ବନ୍ଦ ହେଲା 17 ଲକ୍ଷରୁ ଅଧିକ Whatsapp ଆକାଉଣ୍ଟ ! ଆପଣ ବି ଯଦି ଏମିତି ଭୁଲ୍ କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ, ନଚେତ ହରାଇ ପାରନ୍ତି ନିଜ ଆକାଉଣ୍ଟ

ନୂଆବର୍ଷ ଆରମ୍ଭରୁ ହ୍ଵାଟ୍ସଆପ୍ ୟୁଜର୍ସଙ୍କୁ ଲାଗିଛି ବଡ ଝଟକା । ବନ୍ଦ ହେଲା ହ୍ଵାଟ୍ସଆପ୍ ଆକାଉଣ୍ଟ । ପ୍ରାୟ ୧୭ ଲାଖରୁ ଅଧିକ ଭାରତୀୟଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । ହ୍ଵାଟ୍ସଆପ୍ କମ୍ପାନୀକୁ ୬୦୨ଟି ଅଭିଯୋଗ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ସମୟ ସମୟରେ ହ୍ଵାଟ୍ସଆପ୍ କମ୍ପାନୀ ବିଭିନ୍ନ ପ୍ରକାର ଅପଡେଟ କରିଥାଏ ଓ ହ୍ଵାଟ୍ସଆପ୍ ୟୁଜର୍ସଙ୍କୁ ନୂଆ ନୂଆ ଫିଚର୍ସ ଭେଟି ଦେଇଥାଏ ।

ଆଉ କେତେବେଳେ ପୂର୍ବରୁ ମହଜୁଦ ଥିବା ଫିଚର୍ସରେ ସାମାନ୍ଯ ପରିବର୍ତ୍ତନ କରିଥାଏ । ସାରା ବିଶ୍ବରେ ହ୍ଵାଟ୍ସଆପ୍ ର ବହୁଳ ହୋଇଥାଏ । ଇନଷ୍ଟାଣ୍ଟ ମେସେଜିଂ ଆପ୍ ମାନଙ୍କ ମଧ୍ୟରେ ହ୍ଵାଟ୍ସଆପ୍ ସବୁଠୁ ଅଧିକ ଲୋକପ୍ରିୟ । ଏହି ଆପ୍ ରେ କେବଳ ମେସେଜିଂ ନୁହେଁ ବରଂ ଫଟୋ ଏବଂ ଭିଡିଓ ସେଣ୍ଡ କରିବା ରିସିଭ କରିବା ଏବଂ ଆହୁରି ଅନେକ ଫିଚର୍ସ ରହିଛି । ଯାହା ହ୍ଵାଟ୍ସଆପ୍ ୟୁଜର୍ସଙ୍କୁ ଖୁବ୍ ପସନ୍ଦ ହୋଇଥାଏ । ତେବେ ସମୟ ସମୟରେ ଏହି ଇନଷ୍ଟାଣ୍ଟ ମେସେଜିଂ ଆପ୍ ସୁରକ୍ଷା ପଲିଶିକୁ ଦୃଷ୍ଟିରେ ରଖି କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥାଏ ।

ବର୍ତ୍ତମାନ ଏହିପରି କିଛି କରିଛି କମ୍ପାନୀ । ଭାରତରେ ଅନେକ ହ୍ଵାଟ୍ସଆପ୍ ଆକାଉଣ୍ଟକୁ କମ୍ପାନୀ ପକ୍ଷରୁ ବନ୍ଦ କରାଯାଇଛି । ତେବେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ଯେ, କେବଳ ଭାରତ ନୁହେଁ ବରଂ କିଛି ହ୍ଵାଟ୍ସଆପ୍ ଆକାଉଣ୍ଟକୁ ନେଇ ଅନ୍ୟ ଦେଶରୁ ମଧ୍ୟ କିଛି ଅଭିଯୋଗ ମିଳିଥିଲା । ଯାହାଫଳରେ ଭାରତ ସମେତ ଅନ୍ୟ ଦେଶରୁ ମିଳିଥିବା ଅଭିଯୋଗ ଅନୁସାରେ ସେମାନଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟକୁ ମଧ୍ୟ ବନ୍ଦ କରାଯାଉଛି ।

କମ୍ପାନୀ ବନ୍ଦ କରିଥିବା ଆକାଉଣ୍ଟ ଗୁଡିକ ମଧ୍ୟରୁ କେବଳ ଭାରତରେ ୧.୭ ମିଲିୟନ ଅର୍ଥାତ ୧୭ ଲକ୍ଷରୁ ଅଧିକ ହ୍ଵାଟ୍ସଆପ୍ ଆକାଉଣ୍ଟ ଗୁଡିକୁ ବନ୍ଦ କରାଯାଇଛି । ବନ୍ଦ ହୋଇଥିବା ଭାରତୀୟ ହ୍ଵାଟ୍ସଆପ୍ ଆକାଉଣ୍ଟ ଗୁଡିକ +୯୧ ଦ୍ଵାରା ଚିହ୍ନଟ କରା ଯାଇଥିଲା । ଆଇଟି ନିୟମ ୨୦୨୧ ଅନୁସାରେ ହ୍ଵାଟ୍ସଆପ୍ ର ଜଣେ ଅଧିକାରୀ କହିଛନ୍ତି କି, ଆମେ ନଭେମ୍ବର ମାସର ରିପୋର୍ଟ ପ୍ରକାଶ କରିଛୁ ।

ଯେଉଁ ଆକାଉଣ୍ଟ ଗୁଡିକ ଏହି ଗାଇଡଲାଇନକୁ ମାନି ନାହାନ୍ତି ଏବଂ ପଲିଶି ବିରୁଦ୍ଧରେ ଯାଇ କୌଣସି କାର୍ଯ୍ୟ କରିଛନ୍ତି ସେହି ଆକାଉଣ୍ଟ ଗୁଡିକୁ ବାତିଲ କରି ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।