ମାତ୍ର 2 ବର୍ଷ ବୟସରେ India Book of Record ରେ ସ୍ଥାନ ପାଇଲା କୁନି ପୁଅ, ତା’ ପ୍ରତିଭା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ video

କୁନି ବୟସରେ କମାଲ କରି ଦେଖାଇଛନ୍ତି ଏହି କୁନି ପୁଅ । ପାଟି ଭଲକି ଖୋଲିନି, କଥା କହିବା ବେଳକୁ ପାଟି ଲାଗୁଛି । ହେଲେ ମୁହେଁ ମୁହେଁ ଦେଶ ଦୁନିଆର କଥା କହୁଛନ୍ତି । ସାଧାରଣ ଜ୍ଞାନ ଠାରୁ ଆରମ୍ଭ କରି ସଂସ୍କୃତ ଜ୍ଞାନ ପର୍ଯ୍ୟନ୍ତ ସବୁଥିରେ ଆଗୁଆ ବାଲେଶ୍ଵର ସଦର ବ୍ଲକ ଚଣ୍ଡୀପୁରର କୁନି ପୁଅ ଆୟୁଷ ଜେନା । ତାଙ୍କ ବୟସ ମାତ୍ର ଦୁଇ ବର୍ଷ । ଏ ଯାଏଁ ହାତରେ ଖାଇ ଶିଖି ନାହାନ୍ତି କି ଠିକରେ କଥା ମଧ୍ୟ କହି ପାରୁ ନାହାନ୍ତି । ହେଲେ ସାଧାରଣ ଜ୍ଞାନ ପଚାରିଲେ ପାଟିରୁ ବାହାରୁଛି ଚଟାପଟ ଉତ୍ତର ।

ଆଉ ତାଙ୍କର ଏହି ପ୍ରତିଭା ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ସ୍କୁଲରେ ପାଦ ଦେବା ଆଗରୁ ଆୟୁଷ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି । ଫୁଲ, ଫଳ, ପଣିକିଆ, ଜାତୀୟ ସଙ୍ଗୀତ, ସଂସ୍କୃତ ଶ୍ଳୋକ ସବୁ କହି ପକାଉଛନ୍ତି ଆୟୁଷ । କୁନି ପୁଅର ଏପରି ଧୀଶକ୍ତିକୁ ପରଖି ତାକୁ ବାଟ କଢାଇ ନେଉଛନ୍ତି ବାପା-ମା ।

ଆୟୁଷ A ଠାରୁ Z ପର୍ଯ୍ୟନ୍ତ ପ୍ରାଞ୍ଜଳ ଭାବେ କହିବା ସହ ୧୦ଟି ଲେଖାଏଁ ଫୁଲ, ଫଳ ଏବଂ ପରିବା, ସାତୋଟି ମହାଦେଶ, ୬ଟି ପଶୁ, ୮ଟି ଜାତୀୟ ଚିହ୍ନ ଓ ଚାରୋଟି ଋତୁ ଆଦି ସଠିକ ଭାବେ କହି ଏହି ରେକର୍ଡ ହାସଲ କରିଛି । ଆୟୁଷ ଛୋଟ ବେଳୁ ଯାହା ମଧ୍ୟ କହିଲେ ମନେ ରଖି ଦେଉଥିଲେ । ଦିନେ ତାଙ୍କ ମା’ ଦେଖିଥିଲେ କି ଇଣ୍ଡିଆ ବୁକ ଅଫ ରେକର୍ଡ ପ୍ରତିଯୋଗୀତା ପାଇଁ ନ୍ଯୁଜରେ ବିଜ୍ଞାପନ ବାହାରିଛି ।

ତେଣୁ ପୁଅ ଆୟୁଷକୁ ସେହି ପ୍ରତିଯୋଗୀତାରେ ଭାଗ ଦେବା ପାଇଁ ଇଛା କରିଥିଲେ ଓ ସେଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ । ତେବେ ଏଥିପାଇଁ ଆୟୁଷଙ୍କ ପିତାମାତା ତାଙ୍କୁ ବାଧ୍ୟ କରି ନାହାନ୍ତି । ଖେଳିବୁଲି ଆୟୁଷ ଏହି ସବୁ ବିଷୟ ମନେ ରଖିଛନ୍ତି । ଆୟୁଷଙ୍କ ବାପା ଗୋଟିଏ ବେସରକାରୀ ସଂସ୍ଥାରେ କାମ କରୁଥିବା ବେଳେ ମା ଜଣେ ଗୃହିଣୀ ।

ଗାଁରେ ରହୁଥିବା ଏହି ଦମ୍ପତ୍ତି କିନ୍ତୁ ପୁଅର ପ୍ରତିଭାକୁ ଚିହ୍ନି ଟ୍କା’ର ପରିପ୍ରକାଶ ପାଇଁ ଚେଷ୍ଟା ଚଳାଇଛନ୍ତି । ଆଉ ଆଗକୁ ପୁଅ ଆହୁରି ସଫଳତା ପାଉ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।