ଭାଇରାଲ ହେଉଛି ଏହି ଜିଅନ୍ତା ମମ୍ମିଙ୍କ ଭିଡିଓ, ବୟସ 163 ବର୍ଷ ! ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଏହି video

ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକରେ ନୀତିଦିନ ଦୁନିଆର ଅନେକ ଖବର ସବୁ ଦେଖିବାକୁ ମିଳେ । ସେଥିମଧ୍ୟରୁ କିଛି ଖବର ବେଶ ଅଦ୍ଭୁତ ହୋଇଥାଏ । କିଛି ଖବର ଉପରେ ବିଶ୍ଵାସ କରି ହେଉଥିବା ବେଳେ ଆଉ କିଛି ଖବର ଏକଦମ ଅବିଶ୍ଵସନୀୟ ରହିଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଏକ କ୍ଲିପ ଦେଖାଉଛୁ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହାକୁ ଦେଖି ଅନେକ ୟୁଜର୍ସ ଚକିତ ହୋଇ ଯାଉଛନ୍ତି । ଏହି ଭିଡିଓକୁ ଅନୁମାନ କରିବା ୟୁଜର୍ସଙ୍କ ପକ୍ଷେ କଷ୍ଟକର ହୋଇ ପଡୁଛି ।

ସେମାନେ ଦେଖୁଥିବା ଏହି ଭିଡିଓଟି ସତ କି ମିଛ ତାହା ଜାଣି ପାରୁ ନାହାନ୍ତି । ସୋସିଆଲ ମିଡିଆରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଏହି ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଥିବା ଏହି ବ୍ୟକ୍ତିଜଣକ ଏକଦମ ଗୋଟିଏ ମମ୍ମି ଭଳି ଦେଖା ଯାଉଛନ୍ତି । ଏହି ବ୍ୟକ୍ତି ଜଣକ ଥାଇଲାଣ୍ଡର ଏକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି , ସେ ଖୁବ ଦୁର୍ବଳ ଏବଂ ଅସୁସ୍ଥ ଥିବାର ସୂଚନା ରହିଛି । ଅଭଳି ସ୍ଥିତିରେ ୟୁଜର୍ସ ତାଙ୍କର ବୟସ ବିଷୟରେ ଆକଳନ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

ଏହି କ୍ଲିପକୁ ଦେଖିବା ପରେ କିଛି ଲୋକ ଦାବି କରିବା ଆରମ୍ଭ କରି ଦେଇଛନ୍ତି ଯେ ତାଙ୍କ ବୟସ ୧୬୩ ବର୍ଷ । ଏହି ବୌଦ୍ଧ ଭିକ୍ଷୁ ଜଣକ ଜାପାନୀ ଟେକ୍ନୋଲୋଜି ସେକୁଶିନବୁସ୍ତୁ ଅଭ୍ଯାସ କରନ୍ତି ବୋଲି କୁହାଯାଉଛି । ଏହି ବୟସ୍କ ବ୍ୟକ୍ତିଙ୍କ ଏହି ଭାଇରାଲ ଭିଡିଓ ଇଣ୍ଟରନେଟରେ ଲୋକଙ୍କୁ ଖୁବ ଆକର୍ଷିତ କରୁଛି ।

ଆପଣ ଦେଖୁଥିବା ଏହି ଭିଡିଓଟିକୁ ତାଙ୍କ ନାତୁଣୀ ସୁଟ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କ ବୟସର ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲେ । ୧୬୩ ବର୍ଷୀୟ ଭିକ୍ଷୁଙ୍କ ସମ୍ବନ୍ଧରେ ଏହି ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବାସ୍ତବରେ ଠିକ ନୁହେଁ ।

ଫ୍ୟାକ୍ଟ ଚେକର୍ ସ୍ନୋବ୍ସଙ୍କ ଅନୁସାରେ କ୍ଲିପରେ ଥିବା ଏହି ବ୍ୟକ୍ତିଙ୍କ ବୟସ ୧୬୩ ବର୍ଷ ନୁହେଁ । ତାଙ୍କ ନାଁ ହେଉଛି ଲୁଆଙ୍ଗ ଫୋବ୍ୱାଇ ଓ ତାଙ୍କ ବୟସ ୧୦୯ ବର୍ଷ ବୋଲି କହିଛନ୍ତି । ତେବେ ଏହି ବୌଦ୍ଧ ଭିକ୍ଷୁଙ୍କୁ ନେଇ ଆପଣଙ୍କ ମତ କଣ ଆମ ଆକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।