପୋଲିସ ଜଣକ ସେହି ସ୍ଥାନରେ ହିଁ ଗଳି ପଡୁଥିବାର ଦେଖିବାକୁ ମିଳୁଛି । କିଏ ଦେଖିକି ଯାଉଛି ତ ଆଉ କିଏ ଦେଖି ମଧ୍ୟ ନ ଦେଖିଲା ପରି ସେହି ବାଟ ଦେଇ ପଳାଉଛି । ହେଲେ କେହି ବି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁ ନାହାନ୍ତି ।

ତେବେ ଆଜି ବି କିଛି ଭଲଲୋକଙ୍କ ପାଇଁ ଏହି ଦୁନିଆ ବଞ୍ଚି ରହିଛି ବୋଲି କୁହାଯାଏ । ସେହି ବାଟ ଦେଇ ଗୋଟିଏ ସ୍କୁଟିରେ ମା, ଝିଅ ଯାଉଥିଲେ । ହଠାତ କୁନି ଝିଅର ଆଖିରେ ଦୃଶ୍ୟ ପଡିବା ପରେ ସେ ପାଟିକରି ମା’ଙ୍କୁ ପୋଲିସ ଅଙ୍କଲ ପଡି ଯାଇଛନ୍ତି ବୋଲି କହିଲା । ମା’ ଝିଅ ସାଙ୍ଗେ ସାଙ୍ଗେ ସେଠାକୁ ଆସି ଟ୍ରାଫିକ ପୋଲିସଙ୍କ ମୁହଁରେ ପାଣିଛିଟା ମାରି ତାଙ୍କ ଚେତା ଫେରାଇବାକୁ ଚେଷ୍ଟା କଲେ । ଏହାପରେ ତାଙ୍କ ଚେଷ୍ଟା ସଫଳ ହେଲା ଆଉ ଉଠି ବସିଲେ ପୋଲିସ ବାବୁ ।

ସବୁ ମଣିଷଙ୍କୁ ଜୀବନରେ କିଛି ଭଲ କାମ କରିବା ପାଇଁ ଭଗବାନ ସୁଯୋଗ ଦେଇଥାନ୍ତି । ଚତୁର ଲୋକେ ଏହା ବୁଝି ପାରୁଥିବା ବେଳେ ନିର୍ବୋଧ ଲୋକେ ଅବୁଝା ହୋଇ ଫେରିଯାନ୍ତି । ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ଦିଲ୍ଲୀ ସହରର ଏହି ଭିଡିଓଟି । ସମସ୍ତଙ୍କ ମନ ଛୁଇଁ ପାରିଛନ୍ତି ଏହି ମା’ ଝିଅ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।