ମାଟ୍ରିକ ଏବଂ ଦ୍ଵାଦଶ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ, ଦେଖନ୍ତୁ କିପରି ହେବ ପରୀକ୍ଷା ?

କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେବ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇ ଆସୁଛି । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ପରେ ଦୀଘ ମାସ ପର୍ଯ୍ୟନ୍ତ ସ୍କୁଲ ସବୁ ବନ୍ଦ ରଖା ଯାଇଥିଲା । ତେବେ ଅନଲାଇନ ମାଧ୍ୟମରେ କିଛି ପିଲା ପାଠ ପଢିବାକୁ ସୁଯୋଗ ପାଉଥିବା ବେଳେ ଅନେକ ପିଲା ଏଥିରୁ ବଞ୍ଚିତ ରହୁଥିଲେ । କାରଣ ସମସ୍ତଙ୍କ ପାଖେ ସ୍ମାର୍ଟଫୋନ ନାହିଁ କି ନେଟର ସୁବିଧା ମଧ୍ୟ ନାହିଁ । ତେବେ ଗତବର୍ଷ ପରି ଏ ବର୍ଷ ମଧ୍ୟ ମାଟ୍ରିକ ଏବଂ ଦ୍ଵାଦଶ ପିଲାଙ୍କ ପରୀକ୍ଷାକୁ ନେଇ ବିବାଦ ମୁଣ୍ଡ ଟେକିଛି ।

ଗତ ବର୍ଷ ଶେଷ ଆଡକୁ ଏବଂ ଚଳିତ ବର୍ଷ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସ୍କୁଲ ଏବଂ କଲେଜ ସବୁ ଖୋଲା ଯାଇଥିଲା । ପଛରେ ରହି ଯାଇଥିବା ସିଲାବସକୁ ଏହି ସମୟରେ ପୂରଣ କରିବା ପାଇଁ ବୋର୍ଡ ଫୁଲଦମରେ ଚେଷ୍ଟା ଚଳାଇଥିଲା । ଆଉ ଏବେ ବାର୍ଷିକ ପରୀକ୍ଷା ସମୟ ପାଖେଇ ଆସୁଥିବାରୁ ପିଲାଙ୍କ ପରୀକ୍ଷା କିପରି ହେବ ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ସ୍କୁଲ, କଲେଜ ସବୁ ଅଫଲାଇନ ବା ଶ୍ରେଣୀଗୃହ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇଥିଲେ ।

ସେମାନଙ୍କର ଦାବି ହେଉଛି ପରୀକ୍ଷା ଅନଲାଇନ ମାଧ୍ୟମରେ ହେଉ ବୋଲି । କାରଣ ସେମାନେ ବର୍ଷ ସାରା ଭାବଭାବେ ପାଠ ପଢି ପାରି ନାହାନ୍ତି । ତେଣୁ ଅଫଲାଇନ ପରୀକ୍ଷାରେ ସେତେ ଭଲ କରିପାରିବେ ନାହିଁ । ଏହାସହ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରଖିବା ଉଚିତ ନଥିଲା ବୋଲି ମଧ୍ୟ ଦର୍ଶାଇଛନ୍ତି । ତେବେ ବହୁ ବାଦବିବାଦ ମଧ୍ୟରେ ଏବେ ଏହି ମାମଲାରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ଗତକାଲି ମାଟ୍ରିକ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଯେଉଁ ଆବେଦନ ହୋଇଥିଲା ତାହାର ଶୁଣାଣି କରିଛନ୍ତି ସୁପ୍ରିମ କୋର୍ଟ । ଅଫଲାଇନ ପରୀକ୍ଷାରେ ବିରୋଧରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟଙ୍କ ଦ୍ଵାରା ଖାରଜ କରାଯାଇଛି । କୋର୍ଟ କହିଛନ୍ତି କି ନିୟମ ଏବଂ ତାରିଖ ଆସି ନଥିବାରୁ ଏବେ ଆଗୁଆ ଶୁଣାଣିର କିଛି ଆବଶ୍ୟକ ନାହିଁ । ତେଣୁ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରିବା ପାଇଁ ମନାକରି ଦେଇଛନ୍ତି ସୁପ୍ରିମକୋର୍ଟ ।

କୋର୍ଟ କହିଛନ୍ତି କି ନିୟମ ଏବଂ ତାରିଖ ଆସିନି ତେଣୁ ଏହି ଆବେଦନର ଯଥାର୍ଥତା ନାହିଁ । ତେଣୁ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।