‘ମେ ଫେୟାର’ ହୋଟେଲରେ ଭାରତୀୟ କ୍ରିକେଟରଙ୍କୁ ମ୍ୟାଜିକ ଦେଖାଇଲେ ଯାଦୁଗର Jeevan Mishra, ଦେଖନ୍ତୁ ଭିଡିଓ କେମିତି ଖୁସିରେ ତାଳି ମାରିଲେ ଖେଳାଳି

ଦୀର୍ଘ ୪ ବର୍ଷ ପରେ ପୁଣି ଥରେ ବାରବାଟୀ ଷ୍ଟାଡିୟମରେ ଜାତୀୟ କ୍ରିକେଟ ଦଳର ମ୍ଯାଚ ଆୟୋଜିତ ହୋଇଛି । ଆସନ୍ତା କାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ମହା ଲଢେଇର ସାକ୍ଷୀ ହେବାକୁ ଯାଉଛି ବାରିବାଟୀ । ଯେଉଁଥି ପାଇଁ ଫ୍ୟାନ୍ସଅଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନାହିଁ ନଥିବା କ୍ରେଜ । ଓଡିଶା କ୍ରିକେଟ ଆସୋସିଏସନ ଏଥିପାଇଁ ବ୍ୟାପକ ଆୟୋଜନ କରିବା ସହ ଖେଳାଳିଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଇଛି । କାରଣ ବାରବାଟୀ ମ୍ଯାଚ କଥା ଆସିଲେ ବୋତଲ ମାଡ କଥା ତାଜା ହୋଇଯାଏ ।

ଯାହା ବାରବାଟୀକୁ ବିଶ୍ଵ ଦରବାରରେ ବଦନାମ କରି ଦେଇଥିଲା ଓ ଓସିଏ କୁ ମଧ୍ୟ ଉତ୍ତର ଦେବାକୁ ପଡିଥିଲା । ତେବେ ଯାହାବି ହେଉ ଏଥର ପୁଣି ଥରେ ଭାରତୀୟ କ୍ରିକେଟରଙ୍କୁ ବାରବାଟୀ ମଇଦାନରେ ଦେଖିବାକୁ ପାଇଁ କ୍ରିକେଟ ପ୍ରେମୀମାନେ ଖୁବ ଉତ୍ସାହିତ ଅଛନ୍ତି । ଆସନ୍ତା କାଲି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ଵିତୀୟ ଟି-୨୦ ମ୍ଯାଚ ଥିବା ବେଳେ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ ଉଭୟ ଦଳର ଖେଳାଳି ।

ମେଫେୟାର ହୋଟେଲରେ ଖେଳାଳିଙ୍କୁ ଭବ୍ୟ ସ୍ଵାଗତ କରାଯିବା ସହ ରହିବା ଠୁ ନେଇ ଖାଇବା ପିଇବା ପର୍ଯ୍ୟନ୍ତ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଆଜି ଉଭୟ ଦଳର ଖେଳାଳି ମ୍ଯାଚ ଅଭ୍ଯାସ ପାଇଁ ବାରବାଟୀ ମଧ୍ୟ ଆସିଛନ୍ତି । ଓଡିଶାର କିଛି ପାରମ୍ପରିକ ନୃତ୍ୟ ଦେଖାଇ ଖେଳାଳିଙ୍କୁ ସ୍ଵାଗତ କରାଯିବା ସହ ଉତ୍ତରୀୟ ଏବଂ ଫୁଲତୋଡା ମଧ୍ୟ ପ୍ରଦାନ କରା ଯାଇଥିଲା । ଖେଳାଳି ମାନଙ୍କ ପାଇଁ ଅନେକ ପ୍ରକାର ଓଡିଆ ବ୍ୟଞ୍ଜନ ମଧ୍ୟ ଖାଦ୍ୟରେ ସାମିଲ କରା ଯାଇଥିଲା ।

ଖେଳାଳିଙ୍କ ଗୋଟିଏ ଝଲକ ପାଇବା ପାଇଁ ଏୟାରପୋର୍ଟ ଠାରୁ ନେଇ ମେଫେୟାର ହୋଟେଲ ପର୍ଯ୍ୟନ୍ତ ପ୍ରଶଂସକ ମାନେ ଭିଡ ଜମାଇଥିଲେ । ଖେଳାଳିଙ୍କ ଆତିଥ୍ୟରେ ଓଡିଶା କୌଣସି ମଧ୍ୟ କମି ରଖିନାହିଁ । ତେବେ କେବଳ ସେତିକି ନୁହେଁ ବରଂ ଖେଳାଳି ମାନଙ୍କୁ ମ୍ୟାଜିକ ଟ୍ରିକ ଦେଖାଇବାର ମଧ୍ୟ ବ୍ୟବସ୍ଥା କରା ଯାଇଥିଲା । ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ମେଫେୟାରରେ ଭୋଜନ ବେଳେ ଭାରତୀୟ ଖେଳାଳି ମାନଙ୍କୁ ଜାଦୁ ଦେଖାଇଛନ୍ତି ଯାଦୁଗର ଜୀବନ ମିଶ୍ର ।

ଜୀବନ ଜାଦୁ ଦେଖାଇ ସାରିବା ପରେ ତାଳି ବଜାଇ ତାଙ୍କୁ ଚିୟର ଅଫ୍ କରିଥିଲେ ଭାରତୀୟ ଖେଳାଳିମାନେ । ଯାହା ଖେଳାଳିଙ୍କ ସ୍ଵାଗତ ପ୍ରକ୍ରିୟାରେ ଏକଦମ ନୂଆ ହୋଇଥାଇ ପାରେ ବୋଲି କୁହାଯାଉଛି । ତେବେ ଆପଣଙ୍କୁ ଏହିସବୁ ସ୍ଵାଗତ ପ୍ରକ୍ରିୟା କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।