କଣ ଋଷ ନେଇଯିବ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ? ମାଳିକା କହୁଛି ଶ୍ରୀ ମନ୍ଦିରରେ ହେବ ଋଷ ସୈନିକଙ୍କ ଆକ୍ରମଣ ! ହେଲେ କାହିଁକି ?

ମାଳିକା କହେ କି ଋଷର ସୈନିକ ମାନେ ଉତ୍କଳ ଉପରେ ଆକ୍ରମଣ କରି ପ୍ରଭୁ ଜଗନ୍ନାଥଙ୍କୁ ନେଇଯିବେ । କାହିଁ କେତେ କାଳରୁ ବିଦେଶୀମାନେ ଭାରତକୁ ଆସି ଆମ ଉତ୍କଳର ଦେବତା ପ୍ରଭୁ ଜଗନ୍ନାଥଙ୍କୁ ଲୁଟି ନେବାକୁ ଚେଷ୍ଟା କରିବାର ଇତିହାସରେ ଦେଖିବାକୁ ମିଳେ । ଆଉ ଏହିସବୁର ପୁଣି ଠାରେ ପୁନରାବୃତ୍ତି ହେବ ବୋଲି ମାଳିକା ସ୍ପଷ୍ଟ କହୁଛି । ଏପରି ଏକ ସମୟ ଆସିବ ଯାହା ସମସ୍ତଙ୍କ ବୃଦ୍ଧି ଶୂନ୍ୟ କରିଦେବ । ଆଉ ଋଷ ଆକ୍ରମଣ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରେଳ ମାଧ୍ୟମରେ ଋଷ ନେଇଯିବାକୁ ପ୍ରୟାସ କରିବ ।

କିନ୍ତୁ ପରେ ରେଳଷ୍ଟେସନରେ ଏକ ବିସ୍ଫୋରଣ ହୋଇ ଇଞ୍ଜିନ ଚୂର୍ଣ୍ଣ ହୋଇଯିବ । ଆଉ ଅନ୍ତର୍ଦ୍ଧାନ ହୋଇଯିବେ ମହାପ୍ରଭୁ । ଭବିଷ୍ୟତର ମାଳିକା ଋଷର ଏହି ଆକ୍ରମଣ ବିଷୟରେ କହୁଛି । ଜଗନ୍ନାଥ ଧାମ ପୁରୀ ଋଷର ସୈନିକଙ୍କ ଦ୍ଵାରା ଆକ୍ରମଣର ଶିକାର ହେବ । ଦୃଷ୍ଟିପାତ କରନ୍ତୁ ମାଳିକାରେ ଲେଖାଥିବା ଏହି ପଦ ଉପରେ । “ତ୍ରିଜଟାର ବଂଶ ମିଳି, ଦାରୁକୁ ନେବେଟି ରେଳରେ ଭରି ଲୋ ଜାଇଫୁଲ, ସବୁ ବୁଦ୍ଧି ଯିବଟି ପାଶୋରି । ବଇରୀ ଷ୍ଟେସନେ ଜାଣ ସେଠାରେ ଇଞ୍ଜିନ ହୋଇବ ଚୂର୍ଣ୍ଣ ଲୋ ଜାଇଫୁଲ, ତହିଁ ପ୍ରଭୁ ହେବେ ଅନ୍ତର୍ଦ୍ଧାନ ।

ଭକ୍ତ ସଙ୍ଗେ ଭଗବାନ, ଦାରୁକୁ ନେବେ ସେ ଛତିଆ ଗ୍ରାମ ଲୋ ଜାଇଫୁଲ, ତହିଁ ଭକ୍ତମେଳି ନାରାୟଣ । ଶ୍ରୀକ୍ଷେତ୍ର ଯେ ସପତଦିନ, ଲୀଳା ଆରମ୍ଭିବେ ଛତିଆ ଧାମ ଲୋ ଜାଇଫୁଲ, ଠାବ ଭକତ ମେଳ ସେ ସ୍ଥାନେ ।” ବର୍ତ୍ତମାନ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧାରମ୍ଭ ହୋଇସାରିଛି । ମାଲିକାରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ ଋଷର କୂଟନଦୀ କୂଳରେ ଏକ ଦିବ୍ୟଶକ୍ତି ରହିଛି ଯାହା ଋଷ ନିଜ ହାତକୁ ନେବ । ଏଥିପାଇଁ ଋଷକୁ ଯୁଦ୍ଧାସ୍ତ୍ର ପାଇଁ ଏକ ଶକ୍ତିପିଣ୍ଡର ଆବଶ୍ୟକ ହେବ ।

ତେବେ କୁହାଯାଏ କି ଜଗନ୍ନାଥଙ୍କ ଦାରୁବ୍ରହ୍ମ ମଧ୍ୟରେ ଯେଉଁ ପିଣ୍ଡ ଅଛି ତାହା ଶ୍ରୀକୃଷ୍ଣଙ୍କ ହୃଦୟ । ଏହା ଏକ ଏପରି ଶକ୍ତିପୁଞ୍ଜ ଅଟେ ଯାହା କେବେବି ସରିବ ନାହିଁ । ବୋଧହୁଏ ଏହି ଶକ୍ତିପୁଞ୍ଜକୁ ବ୍ୟବହାର କରିବା ପାଇଁ ଚେଷ୍ଟା କରିବେ ଋଷର ବୈଜ୍ଞାନିକମାନେ । ଯେଉଁଥି ପାଇଁ ଋଷ ପୁରୀ ଉପରେ ଆକ୍ରମଣ କରିବ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଋଷ ପ୍ଳେନ ଯୋଗେ ଜଗନ୍ନାଥଙ୍କୁ ନେବାକୁ କାହିଁକି ଚେଷ୍ଟା କରିବ ନାହିଁ ।

ଏହାର କାରଣ ହେଉଛି ଯଦି ଦାରୁ ମଧ୍ୟରେ ରହିଥିବା ବ୍ରହ୍ମ ପ୍ରକୃତରେ ଶ୍ରୀକୃଷ୍ଣଙ୍କ ହୃଦୟ ହୋଇଥିବ ତେବେ ପ୍ଳେନର ଯନ୍ତ୍ରାଂଶ ସଂସ୍ପର୍ଶରେ ଆସି ସେଥିରୁ ଶକ୍ତି ନିର୍ଗତ ହେବ ଓ ଏହା ପ୍ଳେନକୁ ସଂପୂର୍ଣ୍ଣ ଭାବେ ଜାଳିଦେବ । ଅନେକ ଲୋକ କୁହନ୍ତି କି ଜଗନ୍ନାଥଙ୍କ ଘଟ ପରିବର୍ତ୍ତନ ବେଳେ ଯେଉଁ ବ୍ୟକ୍ତି ଏହି ବ୍ରହ୍ମକୁ ଅନ୍ୟ ଦାରୁରେ ରଖେ ତା’ର ମୃତ୍ୟୁ ହୋଇଯାଏ । ତେବେ ମାଳିକାରେ ଲେଖଥିବା ଏହି ଉକ୍ତି ଉପରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।