ଚମକଟାର ! ଅନ୍ତିମ ସଂସ୍କାର ବେଳେ ହଠାତ ମଶାଣିରୁ ଉଠି ପଡିଲା ଶବ ! ଏହି 3 ଟି ଚମତ୍କାରୀ ସତ ଘଟଣାର ରହସ୍ୟ ଆଜି ବି ଜାଣି ପାରୁ ନାହାନ୍ତି ବୈଜ୍ଞାନିକ

ଦୁନିଆରେ ଜନ୍ମ ହୋଇଥିବା ସବୁ ପ୍ରାଣୀଙ୍କର ଦିନେ ନା ଦିନେ ମୃତ୍ୟୁ ନିଶ୍ଚିତ । ଆମେ ପ୍ରତ୍ଯେକ ଦିନ କେଉଁ ନା କେଉଁ ବ୍ୟକ୍ତିଙ୍କ ମୃତ୍ୟୁ ବିଷୟରେ ଶୁଣିଥାଉ । ଆମେ ସମସ୍ତେ ଜାଣିଛୁ କି, ମରିବା ପରେ ଆଉ କେହିବି ଫେରି ଆସନ୍ତିନି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଅନ୍ତିମ ସଂସ୍କାର ସମୟରେ ମୃତ୍ୟୁ ମୁଖରୁ ଫେରି ଆସିଥିଲେ । ଯାହା ଦେଖି ସେଠାରେ ଉପସ୍ଥିତି ଲୋକଙ୍କ ଆଖି ମେଲା ହୋଇ ରହି ଯାଇଥିଲା ।

୧- କେଲଭିନ ସେଣ୍ଟୋସ

କେଲଭିନ ସେଣ୍ଟୋସ ଦୁଇ ବର୍ଷର ଜଣେ କୁନି ପିଲା ଥିଲା, ଯିଏ କି ବ୍ରାଜିଲରେ ନିଜ ପିତାମାତାଙ୍କ ସହ ରହୁଥିଲା । କିନ୍ତୁ ତାକୁ ନିମୋନିଆ ହୋଇଥିଲା ଓ ହସ୍ପିଟାଲରେ ଚିକିତ୍ସା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସେମାନେ ଅନ୍ତିମ ସଂସ୍କାର କରିବାକୁ କେଲଭିନକୁ ନେଇ ଯାଇଥିଲେ । ଅନ୍ତିମ ସଂସ୍କାର ବିଧି କରୁଥିବା ବେଳେ ହଠାତ କେଲଭିନ ଉଠି ବସି ଯାଇଥିଲା ଆଉ ତା’ ବାପାଙ୍କୁ ପାଣି ପିଇବାକୁ ମାଗିଥିଲା । ତା’ ବାପା ଖୁସି ହୋଇ ତାକୁ ପାଣି ପିଆଇଥିଲେ ।

କିନ୍ତୁ ପାଣି ପିଇବା ପରେ କେଲଭିନ ପୁଣି ଥରେ ମୃତ ଅବସ୍ଥାକୁ ଚାଲି ଯାଇଥିଲା । ଏହା ଦେଖି କେଲଭିନର ବାପାମା’ ସମେତ ସେଠାରେ ଉପସ୍ଥିତି ସବୁ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାପରେ ସେମାନେ କେଲଭିନକୁ ପୁଣି ଥରେ ହସ୍ପିଟାଲକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ଏକଥା ମାନିବାକୁ ରାଜି ନଥିଲେ ।

କାରଣ ସେମାନେ କେଲଭିନକୁ ତିନି ଘଣ୍ଟା ଧରି ଏୟାର ଟାଇଟ ବ୍ୟାଗରେ ରଖିଥିଲେ । ଏତେ ସମୟ ଧରି ମରିଥିବା ପିଲା ପୁଣି ଥରେ ବଞ୍ଚିବା ଅସମ୍ଭବ । ଏହାପରେ କେଲଭିନର ବାପାମା’ ତା’ର ଅନ୍ତିମ ସଂସ୍କାର କରିଥିଲେ । ଏହି କୁନିପିଲାର ମୃତ୍ୟୁ ଏକ ରହସ୍ୟମୟ ଘଟଣା ହୋଇ ରହିଗଲା ।

