ମିଥୁନ ରାଶି (Gemini) July 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଆଜି ଆମେ ଆପଣଙ୍କୁ ମିଥୁନ ରାଶି ଜାତକଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି କିପରି କଟିବ ସେହି ବିଷୟରେ ଜଣାଇବୁ । ଏହାସହ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବକୁ ଖଣ୍ଡନ କରିବା ପାଇଁ କଣ ପ୍ରତିକାର କରିବେ ତାହା ମଧ୍ୟ ଜାଣିବା । ଏହି ମାସିକ ରାଶିଫଳ ଗ୍ରହ ମାନଙ୍କର ଚଳନ ଓ ସ୍ଥିତିକୁ ନେଇ ଆଧାରିତ । ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାନ୍ତି । ତେବେ ଆସନ୍ତୁ ଜାଣିବା ମିଥୁନ ରାଶିର ଜୁଲାଇ ମାସର ରାଶିଫଳ ।

ମିଥୁନ ରାଶିର ଶୁଭରଙ୍ଗ ହେଉଛି ସବୁଜ । ଶୁଭକାର୍ଯ୍ୟରେ ଏହି ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ଵାରା ବା ବସ୍ତୁର ପ୍ରୟୋଗ କରିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିଥାଏ । ରାଶିର ଶୁଭବାର ତଥା ବ୍ରତ ଉପବାସ ବାର ହେଉଛି ବୁଧବାର । ଶୁଭଦେବତା ହେଉଛନ୍ତି ଭଗବାନ ଶ୍ରୀଗଣେଶ ଓ ଶୁଭଦେବୀ ହେଉଛନ୍ତି ତ୍ରିଫଳା ସୁନ୍ଦରୀ । ଶୁଭଶାଙ୍ଖ୍ୟବ ହେଉଛି ୪ ଏବଂ ପ୍ରତ୍ଯେକ ଇଂରାଜୀ ମାସର ୪, ୧୩, ୨୨ ଏବଂ ୩୧ ତାରିଖ ହେଉଛି ଆପଣଙ୍କ ପାଇଁ ଶୁଭ । ଏହି ଦିନ ମାନଙ୍କରେ ଶୁଭକାର୍ଯ୍ୟ କଲେ ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ ।

ମିଥୁନ ରାଶିର ଲୋକଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି ଉତ୍ତମ ଅନୁକୂଳ ରହିଛି । ନିଯୁକ୍ତ ବ୍ୟକ୍ତିମାନେ କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି କରିବେ ଓ ବେକାର ଲୋକଙ୍କ ପାଇଁ ମଧ୍ୟ ଚାକିରି ସମସ୍ଯା ସମାଧାନ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି ଓ ଆପଣଙ୍କ କାର୍ଯ୍ୟ ପାଇଁ ଆପଣ ପ୍ରଶଂସିତ ମଧ୍ୟ ହେବେ ।

ବ୍ୟବସାୟୀମାନେ ବ୍ୟବସାୟ ବୃଦ୍ଧି କରିବାକୁ ଚିନ୍ତା କରି ପାରନ୍ତି ଓ ଏହି କ୍ଷେତ୍ରରେ ସଫଳ ମଧ୍ୟ ହେବେ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ ଓ ଆୟର ନୂଆ ନୂଆ ସ୍ରୋତ ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନଙ୍କୁ ତଥା ବିଶେଷ କରି ଉଚ୍ଚ ଶିକ୍ଷା ନେଉଥିବା ବିଦ୍ୟାର୍ଥୀଙ୍କ ପାଇଁ ମାସଟି ଅନୁକୂଳ ରହିବ । ଏହି ସମୟରେ ପରିବାରର ପରିବେଶ ବେଶ ଭଲ ରହିବ ଓ ଆପଣଙ୍କୁ ଭାଇମାନଙ୍କ ସହଯୋଗ ପ୍ରାପ୍ତ ହେବ । ତଥାପି ପ୍ରେମ ଜୀବନରେ କିଛି ଅସୁବିଧା ହୋଇପାରେ ।

ପ୍ରେମୀଙ୍କ ସହ କୌଣସି କାରଣରୁ ତିକ୍ତତା ସୃଷ୍ଟି ହୋଇପାରେ ବା ବିବାଦ ପରି ପରିସ୍ଥିତି ଉପୁଜିପାରେ । ତେଣୁ ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ସବୁଠୁ ଉତ୍ତମ ହେବ । ତେବେ ଏହି ମାସରେ ଆପଣଙ୍କ ଆର୍ଥିକ ଅବସ୍ଥା ଭଲ ରହିବ ।

କୌଣସି କ୍ଷେତ୍ରରେ ଆପଣ ଟଙ୍କା ଖର୍ଚ୍ଚ କରିପାରନ୍ତି, କିନ୍ତୁ ବିପୁଳ ପରିମାଣରେ ଅର୍ଥ ଲାଭ ମଧ୍ୟ କରିବେ । କିନ୍ତୁ ସ୍ୱାସ୍ଥ୍ୟ ସହ ଜଡିତ କିଛି ସମସ୍ଯା ଦେଖା ଦେଇପାରେ । ତେବେ ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ଆପଣ ପ୍ରତିଦିନ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରି ୧୧ଟି ଦୁବ ଅର୍ପଣ କରନ୍ତୁ ଓ ଗୋମାତାଙ୍କୁ ସବୁଜ ଖାଦ୍ଯ ଖାଇବାକୁ ଦିଅନ୍ତୁ ।

ଶନିବାର ଦିନ ଏକ ସୋରିଷ ତେଲର ଦୀପ ଜାଳନ୍ତୁ ଓ ଏହାକୁ ଓସ୍ତ ଗଛମୂଳରେ ରଖିଦିଅନ୍ତୁ । ଯାହା ସବୁ ଅଶୁଭ ରହିଛି ତାହା ଖଣ୍ଡନ ହେବା ସହ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।