“ଆଜ୍ଞା ମୁଁ ପଥମ ଶେଣିରେ ପଢୁଥିଲି, ପରୀକ୍ଷା ନଦେଇ ମୋର ଦୁତୀୟ ହେଇଗଲା”- ଭାଇରାଲ ବୟ Trailokya ଙ୍କର ଆଉ ଏକ ଭିଡିଓ ଆସିଲା ସାମ୍ନାକୁ, ଦେଖନ୍ତୁ video

“ଆମେ ସବୁ ହେଲେ ସଚେତନ, ହବ ନାହିଁ ଲକଡାଉନ… ହାରିଯିବ ଓମିକ୍ରନ, ନିରାପଦ ହବ ଆମ ଜୀବନ । ରହିଲି ନମସ୍କାର ଜୟ ଜଗନ୍ନାଥ ।” ଆଜ୍ଞା ଏହା ଆମେ କହୁନାହୁଁ ବରଂ ଆପଣ ଭିଡିଓରେ ଦେଖୁଥିବା ଏହି କୁନି ପିଲାଟି କହୁଛି । କିଛିଦିନ ପୂର୍ବେ ଭାଇରାଲ ହୋଇଥିବା ଏହି କୁନି ପୁଅ ତ୍ରୈଲୋକ୍ୟ ରାୟଙ୍କୁ ସାରା ଓଡିଶା ଜାଣେ । ସମୟ ସମୟରେ ତାଙ୍କର ଭିଡିଓ ପ୍ରକାଶ ପାଏ, ଯାହା ଲୋକେ ଖୁବ୍ ପସନ୍ଦ କରନ୍ତି । ସେହିଭଳି ବର୍ତ୍ତମାନ ତ୍ରୈଲୋକ୍ୟ ଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଖୁବ୍ ଭାଇରାଲ ହେଉଛି ।

ଏହି ନୂଆ ଭିଡିଓରେ ତ୍ରୈଲୋକ୍ୟ କରୋନାକୁ ନେଇ ଲୋକଙ୍କୁ ସଚେତନ କରିଛନ୍ତି । ଏହି ଭିଡିଓରେ ସେ କହୁଛନ୍ତି, “ଜୟ ଜଗନ୍ନାଥ ! ନମସ୍କାର ! ମୁଁ ଶ୍ରୀ ତ୍ରୈଲୋକ୍ୟ ରାୟ । ଆଜ୍ଞା ମୁଁ ପ୍ରଥମ ଶ୍ରେଣୀରେ ପଢୁଥିଲି କିନ୍ତୁ ପରୀକ୍ଷା ନଦେଇ କି ଦ୍ଵିତୀୟ ହୋଇଗଲା । ମୁଁ ଏବେ ଦ୍ଵିତୀୟ ଶ୍ରେଣୀରେ ପଢୁଛି ମୁଁ ସ୍କୁଲରେ ପଢୁଛି । ସମସ୍ତଙ୍କୁ ମୋର ନୂଆବର୍ଷର ଅଭିନନ୍ଦନ, ଜଗନ୍ନାଥ ସମସ୍ତଙ୍କୁ ସୁଖରେ ରଖିଥାନ୍ତୁ ଶାନ୍ତିରେ ରଖିଥାନ୍ତୁ ।

ମୁଁ କଣ ଶୁଣିବାକୁ ପାଇଲି କରୋନାର ତୃତୀୟ ଲହରୀ ଓମିକ୍ରନ ପରା ମାଡି ଆଇଲାଣି । ଆମ ଦେଶ ସାରା କାଟି କରିଗଲାଣି । ସେଇଥି ପାଇଁ ପାଇଁ ମୁଁ ହାତ ଯୋଡି ନିବେଦନ କରି କହୁଛି ଯେ ସରକାରଙ୍କ କରୋନା ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ଡବଲ ଡୋଜ୍ ଟୀକା ନିଅନ୍ତୁ, ସାମାଜିକ ଦୂରତା ମାନନ୍ତୁ ।” ପୂର୍ବରୁ ମଧ୍ୟ କରୋନା ସଚେତନତା ମୂଳକ ଗୀତ ଏବଂ କଥା କହି ଲୋକଲୋଚନକୁ ଆସିଥିଲେ ତ୍ରୈଲୋକ୍ୟ ।

କୁନି ପିଲାଟିଏ ହୋଇ ମଧ୍ୟ ଲୋକଙ୍କୁ କରୋନା ନିୟମ ବିଷୟରେ ସଚେତନ କରିବା ଓ ବୁଝାଇବା ଲୋକଙ୍କୁ ଖୁବ୍ ଭଲ ଲାଗିଥିଲା । ଆଉ ଏବେ କରୋନାର ତୃତୀୟ ଲହର ପ୍ରାୟ ପାଖେଇ ଆସିଲାଣି । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଧୀରେ ଧୀରେ ପୃଥିବୀର ସାରା ଦେଶକୁ ମାଡି ଗଲାଣି । ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି ।

ଯାହାକୁ ନେଇ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସଚେତନନା ମୂଳକ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଏପରି ସମୟରେ କୁନି ପୁଅ ତ୍ରୈଲୋକ୍ୟଙ୍କ ଏହି କେଇ ପଦ କଥା ନିଶ୍ଚୟ ଓଡିଶାବାସୀଙ୍କ ମନକୁ ଛୁଇଁବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।