ବାରବାଟୀ ଷ୍ଟାଡିୟମରେ ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ ମ୍ଯାଚ କେବେ ହୋଇଥିଲା ? ଏହି ଭାରତୀୟ ଖେଳାଳି କରିଥିଲେ ସବୁଠାରୁ ଅଧିକ ରନ୍ !

କଟକର ଛାତିରେ ସଗର୍ବେ ଠିଆ ହୋଇ ରହିଥିବା ବାରବାଟୀ ଷ୍ଟାଡିୟମ ହେଉଛି ଓଡିଶାର ଏକମାତ୍ର ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ । ଯାହା ଓଡ଼ିଶାକୁ ବିଶ୍ଵ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ୧୯୫୮ ମସିହାରେ ନିର୍ମିତ ହୋଇଥିବା ଏହି ଷ୍ଟାଡିୟମରେ ୧୯୮୨ ଜାନୁୟାରୀ ୨୭ ତାରିଖରେ ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ ମ୍ଯାଚ ଖେଳା ଯାଇଥିଲା । ଏହି ମ୍ଯାଚଟି ଖେଳା ଯାଇଥିଲା ଭରତ ଏବଂ ଇଂଲଣ୍ଡ ମଧ୍ୟରେ ।

ତିନିଟି ମ୍ଯାଚ ବିଶିଷ୍ଟ ସିରିଜର ଶେଷ ମ୍ଯାଚରେ ଭାରତ ଟସ୍ ଜିତି ପ୍ରଥମେ ଫିଲଡିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୬ ଓଭରରେ ୬ ୱିକେଟ ହରାଇ ଭାରତ ସାମ୍ନାରେ ୨୩୧ ରନ୍ ର ଟାର୍ଗେଟ ରଖିଥିଲା । ଭାରତୀୟ ଦଳ ମାତ୍ର ୫ଟି ୱିକେଟ ହରାଇ ୪୨ ଓଭରରେ ନିର୍ଦ୍ଧାରିତ ଲକ୍ଷ ହାସଲ କରିଥିଲା । ଅର୍ଥାତ ଭାରତ ଏହି ମ୍ଯାଚକୁ ୫ ୱିକେଟରେ ଜିତିବା ସହ ୨-୧ ରେ ଉକ୍ତ ସିରିଜ ମଧ୍ୟ ଜିତିଥିଲା ଭାରତ ।

ଏହି ମ୍ଯାଚରେ ସର୍ବାଧିକ ୭୧ ରନ୍ ସ୍କୋର କରି ପ୍ଲେୟାର ଅଫ୍ ଦି ମ୍ଯାଚ ହୋଇଥିଲେ ଲିଟିଲି ମାଷ୍ଟର ସୁନିଲ ଗାଭାସ୍କର । ସେହିପରି ସନ୍ଦୀପ ପାଟିଲ ମଧ୍ୟ ଅର୍ଦ୍ଧ ଶତକୀୟ ଇଂନିସ ଖେଳି ମାତ୍ର ୫୫ ବଲ୍ ରେ ୬୪ ରନ୍ ସ୍କୋର କରିଥିଲେ । ସନ୍ଦୀୟ ବୋଲିଂରେ ମଧ୍ୟ କମାଲ କରିଥିଳର । ୧୦ ଓଭର ବୋଲିଂ କରି ମାତ୍ର ୫୬ ରନ୍ ଦେଇ ୨ ଜଣଙ୍କୁ ଆଉଟ କରିଥିଲେ ବା ୨ଟି ୱିକେଟ ହାସଲ କରିଥିଲେ ।

ଏହି ମ୍ଯାଚଟି ଥିଲା ଅରୁଣଲାଲ ଏବଂ ଅଶୋକ ମଲହୋତ୍ରା ଆଦି ଭାରତୀୟ କ୍ରିକେଟରଙ୍କ ପଦାର୍ପଣ ବା ଡେବ୍ଯୁ ମ୍ଯାଚ । ଏହା ଥିଲା ଭାରତୀୟ କ୍ରିକେଟ ଦଳର ୧୪୩ତମ ମ୍ଯାଚ । ବାରବାଟୀ ଛାତିରେ ଏହା ଥିଲା ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ ମ୍ଯାଚ । ଆଉ ଏଇଠୁ ଆରମ୍ଭ ହୋଇଥିଲା ବାରବାଟୀ ଷ୍ଟାଡିୟମର ସେହି ଅସରନ୍ତି ଯାତ୍ରା । ଯାହା ଲକ୍ଷ ଲକ୍ଷ ଓଡିଆ କ୍ରିକେଟ ପ୍ରେମୀଙ୍କ ସ୍ଵପ୍ନକୁ ସାକାର କରିବାରେ ଏବେବି ସଫଳ ହେଉଛି ।

ମନ ପସନ୍ଦର ଖେଳାଳିଙ୍କୁ ଦେଖିବା ସହ ଆନ୍ତର୍ଜାତୀୟ ମ୍ଯାଚର ସାକ୍ଷୀ ହେବାରେ ବହୁଳ ମାତ୍ରାରେ କ୍ରିକେଟ ପ୍ରେମୀଙ୍କ ମନୋବାଞ୍ଛା ପୂର୍ଣ୍ଣ କରୁଛି ଓଡିଶାର ଗୌରବ ବହନ କରୁଥିବା ଏହି ବାରବାଟୀ ଷ୍ଟାଡିୟମ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।