ଲକ୍ଷେ ଟଙ୍କା ଦେଲେ ବିକ୍ରି କରି ଦେବି OTET ସାର୍ଟିଫିକେଟ…ସୋସିଆଲ ମିଡିଆରେ କିଛି ଏମିତି ବିଜ୍ଞାପନ ଦେଲେ ମେଧାବୀ ଛାତ୍ର ବିଶ୍ଵନାଥ, କାରଣ ଆପଣଙ୍କୁ ହତବାକ କରିଦେବ…

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରୁଛି । ତେବେ ଆମ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ସମୟରେ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏମିତି କିଛି ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରା ଯାଉଛି ଯାହାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଛି । ତେବେ କଣ ଆପଣ ମାନେ କେବେ ଦେଖିଛନ୍ତି ଆବ ଶୁଣିଛନ୍ତି କି କେହି ନିଜର ସାର୍ଟିଫିକେଟ ବିକ୍ରି କରିବା ପାଇଁ ବିଜ୍ଞାପନ ଦେବା ଭଳି ଘଟଣା ?

ଆଜ୍ଞା ହଁ ଆପଣଙ୍କୁ ଏହି କଥା ଟି ଶୁଣି ଯେମିତି ଅଜବ ଲାଗୁଥିବ ଠିକ ସେତିକି ସତ ଏହି ଘଟଣା । ତେବେ ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହରର ଇଚ୍ଛାବତୀ ଗୁଡା ସାହିରେ । ବିଶ୍ଵନାଥ ନାମକ ଜଣେ ମେଧାବୀ ଛାତ୍ର ସୋସିଆଲ ମିଡିଆର ସାହାରା ନେଇଛନ୍ତି ନିଜର OTET ସାର୍ଟିଫିକେଟ ବିକ୍ରି କରିବା ପାଇଁ । ତେବେ ଏହି ଭିଡିଓ ରେ କୁହା ଯାଉଛି କି ମୁଁ ମୋ OTET ସାର୍ଟିଫିକେଟ ବିକ୍ରି କରିବାକୁ ଚାହୁଁଛି । ଯଦି କେହି ଲକ୍ଷେ ଟଙ୍କା ବି ଦିଏ ମୁଁ ମୋର ସାର୍ଟିଫିକେଟ ବିକ୍ରି କରି ଦେବୀ ।

କେହି ଏହି ସାର୍ଟିଫିକେଟ କିଣିବାକୁ ଚାହୁଁଥିଲେ  ୭୬୮୧୦୨୧1୪୩୫ ନମ୍ବରେ contact କରନ୍ତୁ । ଯଦି ଏହି ସାର୍ଟିଫିକେଟ ମୋର କୌଣସି କାମରେ ନ ଆସିବ ତେବେ ଏହାକୁ ପାଖରେ ରଖିକି କଣ ବା ଲାଭ ବୋଲି ବିଶ୍ଵନାଥ କହିଛନ୍ତି । ଏ ସବୁ ମୋର କାମରେ ଆସିବ ନାହି ହୁଏ ତ ଆଉ କାହା କାମରେ ଆସିପାରେ ବୋଲି ବିଶ୍ଵନାଥ ସୋସିଆଲ ମିଡିଆ ଜରିଆରେ କହିଛନ୍ତି । ବିଶ୍ଵନାଥଙ୍କ ପାଖରେ ଶିକ୍ଷକତା କରିବା ପାଇଁ ସବୁ ପ୍ରକାରର ଯୋଗ୍ୟତା ଥିଲେ ମଧ୍ୟ ତାଙ୍କୁ ଆଜି ଯାଏଁ ଶିକ୍ଷକତା ଚାକିରି ମିଳିପାରି ନାହି ।

ସେ ନିଜର ପାଠ ପଢା ୨୦୧୬ ରୁ ଶେଷ କରି ସାରିଲେଣି । କିନ୍ତୁ ଦୀର୍ଘ ୫ ବର୍ଷ ହେବ ସରକାର ଶିକ୍ଷକ ପଦବୀ ପାଇଁ କୌଣସି ନିଯୁକ୍ତି  ବାହାର କରି ନାହାନ୍ତି । ଯାହା ପାଇଁ ଦେଶରେ ଅନେକ ମେଧାବୀ ଛାତ୍ର ଛାତ୍ରୀ ମାନେ ନାହିଁ ନ ଥିବା ହଇରାଣର ସମୁଖିନ୍ନ ହେଉଛନ୍ତି । ଅନେକ କ୍ଷେତ୍ରରେ ମେଧାବୀ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କରିଥିଲେ ମଧ୍ୟ କିଛି ସୁଫଳ ମିଳିବାର ଦେଖାଯାଇ ନାହି । ତେଣୁ ବିଶ୍ଵନାଥ ନିଜର OTET ସାର୍ଟିଫିକେଟ ବିକ୍ରି କରି ମିଳିବା ପଇସାରେ କ୍ଯାରିୟରରେ ଆଗକୁ କିଛି କରିବା ପାଇଁ ଚିନ୍ତା କରିବେ ବୋଲି ମତ ଦେଇଛନ୍ତି ।

ନିଜ ଘରର ଦାୟିତ୍ଵ ନେବା ପାଇଁ ସେ ନିଜର ସାର୍ଟିଫିକେଟ ବିକ୍ରି କରୁଛନ୍ତି ବୋଲି ଏହି ଭିଡିଓରେ କହିଛନ୍ତି । ସୋସିଆଲ ମିଡିଆରେ ବିଶ୍ଵନାଥ ଅତିଷ୍ଠ ହୋଇ ନିଜ ସାର୍ଟିଫିକେଟ ବିକ୍ରିର ବିଜ୍ଞାପନ ପ୍ରକାଶ କରିଛନ୍ତି କେବଳ ସରକାରଙ୍କ ଶିକ୍ଷକ ପଦବୀ ନ ବାହାରିବାରୁ । ତେବେ ଆମ ଦେଶରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଏତେ ତଳକୁ ଖସି ଆସିଲାଣି କି ବିଦ୍ୟାର୍ଥୀ ମାନେ ସାର୍ଟିଫିକେଟ ବିକ୍ରି କରିବା ପାଇଁ ବିଜ୍ଞାନ ଦେବାରେ ଲାଗିଲାଣି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।