ମାତ୍ର 5 ଟଙ୍କାରେ ଘରେ ତିଆରି କରନ୍ତୁ ମଶାମାରିବାର ଔଷଧ ଓ ଜଲଦି ଜାଣନ୍ତୁ ଏହାର ପ୍ରସ୍ତୁତ ।

ବର୍ଷାଦିନ ଆସିଗଲାଣି ଓ ମଶା ମାନଙ୍କର ବଂଶବୃଦ୍ଧି ଏହିସମୟରେ ବଢିବାକୁ ଲାଗିଥାଏ । ଚାରିଆଡେ ପାଣି ଜମିବା ଦ୍ୱାରା ଏମାନଙ୍କୁ ନିଜର ବଂଶବୃଦ୍ଧି ବଢ଼ିବାରେ ସହାୟକ ହୋଇଥାଏ । ଓ ସଂଧ୍ୟାସମୟରେ ଏମାନେ ପ୍ରଚୁର ମାତ୍ରାରେ ଘରେ ପଶିବାକୁ ଲାଗନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଘରେ ତିଆରି ମଶା ଔଷଧ ବିଷୟରେ ଜଣାଇବୁ । ଆପଣମାନେ ଜାଣିଥିବେ କି ବଜାରରେ ମିଳୁଥିବା ବହୁତ ସାରା ମସକ୍ୟୁଟୋ ଲିକୁଇଡ଼ ବହୁତ ଅଧିକ ଦାମ ହୋଇଥାଏ ଓ ଏହାକୁ କିଣିବା ସମସ୍ତଙ୍କ ପାଖରେ ସମ୍ଭବ ହୋଇନଥାଏ ତେଣୁ ଆମେ ଆପଣଙ୍କୁ ଘରେ କିପରି ଭାବରେ ଏହାର ତିଆରି କରିବେ ତାହା ଉପରେ ଆଲୋଚନା କରିବାକୁ ଯାଉଛୁ ।

ଆବଶ୍ୟକୀୟ ସାମଗ୍ରୀ

ପ୍ରଥମେ ଏକ କପ ସୋରିଷ ତେଲ ନିଅନ୍ତୁ ଓ ଏହାକୁ ଗ୍ୟାସ ମାଧ୍ୟମରେ ଗରମ କରନ୍ତୁ ,ଏହାପରେ ତେଲରେ କିଛି ମାତ୍ରାରେ ନିମ୍ବ ପତ୍ରକୁ ପକାଇଦିଅନ୍ତୁ । ନିମ୍ବପତ୍ର କଞ୍ଚା ହୋଇପାରେ କିମ୍ବା ଶୁଖିଲା ମଧ୍ୟ ଏଥିରେ କୌଣସି ଫରକ ପଡେନାହିଁ । ଗ୍ୟାସ ମାଧ୍ୟମରେ ଏହାକୁ 5 ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ଯେପର୍ଯ୍ୟନ୍ତ ନିମ୍ବପତ୍ର ଗରମ ନ ହୋଇଯାଇଛି । 5 ମିନିଟ ଗରମ ହେବାପରେ ଏହାକୁ ଥଣ୍ଡା ହେବାପାଇଁ କିଛି ସମୟ ଛାଡି ଦିଅନ୍ତୁ ।

ଏହାପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଏକ ପାତ୍ରକୁ ଏହି ତେଲକୁ ଅଲଗା କରିଦିଅନ୍ତୁ । ଓ ଅଲଗା କରିସାରିବାପରେ ଆପଣ ଏକ ରିଫିଲ ଭିତରେ ଏହି ତେଲକୁ ରଖିଦିଅନ୍ତୁ । ପ୍ରଶ୍ନ ଉଠିବ କି ଆମେ ରିଫିଲ ଯୋଗାଡ କରିବୁ କେଉଁଠୁ , ଆପଣମାନେ କେବେହେଲେ ଏହି ମସକ୍ୟୁଟୋ ଅଏଲ କୁ କିଣିଥିବେ ଯାହାର ଖାଲି ଡ଼ବା ଆପଣ ଏଥିରେ ବ୍ୟବହାର କରିପାରିବେ ।

ଯଦି ଆପଣଙ୍କ ପାଖରେ କୌଣସି ଡ଼ବା ଅଥବା ରିଫିଲ ନାହିଁ ତାହେଲେ ଆପଣ ଏହି ତେଲକୁ ଏକ ଦୀପରେ ନେଇପାରିବେ ଏଥିରେ ସଳିତା ପକାଇ ଆପଣ ସନ୍ଧ୍ୟା ସମୟରେ ନିଜର ଘରେ ଜାଳିପାରିବେ । ମନେରଖନ୍ତୁ କି ଏହି ତେଲକୁ ଜାଳିବା ସମୟରେ ନିଜ ଘରର କବାଟ ଓ ଝରକାକୁ କିଛି ମାତ୍ରାରେ ବନ୍ଦ କରିଦିଅନ୍ତୁ କାରଣ ଏହି ତେଲରେ ନିମ୍ବ ପତ୍ରର ଗୁଣ ରହିଥିବାରୁ , ଏହା ଜଳିବା ସମୟରେ ବହୁତ ଭଲ ଗ୍ୟାସ ଦେଇଥାଏ ଯାହାକି ଆମ ମାନଙ୍କ ପାଇଁ ଉପଯୋଗୀ ହେବାସହ ମଶା ମାନଙ୍କ ପାଇଁ ମାରାତ୍ମକ ହୋଇଥାଏ ।

ପୁରାତନ କାଳରୁ ମଧ୍ୟ ଏହି ପଦ୍ଧତିରେ ଲୋକମାନେ ମଶା ଦାଉରୁ ରକ୍ଷା ପାଉଥିଲେ । ଏହା ତ ଥିଲା ଦୀପର କଥା କିନ୍ତୁ କେମିତି ବ୍ୟବହାର କରିବା ରିଫିଲ କୁ ?

ପ୍ରଥମେ ଆପଣ ଏକ ବଡ଼ ଚାମଚ ସହାର୍ଯ୍ୟରେ ଏହି ତେଲକୁ ରିଫିଲ ରେ ପରିପୂର୍ଣ୍ଣ କରନ୍ତୁ ଓ ପରେ ଏହାକୁ ମେସିନ ରେ ଲଗାଇ ଆପଣ ବେଡ଼ରୁମ ଓ ଡାଇନିଂ ରୁମରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଓ ଆପଣଙ୍କୁ ଏହା 100 ପ୍ରତିଶତ ଫଳ ପ୍ରଦାନ କରିବ । ଆପଣ ମାନେ ଜାଣନ୍ତି ତ ସୋରିଷ ତେଲର ମହକ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ ହେଲେ ନିମ୍ବ ର ଗୁଣ ମଧ୍ୟ ପରିବେଶ ସହ ଭଲ ବାତାବରଣ ରୂପେ କାର୍ଯ୍ୟ କରିଥାଏ । ଯଦି ଆପଣଙ୍କ ପାଖରେ ବଜାରର ଦ୍ରବ୍ୟ ନାହିଁ ତାହେଲେ ଆପଣ ଏହା ନିଜ ଘରେ ବନାଇପାରିବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।