ପ୍ରତି 2 ଦିନରେ ଭୂମି ଠାରୁ 1 ଫୁଟ ଉପରକୁ ଉଠି ଯାଉଛି ଏହି ଘର, ଜାଣନ୍ତୁ ଏହାର କାରଣ !

କହିବାକୁ ଗଲେ ବର୍ତ୍ତମାନ ସମସ୍ତେ ଛାତ ଘର ତିଆରି କରୁଛନ୍ତି । କିନ୍ତୁ ବେଳେ ବେଳେ ରାସ୍ତା ହାଇଟ ହୋଇଯାଏ କିମ୍ବା ଅନ୍ୟ କୌଣସି କାରଣ ଯୋଗୁ ଘରର ଲେବୁଲ ତଳକୁ ଖସି ଯାଏ । ଏମିତିରେ ବହୁତ ଅସୁବିଧା ହୋଇଥାଏ ଓ ବିଶେଷ କରି ବର୍ଷା ଦିନରେ । କାରଣ ବର୍ଷା ଦିନରେ ରାସ୍ତାର ସବୁ ପାଣି ଘର ଭିତରକୁ ପସିଯାଏ । କିନ୍ତୁ କହିଦେଉଛୁ କି ବର୍ତ୍ତମାନ ଏହି ସମସ୍ୟାର ସମଧାନ ବାହାରି ଯାଇଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

କହିବାକୁ ଗଲେ ରାସ୍ତା ଲେବୁଲ ଠାରୁ ଘରର ଲେବୁଲ ତଳେ ଥିବା କାରଣରୁ ଘରର ପାଣି ବି ବାହାରିବବାରେ ସମସ୍ୟା ଉତ୍ପନ୍ନ କରିଥାଏ । ଏହି ସମସ୍ୟାର ସମାଧାନ ପାଇଁ ଏକ ଟେକନିକ ଆସି ଯାଇଛି ଓ ଏହି ଟେକନିକ ଜରିଆରେ ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ଘର ଏକ ଫୁଟ ଉପରକୁ ଉଠିଯିବ ।

କହିଦେଉଛୁ କି ଏହି ବିଷୟରେ ଘରର ମାଲିକ ଓମ ପ୍ରକାଶ କହିଲେ କି ସେ ହରିୟାଣାର ଏକ କାରିଗର ଟିମ ସହ ସମ୍ପର୍କ କରିଥିଲେ । ଯେଉଁମାନେ ତାଙ୍କର ଘରକୁ ଜ୍ୟାକ ସାହାର୍ଯ୍ୟରେ ହାଇଟ କରୁଛନ୍ତି । ଘରର ମାଲିକ ଓମ ପ୍ରକାଶ କହିଲେ କି ୮ ଦିନ ମଧ୍ୟରେ କାରିଗରମାନେ ଜ୍ୟାକ ସାହାର୍ଯ୍ୟରେ ତାଙ୍କର ଘରକୁ ପାଖାପାଖି ଦୁଇ ଫୁଟ ଉଠାଇ ଦେଇଛନ୍ତି ଓ ଘରକୁ ମୋଟ ୪ ଫୁଟ ହାଇଟ କରାଯିବ । କରିଗାରମାନଙ୍କ ଅନୁସାରେ ଦଶ ଦିନ ମଧ୍ୟରେ ଘରକୁ ଚାରି ଫୁଟ ହାଇଟ କରିବାର କାର୍ଯ୍ୟ ପୁରା ହୋଇଯିବ ।

ଏହା ଛଡା ପିଲରକୁ ମଜବୁତ କରିବା ପାଇଁ ରଡ ଓ ସିମେଣ୍ଟର ବିମ ଦିଆଯିବ । ସବୁଠୁ ବଡ କଥା ହେଉଛି ଏହି ପ୍ରକ୍ରିୟାରେ ଘରର କୌଣସି ବି ଜାଗାରେ ଫାଟ ଆସି ନାହିଁ ।କାରିଗରମାନେ କହିଲେ କି ଘରକୁ ୧୦୦ ଟି ହାଇଡ୍ରୋଲିକ ଜ୍ୟାକ ସାହାର୍ଯ୍ୟରେ ଉପରକୁ ଉଠା ଯାଇଛି ଓ ଏହି କାର୍ଯ୍ୟକୁ କରିବା ପାଇଁ ୧୦ ଜଣ ଅନୁଭବି କାରିଗରର ଟିମ ଅଛନ୍ତି । ସୂଚନା ଅନୁସାରେ ପାଖାପାଖି ୪୮ ଘଣ୍ଟାରେ ଜ୍ୟାକ ମାଧ୍ୟମରେ ଘରକୁ ଏକ ଫୁଟ ଉପରକୁ ଉଠା ଯାଉଛି ।

ଏହି ଘରକୁ ଉପରକୁ ଉଠାଇବା ପାଇଁ ୩୫୦ ଫୁଟ ଲୁହାର ଚ୍ୟାନେଲ ଓ କାଠ ପଟା ସାହାର୍ଯ୍ୟରେ କରାଯାଉଛି । କହିଦେଉଛୁ କି ଏହି ଘର ପାଖାପାଖି ୧୨ ବର୍ଷ ପୁରୁଣା ଅଟେ ଓ ଦୁଇ ମହଲା ଏହି ଘରର ତିନୋଟି ଘର ପ୍ରଥମ ମହଲାରେ ଓ ଦୁଇଟି ଘର ଦ୍ଵିତୀୟ ମହଲାରେ ଅଛି । ଏହା ଛଡା ରୋଷେଇ ଘର, ଶୌଚାଲୟ ଓ ସ୍ନାନ ଘର ବି ଅଛି । ଏହି ସବୁ ଘରକୁ ନ ଭାଙ୍ଗି ଓ କାନ୍ଥରେ ଫାଟ ନ କରି ଘରକୁ ଉପରକୁ ଉଠା ଯାଉଛି ।

ଘରର ମାଳିକାର କହିବା ଅଟେ କି ଘରକୁ ଭାଙ୍ଗି ପୁଣି ଥରେ ତିଆରି କରିବାରେ ବହୁତ ଟଙ୍କା ଖର୍ଚ ହୋଇଥାନ୍ତା କିନ୍ତୁ ଏହି ଟେକନିକ ସାହାର୍ଯ୍ୟରେ କମ ଟଙ୍କା ଖର୍ଚ ହେବ ।