୨- ଟିନା

ଆମେ ସମସ୍ତେ ଜାଣିଛୁ କି ଥରେ ମରିବା ପରେ କେହିବି ଫେରି ଆସନ୍ତିନି । କିନ୍ତୁ ଆମେରିକାର ଟିନା ନାମକ ଏକ ଝିଅ ଅଛି ଯିଏ ଅଧଘଣ୍ଟା ମରିବା ପରେ ପୁଣି ଥରେ ଜୀବିତ ହୋଇଛି । ଟିନା କ୍ୟାନ୍ସରରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଥିଲା । ଦିନେ ଟିନାର ଘରଲୋକଙ୍କୁ ହସ୍ପିଟାଲରୁ ଫୋନ ଯାଇଥିଲା କି, ସେମାନେ ସବୁ ଚେଷ୍ଟା କରି ମଧ୍ୟ ଟିନାକୁ ବଞ୍ଚେଇ ପାରିଲେନି । କିନ୍ତୁ ଡାକ୍ତରୀ ଭାବେ ମୃତ ଘୋଷିତ ହେବାର ପ୍ରାୟ ୨୭ମିନିଟ ପରେ ଟିନା ଶରୀରରେ ଗତିବିଧି ଦେଖା ଯାଇଥିଲା ।

ଯାହା ଡାକ୍ତରମାନେ କିଛି ବୁଝି ପାରି ନଥିଲେ କି ବିଶ୍ବାସ ମଧ୍ୟ ହେଉ ନଥିଲା । କିଛି ସମୟ ପରେ ଟିନା ଉଠିଥିଲା ଆଉ କାନ୍ଦିବାକୁ ଲାଗିଥିଲା । ନର୍ସଙ୍କ ଠାରୁ ଏକ କାଗଜ ପେନ୍ ସେଥିରେ ଏହା ରିୟଲ ବୋଲି ସେ ଲେଖିଥିଲା ।

ଟିନା କହିଥିଲା କି ସେ ମରିବା ପରେ ଆକାଶରେ ଅଦ୍ଭୁତ ଗତିବିଧି ସବୁ ଦେଖିବାକୁ ପାଇଥିଲା । ଆଉ ତାକୁ ଏଥିପାଇଁ ଫେରାଇ ଦିଆଗଲା ସେ ଯେପରି ବଞ୍ଚି ରହି ଲୋକଙ୍କୁ ଈଶ୍ବରଙ୍କ ଶକ୍ତି ବିଷୟରେ କହିପାରିବ । ଆଉ ଟିନା ଏବେବି ଲୋକଙ୍କୁ ପ୍ରଭୁଙ୍କ କଥା କହିବାରେ ନିଜ ଜୀବନ ଅତିବାହିତ କରୁଛି ।

୩- ସିମାଞ୍ଚଳ ମଲ୍ଲିକ

ଏହି ଘଟଣାଟି ଆମ ଓଡିଶାର ଗଞ୍ଜାମ ଜିଲ୍ଲାର । ୫୫ ବର୍ଷୀୟ ସିମାଞ୍ଚଳ ସବୁଦିନ ପରି ସେଦିନ ମଧ୍ୟ ଛେଳି ଚରେଇବାକୁ ଜଙ୍ଗଲକୁ ଯାଇଥିଲେ । ସନ୍ଧ୍ୟା ସମୟରେ ଗାଈ ଛେଳି ସବୁ ଫେରି ଆସିଥିଲେ । କିନ୍ତୁ ଅନେକ ସମୟ ଯାଏଁ ସିମାଞ୍ଚଳ ନ ଫେରିବାରୁ ତାଙ୍କୁ ଖୋଜିବାକୁ ଯାଇଥିଲେ ଘରଲୋକ । ସେମାନେ ତାଙ୍କୁ ଅଚେତ ଅବସ୍ଥାରେ ପାଇବା ପରେ ହସ୍ପିଟାଲ ନନେଇ ସେ ମରି ଯାଇଛନ୍ତି ବୋଲି ଭାବି ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ।

ତାଙ୍କ ଘରଲୋକ ମଧ୍ୟ ଖୁବ କାନ୍ଦୁଥିଲେ । କିନ୍ତୁ ସିମାଞ୍ଚଳଙ୍କୁ ଜୁଇରେ ଶୁଆଇ ନିଆଁ ଲଗାଇବା ପରେ ସେ ଉଠି ଠିଆ ହୋଇ ଯାଇଥିଲେ । ଏହା ଦେଖି ଲୋକେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ସେତିକି ଭୟ ମଧ୍ୟ କରିଥିଲେ ।

ଏହାପରେ ସିମାଞ୍ଚଳଙ୍କୁ ହସ୍ପିଟାଲ ନେବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଥିଲେ ଡାକ୍ତର । ବାକି ଆପଣ ଏହି ଘଟଣାରୁ କଣ ଶିଖିଲେ ଆମକୁ କମେଣ୍ଟ କରି ଜଣାଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।